Drone Attack: ଇରାନର ଡ୍ରୋନ୍‌ ଆକ୍ରମଣ ପରେ ହର୍ମୁଜରେ ଜାତିସଂଘ ବନ୍ଦ କଲା ଉଦ୍ଧାର କାର୍ଯ୍ୟ

Jun 26, 2026 - 11:56
Drone Attack: ଇରାନର ଡ୍ରୋନ୍‌ ଆକ୍ରମଣ ପରେ ହର୍ମୁଜରେ ଜାତିସଂଘ ବନ୍ଦ କଲା ଉଦ୍ଧାର କାର୍ଯ୍ୟ

"ତେହେରାନ: ହର୍ମୁଜ୍ ପ୍ରଣାଳୀରେ ଡ୍ରୋନ୍ ଆକ୍ରମଣ ପରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି।

ଜାତିସଂଘର ଏକ ଦଳ ଏହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିବା ସମୟରେ ଇରାନ ପକ୍ଷରୁ ଏହି ଆକ୍ରମଣ ହୋଇଛି।

ଓମାନ ଉପକୂଳରେ ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ ପରେ, ଜାତିସଂଘର ସାମୁଦ୍ରିକ ସଂସ୍ଥା, ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମ୍‌ଓ) ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖିଛି।

ଆଇଏମ୍‌ଓର ନିଷ୍ପତ୍ତି ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜରେ ପ୍ରାୟ ୧୧,୦୦୦ ନାବିକଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।Advertisment ଅପରେସନ ଆରମ୍ଭ ଗତ କିଛି ଦିନ ହେଲା ଜାତିସଂଘ ଓମାନ ଓ ଅନ୍ୟ କେତେକ ସଦସ୍ୟ ଦେଶମାନଙ୍କ ସାହାଯ୍ୟରେ ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜକୁ ସୁରକ୍ଷିତ ଭାବେ ବାହାର କରିବାକୁ ଅପରେସନ ଆରମ୍ଭ କରିଥିଲା।

ଯୁଦ୍ଧ ଓ ସୁରକ୍ଷା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ଫସି ରହିଥିବା ଜାହାଜଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ପାର କରିବାରେ ସାହାଯ୍ୟ କରିବା ଏହି ମିଶନର ଲକ୍ଷ୍ୟ ଥିଲା।

କିନ୍ତୁ ଓମାନ ଉପକୂଳରେ ସିଙ୍ଗାପୁର ପତାକା ବହନ କରୁଥିବା ମାଲବାହୀ ଜାହାଜ "ଏଭର ଲଭଲି" ଉପରେ ଗୁରୁବାର ଆକ୍ରମଣ ପରେ ଆଇଏମ୍‌ଓ ଏହାର ଉଦ୍ଧାର କାର୍ଯ୍ୟ ବନ୍ଦ ରଖିଛି।

ଏହି ଆକ୍ରମଣରେ କୌଣସି ନାବିକଙ୍କ ମୃତ୍ୟୁ ହୋଇ ନଥିଲେ ମଧ୍ୟ ଜାହାଜ କ୍ଷତିଗ୍ରସ୍ତ ହୋଇଥିଲା।

ଫଳରେ ଆଇଏମ୍‌ଓ ସୁରକ୍ଷା କାରଣର ଦ୍ବାହି ଦେଇ ଉଦ୍ଧାର କାର୍ଯ୍ୟ ଅସ୍ଥାୟୀ ଭାବେ ବନ୍ଦ ରଖିଛି।

ଆଇଏମ୍‌ଓ ମହାସଚିବ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି ଯେ, ଉଦ୍ଧାର କରାଯିବା ତାଲିକାରେ ଥିବା ଜାହାଜଗୁଡ଼ିକର ସୁରକ୍ଷା ସୁନିଶ୍ଚିତ ନହେବା ପର୍ଯ୍ୟନ୍ତ ଅଭିଯାନ ଆଗକୁ ବଢ଼ିବ ନାହିଁ।

ତେବେ ଗୁରୁବାର ଆକ୍ରମଣର ଶିକାର ଜାହାଜ ଜାତିସଂଘର ଉଦ୍ଧାର ମିଶନର ଅଂଶ ନଥିଲା।

ଏହି ଘଟଣା ସ୍ପଷ୍ଟ କରିଛି ଯେ, ସମୁଦ୍ର ପଥ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ।

ଆଇଏମ୍‌ଓ କହିଛି ଯେ, ଏହି ଅଞ୍ଚଳରେ ପାଖାପାଖି ୨୦,୦୦୦ ନାବିକ ପୃଥକ୍‌ ପୃଥକ୍‌ ଜାହାଜରେ ଫସି ରହିଛନ୍ତି।

ଏମାନଙ୍କ ମଧ୍ୟରୁ ୧୧,୦୦୦ ନାବିକଙ୍କୁ ଉଦ୍ଧାର କରିବାକୁ ସ୍ବତନ୍ତ୍ର ଯୋଜନା କରାଯାଇଥିଲା।

ଏବେ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିବାବେଳେ ନାବିକମାନେ ମଝି ସମୁଦ୍ରରେ ଫସି ରହିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ୧୨୫ଟି ଜାହାଜ ହର୍ମୁଜ ପାର୍‌ କରିଥିଲା।

Uttarakhand: ଉତ୍ତରାଖଣ୍ଡରେ ନିହାଙ୍ଗ ଶିଖ୍‌ଙ୍କ ବିରୋଧ ଥମିଲା: ଡେରାଡୁନ୍‌ ସ୍ଥିତି ସ୍ବାଭାବିକ "