e-Hundi: ଇ-ହୁଣ୍ଡିରେ ଦାନ ପରିମାଣ ବଢ଼ୁଛି: ୪୫ ଦିନରେ ୫୬.୭୦ ଲକ୍ଷ ଟଙ୍କା ଶହେକୋଟି ଟପିଲା ବ୍ୟାଙ୍କ ଜମା

Sep 03, 2026 - 06:51
e-Hundi: ଇ-ହୁଣ୍ଡିରେ ଦାନ ପରିମାଣ ବଢ଼ୁଛି: ୪୫ ଦିନରେ ୫୬.୭୦ ଲକ୍ଷ ଟଙ୍କା ଶହେକୋଟି ଟପିଲା ବ୍ୟାଙ୍କ ଜମା

"ପୁରୀ: ଶ୍ରୀମନ୍ଦିର ତଥା ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ ହୁଣ୍ଡି ଅପେକ୍ଷା ଇ-ହୁଣ୍ଡିରେ ଦାନ କରିବାକୁ ବଢ଼ୁଛି ଭକ୍ତଙ୍କ ଆଗ୍ରହ।

ଲୋକାର୍ପଣ ହେବାର ୪୫ ଦିନ ମଧ୍ୟରେ ୫୬ ଲକ୍ଷ ୭୦ ହଜାର ୭୦୫ ଟଙ୍କାର ଦାନ ଆସିଛି।

ରଥଯାତ୍ରା ପୂର୍ବରୁ ଜୁଲାଇ ୧୫ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଡିଜିଟାଲ୍‌ ହୁଣ୍ଡି "ସମର୍ପଣ"କୁ ଲୋକାର୍ପିତ କରିଥିଲେ।

ପୃଥିବୀର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ଶ୍ରୀଜଗନ୍ନାଥ ମନ୍ଦିର ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଦେବା ଏବଂ ରସିଦ ଡାଉନ୍‌ଲୋଡ୍ କରିବାର ସୁବିଧା ରହିଥିବାରୁ ଶ୍ରଦ୍ଧାଳୁଙ୍କର ଏଥିପ୍ରତି ଆଗ୍ରହ ବଢ଼ୁଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.

ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।Advertisment Paddy procurement: ମଣ୍ଡି ଧାନ କିଣାରୁ ହଟିଲା ଏସ୍‌ଏଚ୍‌ଜି, ଲ୍ୟାମ୍ପସ୍ ଜରିଆରେ କିଣାଯିବ ପୁରୀର ଆୟ ମୁଖ୍ୟତଃ ଭକ୍ତଙ୍କ ଦାନ, ଶ୍ରୀମନ୍ଦିର ଖଣି ଖାଦାନ, ସ୍ଥାୟୀ ଜମାର ସୁଧ, ଜମି ବିକ୍ରି, ଜମି ଅଧିଗ୍ରହଣ ଓ ସରକାରୀ ଅନୁଦାନରୁ ହୋଇଥାଏ।

ଏହି ଆୟର କିଛି ନିର୍ଦ୍ଦିଷ୍ଟ ଅଂଶ କର୍ପସ ପାଣ୍ଠି ହିସାବରେ ଓ ଅନ୍ୟ ଏକ ଅଂଶ ଫାଉଣ୍ଡେସନ ପାଣ୍ଠି ହିସାବରେ ସ୍ଥାୟୀ ଜମାରେ ରଖାଯାଇଥାଏ।

ଅବଶିଷ୍ଟ ଆୟ ମନ୍ଦିର ପାଣ୍ଠି ହିସାବରେ ରଖାଯାଇଥାଏ।

ଶ୍ରୀମନ୍ଦିରର ଦୈନନ୍ଦିନ ଖର୍ଚ୍ଚ ଏହି ମନ୍ଦିର ପାଣ୍ଠିରୁ ହୋଇଥାଏ।

ବଳକା ଅର୍ଥକୁ ସ୍ଥାୟୀ ଜମା ହିସାବରେ ରଖାଯାଏ।

ଏହି ସମସ୍ତ ସମ୍ପତ୍ତିର ସ୍ବଚ୍ଛ, ଉପଯୁକ୍ତ ପରିଚାଳନା କରିବା ହେଉଛି ଶ୍ରୀମନ୍ଦିର ପ୍ରଶାସନର ପ୍ରମୁଖ ଦାୟିତ୍ୱ।

ଗତମାସ ଶେଷ ସୁଦ୍ଧା ଏହି ୩ଟି ଯୋଜନାରେ ମୋଟ ୧୮୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ସ୍ଥାୟୀ ଜମା ରହିଛି।

ଏଥିମଧ୍ୟରୁ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୧୩୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଓ ଶ୍ରୀଜଗନ୍ନାଥ ମନ୍ଦିରର ପିଏଲ୍ ଆକାଉଣ୍ଟରେ ଓଡ଼ିଶା ସରକାର ପ୍ରଦାନ କରିଥିବା ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ରଖାଯାଇଛି।

Sukinda chrome mines: କ୍ରୋମ୍‌ ପରିବହନକୁ ଭରସା ୫୦ ବର୍ଷର ସଡ଼କ ଏହାବ୍ୟତୀତ ଆଜି ସୁଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ (ସେଭିଙ୍ଗସ୍/ କରେଣ୍ଟ/ ଫ୍ଲେକ୍ସି)ରେ ୧୦୦ କୋଟି ୭୦ ଲକ୍ଷ ୬୬ ହଜାର ୮୬୮ ଟଙ୍କା ରହିଛି।

ଏହାସହ ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ହୁଣ୍ଡି ଗଣନା ହେଉଛି।

ଏ ବାବଦରେ ବିବରଣୀ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସର୍ବସାଧାରଣ କରାଯାଉଛି।

ମହାପ୍ରଭୁଙ୍କ ପ୍ରତି ସମର୍ପିତ ଦାନରାଶି ଓ ମନ୍ଦିର ସମ୍ପତ୍ତିର ଉପଯୁକ୍ତ ପରିଚାଳନା ସମ୍ପର୍କରେ ଜନସାଧାରଣ ଓ ଭକ୍ତଗଣଙ୍କୁ ଅବଗତ କରାଇବା ମଧ୍ୟ ପ୍ରଶାସନର ଦାୟିତ୍ବ ବୋଲି ଡ.

ପାଢ଼ୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତମାସରେ ଶ୍ରୀମନ୍ଦିର ହୁଣ୍ଡିକୁ ୧କୋଟି ୪୩ଲକ୍ଷ ୬୦ ହଜାର ୫୦୩ ଟଙ୍କା ଦାନ ଆସିଛି।

୨୪ ତାରିଖରେ ସର୍ବାଧିକ ୬ଲକ୍ଷ ୭୩ ହଜାର ୪୧୩ଟଙ୍କା ଦାନ ଆସିଥିଲା।

ପ୍ରତ୍ୟେକ ମାସରେ କୋଟିଏରୁ ଅଧିକ ଟଙ୍କା ଏହି ହୁଣ୍ଡିକୁ ଦାନ ସୂତ୍ରରେ ଆସୁଛି।

ଏବେ ଇ-ହୁଣ୍ଡି ବ୍ୟବସ୍ଥା ହେବାରୁ ଶ୍ରୀମନ୍ଦିରକୁ ଦାନ ବଢ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)