Earthquake: କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୧୩୨କୁ ବୃଦ୍ଧି, ୫୭୦ରୁ ଅଧିକ ଆହତ, ୨ହଜାରରୁ ଅଧିକ ନିଖୋଜ

Aug 11, 2026 - 09:45
Earthquake: କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୧୩୨କୁ ବୃଦ୍ଧି, ୫୭୦ରୁ ଅଧିକ ଆହତ, ୨ହଜାରରୁ ଅଧିକ ନିଖୋଜ

"ବୋଗୋଟା: ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆରେ ସୋମବାର ସକାଳେ ଅନୁଭୂତ ହୋଇଥିବା ୭.୪ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ସହ ୧୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଭୂମିକମ୍ପ ପରେ ଦେଶରେ ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ଡିଜିଟାଲ୍ ଡାଟାବେସ୍ ଖୋଲାଯାଇଥିବା ବେଳେ ପ୍ରାୟ ୨,୦୦୦ରୁ ଅଧିକ ଲୋକ ନିଖୋଜ ଥିବା ତାଲିକାଭୁକ୍ତ ହୋଇଛି, ଯାହା ମଧ୍ୟରୁ ପେରେଇରା ସହରରୁ ସବାଧିକ ଲୋକ ରହିଛନ୍ତି।Advertisment ୧୮ଟି ସ୍ୱାସ୍ଥ୍ୟକେନ୍ଦ୍ର, ୫୨ଟି ସ୍କୁଲ କ୍ଷତିଗ୍ରସ୍ତ ପ୍ରସିଦ୍ଧ ପେରେଇରା ସହର ଏହି ଭୂକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ଯେଉଁଠାରେ ଏପର୍ଯ୍ୟନ୍ତ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ କରାଯାଇଛି।

ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ଅନୁଯାୟୀ, ସକାଳ ପ୍ରାୟ ୭.୩୪ ମିନିଟରେ କଲମ୍ବିଆର ଚୋକୋ ଅଞ୍ଚଳସ୍ଥିତ ସାନ୍ ଯୋସେ ଡେଲ୍ ପାଲମାର୍ ନିକଟରେ ଭୂମିକମ୍ପର କେନ୍ଦ୍ରବିନ୍ଦୁ ରହିଥିଲା।

ଭୂମିକମ୍ପର ଝଟକା ରାଜଧାନୀ ବୋଗୋଟା ସମେତ ଦେଶର ବିଭିନ୍ନ ଭାଗରେ ଅନୁଭୂତ ହୋଇଥିଲା, ଯାହା ପରେ ସାଇରନ୍ ବାଜିବା ସହ ଲୋକମାନେ ଆତଙ୍କିତ ହୋଇ ବିଲ୍ଡିଂ ଛାଡ଼ି ରାସ୍ତାକୁ ପଳାଇ ଆସିଥିଲେ।

ଭୂକମ୍ପ ଯୋଗୁଁ ୧,୫୭୭ଟି ଆବାସିକ ଗୃହ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬୦ରୁ ଅଧିକ ବିଲ୍ଡିଂ ଏବଂ ୩୭ଟି ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

ଏହା ବ୍ୟତୀତ ୧୮ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ୫୨ଟି ସ୍କୁଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଏହି ସଙ୍କଟ ସମୟରେ ଆମେରିକା ସରକାର କଲମ୍ବିଆକୁ ଅସ୍ଥାୟୀ ଆଶ୍ରୟସ୍ଥଳ, ଖାଦ୍ୟ ଓ ସୁରକ୍ଷା ପାଇଁ ୧୫.୫ ନିୟୁତ ଡଲାରର ଜରୁରୀକାଳୀନ ସହାୟତା ଘୋଷଣା କରିଛନ୍ତି।

Donald Trump: ଇରାନର ହତ୍ୟା ଧମକକୁ ଭୟ: ଗୁପ୍ତ ବିମାନରେ ତୁର୍କୀରୁ ଆମେରିକା ଫେରିଥିଲେ ଟ୍ରମ୍ପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media