Drivers Burnt: ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା, ଗାଡ଼ି ସହିତ ଜୀବନ୍ତ ଜଳିଗଲେ ଦୁଇ ଚାଳକ
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା ।
ଗାଡ଼ି ସହିତ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର ।ଟ୍ରକ ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ଡ୍ରାଇଭର।
ଡ୍ରାଇଭରମାନଙ୍କ ପରିଚୟ ମିଳିପାରିନାହିଁ ।
ସେମାନେ ବିହାର ଅଂଚଳର ହୋଇଥିବା ସୂଚନା ରହିଛି ।
ସୁନ୍ଦରଗଡ଼ କୋଲକରିଡର ଅଁଳାବାହାଲ ଛକ ନିକଟରେ ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା।
Advertisment ବଞ୍ଚାଇବା ଅସମ୍ଭବ ଥିଲା ସ୍ଥାନୀୟ ଲୋକେ ଡ୍ରାଇଭରମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।
ହେଲେ ନିଆଁ ଏତେ ଜୋରରେ ଥିଲା ଯେ ବଞ୍ଚାଇବା ଅସମ୍ଭବ ଥିଲା ।ଜୀଅନ୍ତା ଜଳି ମରିଗଲେ ଦୁଇ ଡ୍ରାଇଭର।
ଘଟଣା ସ୍ଥଳରେ ଲେଫ୍ରିପଡା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।
Maoist Couple: ୭ ଲକ୍ଷ ଟଙ୍କାର ପୁରସ୍କାର ଥିବା ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ, ପୁଲିସକୁ ହସ୍ତାନ୍ତର କଲେ ଅସ୍ତ୍ରଶସ୍ତ୍ର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
