Drone attack: ସୁଦାନର ବଜାରରେ ବଡ଼ଧରଣର ଆକ୍ରମଣ, ଛୋଟପିଲାଙ୍କୁ ଟର୍ଗେଟ୍‌

Oct 21, 2026 - 07:43
Drone attack: ସୁଦାନର ବଜାରରେ ବଡ଼ଧରଣର ଆକ୍ରମଣ, ଛୋଟପିଲାଙ୍କୁ ଟର୍ଗେଟ୍‌

"ନାଇରୋବି: ବିବାଦୀୟ ଆବେଇ ଅଞ୍ଚଳର ଏକ ବଜାରରେ ସୁଦାନର ସେନା ଡ୍ରୋନ୍ ଆକ୍ରମଣ କରିଛି, ଯେଉଁଥିରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସୋମବାର ମଧ୍ୟାହ୍ନ ସମୟରେ ଏହି ଆକ୍ରମଣ ଘଟିଥିଲା।

ଆବେଇର କାର୍ଯ୍ୟକାରୀ ସୂଚନା ମନ୍ତ୍ରୀ ୟୋହାନା ଆକୋଲ୍ ଙ୍ଗୋର୍ ମଙ୍ଗଳବାର କହିଛନ୍ତି, ମୃତ୍ୟୁ ସଂଖ୍ୟା ୭୩ରୁ ୧୫୩ କୁ ବୃଦ୍ଧି ପାଇଛି।

ସେ କୌଣସି ପ୍ରମାଣ ପ୍ରଦାନ ନକରି କହିଛନ୍ତି ଯେ ଏହି ଆକ୍ରମଣ ପାଇଁ ସୁଦାନର ସେନା ଦାୟୀ।Advertisment ସୁଦାନର ସଶସ୍ତ୍ର ବାହିନୀର ଜଣେ ମୁଖପାତ୍ର ତୁରନ୍ତ ମନ୍ତବ୍ୟ ପାଇଁ ଅନୁରୋଧର ଉତ୍ତର ଦେଇ ନାହାଁନ୍ତି।

ତିନୋଟି କୂଟନୈତିକ ସୂତ୍ର କହିଛନ୍ତି ଯେ ଏହି ଆକ୍ରମଣ ବଜାରରେ ଅବସ୍ଥିତ ଏକ ଇନ୍ଧନ ଡିପୋକୁ ଟାର୍ଗେଟ କରିଥିଲା।

ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ ଜଣେ ସାଂସଦ ମଙ୍ଗଳବାର ଦିନ ରିପୋର୍ଟ କରିଛନ୍ତି ଯେ ଆଇଏସ୍‌ଆଇଏସ୍‌ ସଂଯୁକ୍ତ ଆତଙ୍କବାଦୀମାନେ ସପ୍ତାହାନ୍ତରେ ପୂର୍ବ ମାଲିର ମେନାକା ଅଞ୍ଚଳରେ ଆକ୍ରମଣ କରିଥିଲେ, ଯେଉଁଥିରେ ୪୮ ଜଣ ପ୍ରାଣ ହରାଇଥିଲେ।

ମୃତକଙ୍କ ମଧ୍ୟରେ ଶିଶୁ ଏବଂ ବୃଦ୍ଧ ଥିଲେ।

Drone Attack: ହର୍ମୁଜ୍ ନିକଟରେ ଏଲପିଜି ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ: ୯ ଭାରତୀୟଙ୍କ ସମେତ ୧୯ କ୍ରୁ ସଦସ୍ୟ ସୁରକ୍ଷିତ ଏହି ଗୋଷ୍ଠୀ ସାଧାରଣ ନାଗରିକଙ୍କୁ ଆକ୍ରମଣ କରିଥିଲା।

ସେ ଅଭିଯୋଗ କରିଛନ୍ତି, ଏହି ଲୋକମାନେ ମାଲି ସେନାକୁ ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍‌ଆଇଏସ୍‌ ଆଡ୍ଡା ବିଷୟରେ ସୂଚନା ଦେଇଥିଲେ, ଯାହା ପରେ ସେନା ଏହି ଗୋଷ୍ଠୀ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)