Earthquake: ନେପାଳରେ ଭୋର ସକାଳୁ ଭୂମିକମ୍ପ; ଭାରତରୁ ଚୀନ ଯାଏଁ କମ୍ପିଲା ଧରିତ୍ରୀ
ଗାଙ୍ଗଟକ୍: ନେପାଳରେ ଆଜି ଭୋର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି।
ମଙ୍ଗଳବାର ସକାଳ ପ୍ରାୟ ୭ଟା ୨ରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି।
ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ କରିଛି ଯେ ମଙ୍ଗଳବାର ନେପାଳର କୋଶି ପ୍ରଦେଶରେ ୫.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା।
ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା।
Advertisment ଭାରତ,ଭୁଟାନ, ବାଂଲାଦେଶ ଏବଂ ଚୀନରେ ମଧ୍ୟ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂମିକମ୍ପର ଆନୁମାନିକ ତୀବ୍ରତା ୫.୪।
ଏନ୍ସିଏସ ଅନୁଯାୟୀ, ସୋମବାର-ମଙ୍ଗଳବାର ରାତି ୧୨:୧୩ ସମୟରେ ସିକିମ ନିକଟବର୍ତ୍ତୀ ଭୁଟାନରେ ୨.୪ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଥିଲା, ଯାହାର କେନ୍ଦ୍ରସ୍ଥଳ ଗାଙ୍ଗଟକ୍ ଠାରୁ ୫୬ କିଲୋମିଟର ଦକ୍ଷିଣ-ପୂର୍ବରେ ଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
