Drug Peddler arrest ବେପାରୀ ବେଶରେ ନିଶା ବେପାରୀ ବାବରକୁ ମାଡ଼ିବସିଲା ଅବକାରୀ ପୁଲିସ

Jul 20, 2026 - 20:52
Drug Peddler arrest ବେପାରୀ ବେଶରେ ନିଶା ବେପାରୀ ବାବରକୁ ମାଡ଼ିବସିଲା ଅବକାରୀ ପୁଲିସ

"୫ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ  ପାରାଦୀପ:  ପାରାଦୀପ  ଅବକାରୀ ବିଭାଗ ପକ୍ଷରୁ ପୌରାଞ୍ଚଳସ୍ଥିତ ଲକପଡା ବସ୍ତି ଅଞ୍ଚଳରେ ଚଢ଼ଉ କରି ଜଣେ ପେଷାଦାର ନିଶା ମାଫିଆଙ୍କୁ ଗିରଫ କରିଛି।

ଅଭିଯୁକ୍ତ ନିକଟରୁ ପ୍ରାୟ ୫ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍‌ସୁଗାର ଓ ୩୨ ହଜାର ଟଙ୍କା ନଗଦ ଜବତ କରିଛି।

Advertisment ଲକପଡାର ମନୋଜ ନନ୍ଦି ଓରଫ ବାବର ଜଣେ ପେଶାଦାର ବ୍ରାଉନସୁଗାର ବେପାରୀ।

ଅନେକ ଦିନ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍/ବ୍ରାଉନ୍‌ସୁଗାର ଆଦି ବେପାର କରୁଥିଲା।

ଏହା ପୂର୍ବରୁ ମଧ୍ୟ ପୁଲିସ ଏକାଧିକ ଥର ଚଢ଼ଉ କରିଛି।

Brown Sugar: ରଣପୁରରେ ୪୦୦ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ ଆଜି ଗ୍ରାହକଙ୍କୁ ବ୍ରାଉନ୍‌ସୁଗାର ବିକ୍ରି ଉଦ୍ଦେଶ୍ଯରେ ଯୋଜନା କରୁଥିବା ସୂଚନା ମିଳିଥିଲା।

ଏହାପରେ ପାରାଦୀପ ଅବକାରୀ ରେଞ୍ଜର ନିରିକ୍ଷକ ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ପାରାଦୀପ ଅବକାରୀ ଥାନାର  ଉପନିରିକ୍ଷକ ଧର୍ମପଦ ଦାସ, ଏଏସ୍ଆଇ ଗୟାଧର ସେଠୀ, କନଷ୍ଟେବଳ ଜୟଦେବ ପାତ୍ର, ମନୋରଞ୍ଜନ ଦାସ, ସନ୍ତୋଷୀ ସାହୁଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା।

Brown Sugar Seized ଭଦ୍ରକରେ ବ୍ରାଉନ ସୁଗାର ଜବତ , ଜଣେ ଗିରଫ ଟିମ୍‌ ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ପାରାଦୀପ ଅବକାରୀ ରେଞ୍ଜର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ମାଡିବସିଥିଲେ।

ଜବତ ହେରୋଇନ୍ ର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୪,୫୦,୦୦୦ ଟଙ୍କା ହେବ।

ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ କୁଜଙ୍ଗଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଇଛନ୍ତି।

ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବହୁ ମାମଲା ଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଅନିତା ପ୍ରଧାନ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।