Durga puja: ଦିଲ୍ଲୀରରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଗାପୂଜାର ରଜତ ଜୟନ୍ତୀ ପାଳନ

Oct 22, 2026 - 01:36
Durga puja: ଦିଲ୍ଲୀରରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଗାପୂଜାର ରଜତ ଜୟନ୍ତୀ ପାଳନ

"ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ଓଡ଼ିଆମାନେ ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଦୁର୍ଗାପୂଜା ଆୟୋଜନ କରିଛନ୍ତି।

ଦିଲ୍ଲୀର ସାହାପୁରଯାଠ ଠାରେ ମା ଦୁର୍ଗତି ନାଶିନୀଙ୍କ ପୂଜାର୍ଚ୍ଚନାର ରଜତ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।

ଏଠାରେ ଏକ ସୁସଜ୍ଜିତ ମେଢ଼ରେ ଶୋଭା ପାଉଥିବା ମା ସିଂହ ବାହିନୀଙ୍କର ମୃଣ୍ମୟୀ ମୂର୍ତ୍ତି ଏବଂ ପୁରୀ ଜଗନ୍ନାଥ ମନ୍ଦିର ଆକୃତିର ଆକର୍ଷକ ତୋରଣର ଦୃଶ୍ୟ ଅନନ୍ୟ ଓ ଅନୁପମ ଥିଲା।

Advertisment ପୂଜାରୀଙ୍କର ତତ୍ତ୍ୱାବଧାନରେ ପୁଜାପାଠ, ହୋମଯଜ୍ଞ ଏବଂ ଭୋଗରାଗ ଆଦି ମାଙ୍ଗଳିକ କାର୍ଯ୍ୟ ଯଥାବିଧି ଅନୁଷ୍ଟିତ ହୋଇଥିଲା।

ପବିତ୍ର ଷଷ୍ଠୀ ତିଥି ଠାରୁ ବେଲବରଣ ଓ ଘଟସ୍ଥାପନ ଆଦି ନୀତିକାନ୍ତି ଆରମ୍ଭ କରାଯାଇ ବିଜୟା ଦଶମୀରେ ମା"ଙ୍କର ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ପୂଜା କମିଟିର ସକ୍ରିୟ ତଦାରଖରେ ସଫଳତାର ସହିତ ସମ୍ପନ୍ନ କରାଯାଇଥିଲା।

ଦୀର୍ଘ ପଚିଶ ବର୍ଷ ଧରି ଉତ୍କଳ ଦୁର୍ଗାପୂଜା କମିଟି ଦ୍ୱାରା ଆୟୋଜନ କରାଯାଉଥିବା ଏହି ଶାରଦୀୟ ମହୋତ୍ସବରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ସେମାନଙ୍କର ପରିବାର ବର୍ଗଙ୍କ ସହିତ ଯୋଗ ଦେଇ ମା" ମହିଷାସୁର ମର୍ଦ୍ଦିନୀଙ୍କର ଦିବ୍ୟ ଦର୍ଶନ ପାଇ ଭବ୍ୟ ଆଶିଷ ଲାଭ କରି ନିଜକୁ କୃତ୍ୟ କୃତ୍ୟ ମନେ କରୁଥିବା ପରିଲକ୍ଷିତ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁରମଲ୍ଲାର ଟ୍ରୁପ୍‌ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଗାୟକ ସନ୍ତୋଷ ରାଉତ ଏବଂ ତାଙ୍କର ସହଯୋଗୀ ଗାୟକ ଗାୟିକା ଯଥା ରାଜୀବ ରଞ୍ଜନ, ଅନୁରାଗ ଭଟ୍ଟାଚାର୍ଯ୍ୟ, ଅଭୀପ୍ସା ରଥ ଓ ସୁଚିତ୍ରା ସାହୁଙ୍କର ହୃଦୟ ସ୍ପର୍ଶୀ ସଙ୍ଗୀତ ପରିବେଷଣ ମୂଖ୍ୟ ଆକର୍ଷଣ ଥିଲା।

ବାଦ୍ୟଯନ୍ତ୍ରରେ ସୁବୋଧ ପାଢ଼ୀ, ସୁରେଶ ଭଟ୍ଟ, ଦେବଦତ୍ତ ପୃଷ୍ଟି, ସୁନୀଲ କୁମାର, ଜିତେଶ ଶ୍ରୀବାସ୍ତବ, ମନୋଜ କୁମାର ଏବଂ ନିଲୁ କୁମାର ସହଯୋଗ କରିଥିଲେ।

