Drugs: ତିନି ହାତ ଦେଇ ଖୋରଧାକୁ ଆସୁଛି ଧଳାଜହର: କେରଳରେ କିଙ୍ଗପିନ୍, ଭୁବନେଶ୍ବରରେ ମଧ୍ୟସ୍ଥି
ଖୋରଧା: ଖୋରଧା ସହ କେରଳ ବ୍ରାଉନସୁଗାର ଲିଙ୍କ୍। କେରଳରେ ଲୁଚିଛନ୍ତି କିଙ୍ଗପିନ୍। ମଧ୍ୟସ୍ଥି ଅଛନ୍ତି ଭୁବନେଶ୍ବରରେ। କେରଳରୁ ଖୋରଧା ଭାୟା ଭୁବନେଶ୍ବର ଦେଇ ପହଞ୍ଚୁଛି ମାଲ୍। ଗତ ଛଅ ଦିନ ତଳେ ଖୋରଧା ଅବକାରୀ ବିଭାଗ ଧରପଗଡ଼ କରିଥିବା ୪୬ଲକ୍ଷ ଟଙ୍କାର ବ୍ରାଉନସୁଗାର୍ କାରବାରର ଏମିତି ଏକ ଅନ୍ତଃରାଜ୍ୟ ଲିଙ୍କ୍ ଖୋଜି ପାଇଛି ବିଭାଗ। ଯେଉଁଥିରେ ମଧ୍ୟସ୍ଥି ଓ କିଙ୍ଗପିନଙ୍କ ବିଷୟରେ ବିଭାଗ ଯଦିଓ ସୁରାକ୍ ପାଇଛି, କିନ୍ତୁ ସେ ଯାଏଁ ପହଞ୍ଚି ପାରିନି। ତଦନ୍ତ କରିବା ପାଇଁ ଅବକାରୀ ବିଭାଗ ହାତରେ ପୁଲିସ ଭଳି ବଡ଼ ଟେକ୍ନୋଲୋଜି ନାହିଁ। ତେଣୁ କିଙ୍ଗପିନ୍ ଓ ମଧ୍ୟସ୍ଥିଙ୍କ ପାଖରେ ପହଞ୍ଚିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇପଡ଼ିଛି ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତୀ ତ୍ରିପାଠୀ ପ୍ରକାଶ କରିଛନ୍ତି।
Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା
ସୂଚନା ମୁତାବକ, ଏ ଧରପଗଡ଼ ହୋଇଥିଲା ଖୋରଧା ସହର ନବୀନବାଗ ଗାନ୍ଧୀପଡ଼ିଆରୁ। କିଛିଦିନ ହେଲା ଖୋରଧା ଜିଲ୍ଲା ପୁଲିସ ବ୍ରାଉନସୁଗାର୍ ଧରପଗଡ଼ରେ ରେକର୍ଡ କରିଥିଲା। କେଉଁଠି ୩୦ଲକ୍ଷ ଟଙ୍କାର ତ, ପୁଣି କେଉଁଠି ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର୍ ଧରପଗଡ଼ କରି ବାଃ ବାଃ ସାଉଁଟିଥିଲା। କିନ୍ତୁ, ଅବକାରୀ ବିଭାଗ ଦ୍ବାରା ବ୍ରାଉନସୁଗାର୍ ଏତେ ପରିମାଣର ଧରପଗଡ଼ ଚଳିତବର୍ଷ ହୋଇ ନଥିଲା। ଗତମାସ ୨୮ତାରିଖ ଦିନ ଜିଲ୍ଲା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ନବୀନାବାଗ୍ ଅଞ୍ଚଳରେ ଛକି ବସିଥିଲା। ସେହି ବାଟ ଦେଇ ମା’ ପୁଅ ଅତି ସାଧାରଣ ଭାବେ ବ୍ରାଉନସୁଗାର୍ ପେଡ଼ି ନେଇ ଯାଉଥିବା ବେଳେ ପୂର୍ବ ସୂଚନା ମୁତାବକ ଉଭୟଙ୍କ ଉପରେ ମାଡ଼ି ବସିଥିଲା। ଖୋଜୁ ଖୋଜୁ ଏକ ଡବାରେ ଥିବା ମୋଟ ୪୬୦ଗ୍ରାମ୍ର ବ୍ରାଉନସୁଗାର୍ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୬ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଚଳିତବର୍ଷ ସର୍ବାଧିକ ପରିମାଣର ବ୍ରାଉନସୁଗାର୍ ଧରିବାରେ ଜିଲ୍ଲା ଅବକାରୀ ବିଭାଗକୁ ଏହି ସଫଳତା ମିଳିଥିଲା।
