Eviction drive: ରାଜଧାନୀରେ ଆଉ ଚଳିବନି ଅପରାଧୀଙ୍କ ବେଆଇନ ସାମ୍ରାଜ୍ୟ, ଆଡ୍ଡାରେ ବୁଲିଲା ବୁଲ୍‌ଡ଼ୋଜର

Jun 26, 2026 - 11:55
Eviction drive: ରାଜଧାନୀରେ ଆଉ ଚଳିବନି ଅପରାଧୀଙ୍କ ବେଆଇନ ସାମ୍ରାଜ୍ୟ, ଆଡ୍ଡାରେ ବୁଲିଲା ବୁଲ୍‌ଡ଼ୋଜର

ଭୁବନେଶ୍ୱର,୨୬/୦୬: ରାଜଧାନୀରେ ଆଉ ଚଳିବନି ଅପରାଧୀଙ୍କ ଗୁଣ୍ଡାଗର୍ଦ୍ଦିକି ବେଆଇନ ସାମ୍ରାଜ୍ୟ । ସରକାରୀ ସମ୍ପତ୍ତି ଲୁଟ୍ କରି ବେଆଇନ କାରବାର ଚଳାଇବା ଅପରାଧୀଙ୍କୁ ମହଙ୍ଗା ପଡ଼ିଛି । ଖାରବେଳନଗର ଥାନା ଅଧୀନ ଶାନ୍ତିନଗର ଅଞ୍ଚଳରେ ଅପରାଧୀଙ୍କ କବାଡ଼ି ଗୋଦାମରେ ପ୍ରଶାସନର ବୁଲଡୋଜର ଚଢ଼ିଛି । ସ୍ମାର୍ଟ ସିଟିର ସରକାରୀ ସମ୍ପତ୍ତି ଲୁଟ୍ କରି ବେଆଇନ କବାଡ଼ି ଦୋକାନ ଚଲାଉଥିବା ଦୁର୍ବୃତ୍ତଙ୍କ ଆଡ୍ଡାସ୍ଥଳୀକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦିଆଯାଇଛି ।

ଅଧିକ ପଢ଼ନ୍ତୁ :- Polio Vaccine: ରବିବାର BMC ଅଞ୍ଚଳରେ ବ୍ୟାପକ ପଲ୍‌ସ ପୋଲିଓ ଟୀକାକରଣ, ୫ ବର୍ଷ ମଧ୍ୟରେ ଶିଶୁମାନଙ୍କୁ ଦିଆଯିବ ୨ ବୁନ୍ଦା ପୋଲିଓ

ପୁଲିସ ସୂଚନା ଅନୁଯାୟୀ, ଗତମାସ ୨୭ ତାରିଖ ରାତିରେ ରାମମନ୍ଦିର ଠାରୁ ଆଇଡିବିଆଇ ଛକ ପର୍ଯ୍ୟନ୍ତ ଜନପଥର ଉଭୟପାଶ୍ୱର୍ରେ ଥିବା ବିଦ୍ୟୁତ୍ ଖୁଣ୍ଟ ସବୁ ଚୋରି ହୋଇଥିଲା । ଏନେଇ ସ୍ମାର୍ଟ ସିଟି ଲିମିଟେଡ୍‌ର ଡେପୁଟି ମ୍ୟାନେଜର ସିଦେ୍ଧଶ୍ୱର ବେହେରା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ୫ ଚୋରଙ୍କ ସମେତ କବାଡ଼ିବାଲା ସେକ୍ ଇସଲାମଙ୍କୁ ଗିରଫ କରିଥିଲା । ଇସଲାମ ଏବଂ ସେକ୍ ହମିଦ ବିଦ୍ୟୁତ୍ ଖୁଣ୍ଟଠାରୁ ଆରମ୍ଭ କରି ବିଦ୍ୟୁତ ତାର ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଚୋରଙ୍କଠାରୁ କିଣୁଥିଲେ । ସେ ସବୁକୁ ଉକ୍ତ କବାଡ଼ି ଗୋଦାମରେ ଗଚ୍ଛିତ କରି ରଖିବା ପରେ ବିକ୍ରି କରି ମାଲେମାଲ ହେଉଥିଲେ। ଇସଲାମକୁ ଶାନ୍ତିନଗରର ସେକ୍ ଆନସ, ସେକ୍ ଜାଇବୁର, ସେକ୍ ଜାଇନାଲ ଏବଂ ସେକ୍ ରାଜେଶର ଏସବୁ ଚୋରି ଏବଂ କବାଡ଼ି କାରବାର ପଛରେ ହାତ ରହିଥିବା ଜଣାପଡ଼ିଥିଲା । ତେଣୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ପୁଲିସ ଓ ବିଏମ୍‌ସି ପକ୍ଷରୁ ସରକାରୀ ଜମିରେ ଥିବା ଉକ୍ତ କବାଡ଼ି ଗୋଦାମକୁ ବୁଲ୍‌ଡୋଜର ଚଢ଼ାଇ ମାଟିରେ ମିଶାଇ ଦେଇଛି ।