Drinking water: ପ୍ରଦୂଷିତ ଭୂତଳ ଜଳ ପାଇଁ ବିକଳ୍ପ ପଦକ୍ଷେପ; ନିର୍ମଳ ବୁନ୍ଦା ଲୋକାର୍ପିତ

Sep 12, 2026 - 23:47
Drinking water: ପ୍ରଦୂଷିତ ଭୂତଳ ଜଳ ପାଇଁ ବିକଳ୍ପ ପଦକ୍ଷେପ; ନିର୍ମଳ ବୁନ୍ଦା ଲୋକାର୍ପିତ

"କାଳିଆପାଣି (ରବି ନାରାୟଣ କର): କ୍ରୋମ୍‌ ଉପତ୍ୟକାର ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳର ରାଁସୋଳ ଓ କାଳିଆପାଣି ପଞ୍ଚାୟତର ଅଧିକାଂଶ ଗାଁର ଭୂତଳ ଜଳ ପ୍ରଦୂଷିତ ବୋଲି ସରକାରଙ୍କ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିଲା।

ସୁକିନ୍ଦା ବ୍ଲକ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ଉକ୍ତ ୨ ପଞ୍ଚାୟତରେ ଥିବା ୧୦ଟି ଗାଁର ଅଧିକାଂଶ ନଳକୂଅର ପାଣି ବ୍ୟବହାର ଅନୁପଯୁକ୍ତ ଦର୍ଶାଯାଇ ଏହାର ହ୍ୟାଣ୍ଡଲ ଖୋଲି ନିଆଯାଇଥିଲା।

Advertisment ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପକ୍ଷରୁ ଏହି ୨ ପଞ୍ଚାୟତର ୨୭୦୦ ପ୍ରଭାବିତ ପରିବାରକୁ ନିର୍ମଳବୁନ୍ଦା ଯୋଜନାରେ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ବ୍ୟବସ୍ଥା କରାଯାଇଛି।

ଡିଏମ୍‌ଏଫ୍‌ ପକ୍ଷରୁ ଦେଶରେ ଏହା ପ୍ରଥମ ପଦକ୍ଷେପ ବୋଲି ବିଭାଗୀୟ ସୂଚନା ଦିଆଯାଇଛି।

ଶୁକ୍ରବାର ରାଁସୋଳ ପଞ୍ଚାୟତର କଲରଙ୍ଗି ଝୁମ୍ପୁରିସାହି ଓ କାଳିଆପାଣି ପଞ୍ଚାୟତ ଅଫିସ ପାଖରେ ପ୍ରତିଷ୍ଠା କରାଯାଇଥିବା ୨ଟି କ୍ଷୁଦ୍ର ଜଳ ବି‌ଶୋଧନ କାରଖାନା ସହିତ ପିଇବାପାଣି ବିତରଣ କେନ୍ଦ୍ର ସମବାୟ ମନ୍ତ୍ରୀ ଡ.

ପ୍ରଦୀପ ବଳସାମନ୍ତଙ୍କ ଦ୍ବାରା ଲୋକାର୍ପିତ ହୋଇଛି।

ଗତକାଲି ସଂଧ୍ୟା କାଳିଆପାଣି ସରକାରୀ ପ୍ରାଥମିକ ସ୍କୁଲ ପଡ଼ିଆରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର ସମାବେଶରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ମୁଖ୍ୟଅତିଥି ଓ ସାଂସଦ ଡ.

ରବୀନ୍ଦ୍ର ନାରାୟଣ ବେହେରା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଜନସାଧାରଣଙ୍କ ମୌଳିକ ସୁବଧା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ।

ଶତାଧିକ ହିତାଧିକାରୀଙ୍କୁ ସେ ନିର୍ମଳବୁନ୍ଦା ଏଟିଏମ୍‌ କାର୍ଡ ପ୍ରଦାନ କରିଥିଲେ।

Neglect: ରଗଡ଼ା ପନାସିଆରେ ପାନୀୟଜଳ ସଂକଟ: ୨ ନଳକୂଅ ଉପରେ ନିର୍ଭର ୧୨୦ ପରିବାର କଳିଙ୍ଗନଗର ଅତିରକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଜିଲ୍ଲା ପରିଷଦର ସହକାରୀ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ, ସୁକିନ୍ଦା ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି, ଦାନଗଦୀ ବିଡିଓ ପ୍ରଦୀପ କୁମାର ସେଠୀ, ଡିଏମ୍‌ଏଫ୍  ଟିମ୍‌ ଲିଡର ଡ.

ସତ୍ୟ ସ୍ବରୂପ ପଣ୍ଡା, ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିଅନ୍ ସଭାପତି ଇଂ ସବ୍ୟସାଚୀ ବଳସାମନ୍ତ, ସାଧାରଣ ସମ୍ପାଦକ ଅମଳେନ୍ଦୁ ବେହୁରା, କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ଧୀର, କଅଁସ ପଞ୍ଚାୟତର ସମିତିସଭ୍ୟା ନିତିମା ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବିଡିଓ ଶ୍ରୀମତୀ ପୃଷ୍ଟି ଧନ୍ୟବାଦ ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)