War: ଇରାନ ଉପରେ ଆକ୍ରମଣ ସ୍ଥଗିତ ରଖିଲେ ଟ୍ରମ୍ପ-ନେତାନ୍ୟାହୁ
ପୁଲିସ ହେଉ କି’ ଅବକାରୀ, ସବୁଥର ବଡ଼ଧରଣର ବ୍ରାଉନସୁଗାର୍ ଧରପଗଡ଼ ହେଲେ ବି ଏହାର ମୂଳ ମାଫିଆ କିଏ? କେଉଁଠୁ ମାଲ୍ ଆସୁଥିଲା? କେମିତି ଆସୁଥିଲା? ଏ ନେଟ୍ୱର୍କରେ ଆଉ ସବୁ କିଏ କିଏ ସମ୍ପୃକ୍ତ ଅଛନ୍ତି? ଏ ସବୁ ତମାମ୍ ପ୍ରଶ୍ନ ଉପରେ ପୁଲିସର ତଦନ୍ତ ପୂରା ନିରବତା ଅବଲମ୍ବନ କରୁଥିଲା। ପୁଲିସ ବିଭାଗ ପାଖରେ ତଦନ୍ତର ଭିନ୍ନ ଭିନ୍ନ କୌଶଳ ଥିଲେ ବି ମୁଖ୍ୟ କାର୍ପଟ୍ଦାର୍ ନିକଟରେ ପହଞ୍ଚିବାରେ ଖୋରଧା ଜିଲ୍ଲା ପୁଲିସ ଆଜି ପର୍ଯ୍ୟନ୍ତ ସଫଳ ହୋଇନାହିଁ। ଆଶ୍ଚର୍ଯ୍ୟର କଥା ହେଲା, ପ୍ରତ୍ୟେକ ଥର ଜିଲ୍ଲା ପୁଲିସର ବ୍ରାଉନସୁଗାର୍ ଧରପଗଡ଼ ବେଳେ ଅଭିଯୁକ୍ତଙ୍କ ସହିତ ସେମାନଙ୍କଠାରୁ ପୁଲିସ ଗୋଟିଏ ଗୋଟିଏ ମୋବାଇଲ୍ ବି ଧରୁଛି। କିନ୍ତୁ, ମୋବାଇଲରେ ଅଭିଯୁକ୍ତ କାହା କାହା ସହ କଥା ହୋଇଥିଲେ? ଏ ରୢାକେଟ୍ରେ ଆଉ କିଏ କିଏ ସବୁ ସମ୍ପୃକ୍ତ ଅଛନ୍ତି? ମୋବାଇଲ୍ କଲ୍ ଡିଟେଲ୍ସ ରେକର୍ଡରୁ ସେତକ ବି କେବେ ପଦାକୁ ଆସିବାର ନଜିର୍ ନାହିଁ। କିନ୍ତୁ, ୪୬୦ଗ୍ରାମ୍ ଧରପଗଡ଼ ପରେ ପୁଲିସଠାରୁ ଟିକେ ଆଗକୁ ଯାଇଛି ଅବକାରୀ ବିଭାଗ। ଉଭୟ ଅଭିଯୁକ୍ତ ମା’ ପୁଅଙ୍କୁ ପଚରାଉଚରା ପରେ ଏ ମାଲ୍ ସବୁ କେରଳରୁ ଆସିଥିଲା ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତୀ ତ୍ରିପାଠୀ ପ୍ରକାଶ କରିଛନ୍ତି। କିନ୍ତୁ, କେରଳ କିଙ୍ଗପିନ୍ ଭୁବନେଶ୍ବରର ଜଣଙ୍କୁ ମଧ୍ୟସ୍ଥି କରିଥିଲା। ଭୁବନେଶ୍ବରରେ ମାଲ୍ ଦେଇ ଯାଇଥିଲା। ମା’ ପୁଅ ଭୁବନେଶ୍ବରରୁ ମଧ୍ୟସ୍ଥିଠାରୁ ମାଲ୍ ନେଇ ଆସିଥିଲେ। କହିବାକୁ ଗଲେ, ତିନି ହାତ ଦେଇ କେରଳରୁ ମାଲ୍ ଖୋରଧାରେ ପହଞ୍ଚିଥିଲା ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତା’ର ତଦନ୍ତ ପାଇଁ ସିଡିଆର୍ ରିପୋର୍ଟର ଆବଶ୍ୟକତା ରହିଛି। ଆମ ଅବକାରୀ ବିଭାଗ ପାଖରେ ତଦନ୍ତ କରିବା ପାଇଁ ଏ ସବୁ ଟେକ୍ନୋଲୋଜି ନାହିଁ। ତେଣୁ, ଆମେ ପୁଲିସର ସହଯୋଗ ନେବୁ ବୋଲି ସେ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।