IBPS PO Recruitment : ଆଇବିପିଏସ-୨୦୨୬: ବୃଦ୍ଧି ପାଇଲା ପଦବି ସଂଖ୍ୟା

Jul 21, 2026 - 16:17
IBPS PO Recruitment : ଆଇବିପିଏସ-୨୦୨୬: ବୃଦ୍ଧି ପାଇଲା ପଦବି ସଂଖ୍ୟା

"ନୂଆଦିଲ୍ଲୀ:ବ୍ୟାଙ୍କିଂ କ୍ଷେତ୍ରରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ।

ଆଇବିପିଏସ  ପିଓ ୨୦୨୬ ପାଇଁ ଖାଲି ପଦବିକୁ ଯଥେଷ୍ଟ ବୃଦ୍ଧି କରିଛି।

ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ, ଉଭୟ ନିଯୁକ୍ତିରେ ମୋଟ ୮,୪୦୦ ପଦବି ପୂରଣ କରାଯିବ।

ଆବେଦନର ଶେଷ ତାରିଖ ଜୁଲାଇ ୨୧ ରହିଛି।

ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି ସେମାନେ ବିଳମ୍ବ ନକରି ଆବେଦନ ଆରମ୍ଭ କରି ଦିଅନ୍ତୁ।

Advertisment ସଂଶୋଧିତ ଖାଲି ପଦବୀରେ ପଦବୀ ସଂଖ୍ୟା ବୃଦ୍ଧି ଆଇବିପିଏସ୍ ଦ୍ୱାରା ଜୁଲାଇ ୨୦ ତାରିଖରେ ପ୍ରକାଶିତ ସଂଶୋଧିତ ଖାଲି ପଦବି ତାଲିକା ଅନୁଯାୟୀ, ପିଓ ନିଯୁକ୍ତିରେ ପଦବି ସଂଖ୍ୟା ୬,୭୧୫ ରୁ ୭,୩୬୫ କୁ ବୃଦ୍ଧି ପାଇଛି।

ଯେଉଁଥିରେ ମୋଟ ୬୫୦ଟି ନୂତନ ପଦବିକୁ ଯୋଡ଼ା ଯାଇଛି।

ସ୍ପେଶାଲିଷ୍ଟ ଅଫିସର୍ ନିଯୁକ୍ତିରେ ପଦବି ସଂଖ୍ୟା ୭୪୫ ରୁ ୧,୦୩୫ କୁ ବୃଦ୍ଧି ପାଇଛି।

ଏହିପରି ଉଭୟ ନିଯୁକ୍ତି ପାଇଁ ମୋଟ ୯୪୦ଟି ନୂତନ ପଦବି ଯୋଡା ଯାଇଛି।

ଜମ୍ମୁ-କଶ୍ମୀରରେ ବର୍ଷା ଓ ଭୂସ୍କଳନ ଯୋଗୁଁ ୨ ଦିନରେ ୨୨ ମୃତ, ୮ ନିଖୋଜ ପିଓ ନିଯୁକ୍ତି ପାଇଁ କେଉଁ ବ୍ୟାଙ୍କରେ କେତେ ପଦବୀ ଖାଲି ଅଛି?

ସଂଶୋଧିତ ତାଲିକା ଅନୁସାରେ, ବ୍ୟାଙ୍କ ଅଫ୍ ବରୋଦାରେ ସର୍ବାଧିକ ୧୯୦୦ ପଦବି ଖାଲି ପଡ଼ିଛି।

ଏହା ପରେ କାନାରା ବ୍ୟାଙ୍କରେ ୧୫୦୦, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ୧୧୦୦, ଇଣ୍ଡିଆନ୍ ବ୍ୟାଙ୍କରେ ୬୫୦, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ୫୫୦, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୫୦୦-୫୦୦, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ୫୦୪ ଏବଂ ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କରେ ୧୬୧ଟି ପଦବି ଖାଲି ପଡ଼ିଛି।

ୟୁକେ ବ୍ୟାଙ୍କ ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏପର୍ଯ୍ୟନ୍ତ ସେମାନଙ୍କର ଖାଲି ପଦବି ରିପୋର୍ଟ କରିନାହାଁନ୍ତି, ତେଣୁ ଆହୁରି ଖାଲି ପଦବି ବୃଦ୍ଧି ପାଇବାର ସମ୍ଭାବନା ଅଛି।

କିଏ ଆବେଦନ କରିପାରିବେ?

ଆଇବିପିଏସ  ପିଓ  ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କର ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରି ଥିବା ଆବଶ୍ୟକ।

ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ ମିଳିବ।

ପ୍ରାର୍ଥୀମାନଙ୍କୁ ଏକ ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା, ବ୍ୟକ୍ତିତ୍ୱ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ଚୟନ କରାଯିବ।

ପ୍ରାରମ୍ଭିକ ପରୀକ୍ଷା ଅଗଷ୍ଟ ୨୨ ଏବଂ ୨୩ ରେ ଅନୁଷ୍ଠିତ ହେବ।

ମୁଖ୍ୟ ପରୀକ୍ଷା  ଅକ୍ଟୋବର ୪ରେ ହେବାପାଇଁ ସ୍ଥିର କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।