ସାଂସ୍କୃତିକ ସନ୍ଧ୍ୟାକୁ ସୁମନ ହରିଚନ୍ଦନ, ଧରିତ୍ରୀ ପାଣିଗ୍ରାହୀ ଓ ଆଦିତ୍ୟ ସ୍ୱାଇଁସୁଚାରୁ ରୂପେ ସଂଚାଳନା କରିଥିଲେ।

ବିଭିନ୍ନ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବରେ ଦିଲ୍ଲୀ ହାଉଜଖାସ ଜଗନ୍ନାଥ ମନ୍ଦିର ପରିଚାଳନା କରୁଥିବା ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ସାମୁଦାୟିକ ବିକାଶ ସମିତିର ସଭାପତି ତଥା ବରିଷ୍ଠ  ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଡଃ ମନୋରଞ୍ଜନ ମହାନ୍ତି ,କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା ଜାତୀୟ ସଭାପତି ଇଂ ଅକ୍ଷୟ କୁମାର ସାମଲ, ଚିରାଗ ଦିଲ୍ଲୀ ଏବଂ ସାହାପୁରଯାଠର କାଉନସିଲର କ୍ରିଶନ ଜାଖର,ପାୱାର ଗ୍ରିଡ଼ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ୱାଇ.

କେ.

ଦୀକ୍ଷିତ, ଏସଇସିଆଇଏଲ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ.କେ.

ନାୟକ, ଏନ୍.ଟି.ପି.ସି.ର ଅତିରିକ୍ତ ମହାପ୍ରବନ୍ଧକ ପ୍ରଶାନ୍ତ ଜେନା, ଏସ୍.ବି.ଆଇ.ର ଉପ ମହାପ୍ରବନ୍ଧକ ଜ୍ୟୋତ୍ସନା ମହାରଣା, ଏନ୍.ଏସ୍.ଆଇ.ସି.ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡଃ ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ,ଆଇ.ଏମ୍.ଡି.ର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଇରେଡାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଆମନ୍ତ୍ରିତ ଅତିଥି ମାନେ ଦିଲ୍ଲୀ ଠାରେ ଓଡ଼ିଶାର ଉନ୍ନତ କଳା, ଉତ୍କୃଷ୍ଟ  ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ୟର ପ୍ରଚାର ଓ ପ୍ରସାର କରିବା ନେଇ ଆୟୋଜକ ମାନଙ୍କର ଉଲ୍ଲେଖନୀୟ ଯୋଗଦାନକୁ ଭୁୟସୀ ପ୍ରଶଂସା କରିଥିଲେ ଓ ସେମାନଙ୍କୁ ସାଧୁବାଦ ଜଣାଇଥିଲେ।

Tamil Nadu Govt.: ଖଟିଖିଆଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ ସରକାରଙ୍କ ଦୁର୍ଗାପୂଜା ଭେଟି: ୧୨୫ ନୁହେଁ, ଏବେ ୧୫୦ ଦିନର କାମ ଯୋଗାଇ ଦିଆଯିବ                             ଉତ୍ସବକୁ ସୁଚାରୁରୂପେ ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ ପୂଜା କମିଟିର ସଭାପତି ରବି ରାୟ , ଉପସଭାପତି ଗୟାଧର ନାୟକ ଓ ହରିହର ସାମଲ,ସାଧାରଣ ସମ୍ପାଦକ ଦିଲୀପ କୁମାର ଥଟୋଇ,ଯୁଗ୍ମ ସମ୍ପାଦକ ବିଦ୍ୟାଧର ରାଉତ ଓ କୃପାସିନ୍ଧୁ ପ୍ରଧାନ,କୋଷାଧ୍ୟକ୍ଷ ଅଭୟ କୁମାର ଦାସ,ଯୁଗ୍ମ କୋଷାଧ୍ୟକ୍ଷ ବିଜୟାନନ୍ଦ ସାମଲ ଓ ଗୋଲେଖ ଚନ୍ଦ୍ର ସାହୁ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

କମିଟିର ଉପଦେଷ୍ଟା  ରବୀନ୍ଦ୍ରନାଥ ପ୍ରଧାନ,ସନ୍ତୋଷ କୁମାର ଷଢଙ୍ଗୀ,ରଞ୍ଜନ କୁମାର ମହାପାତ୍ର, ତୀର୍ଥଙ୍କର ଦାସ ଏବଂ ରଞ୍ଜିତ କୁମାର ରଥ  ମହୋତ୍ସବର ପ୍ରମୁଖ  ଦିଗଦର୍ଶକ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)