DRI ପକ୍ଷରୁ ଜାତୀୟ ରାଜପଥରେ ପାଟ୍ରୋଲିଂ, ପ୍ରାୟ ୮ କୋଟିର ସୁନା ଜବତ

Oct 11, 2026 - 11:08
DRI ପକ୍ଷରୁ ଜାତୀୟ ରାଜପଥରେ ପାଟ୍ରୋଲିଂ, ପ୍ରାୟ ୮ କୋଟିର ସୁନା ଜବତ

DRI ପକ୍ଷରୁ ଜାତୀୟ ରାଜପଥରେ ପାଟ୍ରୋଲିଂ, ପ୍ରାୟ ୮ କୋଟିର ସୁନା ଜବତ

ନନ୍ଦିଘୋଷ ବ୍ୟୁରୋ: DRI ପକ୍ଷରୁ ଜାତୀୟ ରାଜପଥରେ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସୁନା ଜବତ। ଦୀର୍ଘ ସମୟ ଧରି ପିଛା କରିବା ପରେ କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଏକ କାରକୁ ବିଶାଖାପାଟଣାରେ ଅଟକାଇଥିଲେ DRI ଅଧିକାରୀ। ଗାଡ଼ିରେ ଦୁଇ ଜଣ ଯାତ୍ରୀ ଥିଲେ। ଦୀର୍ଘ ସମୟ ଧରି ପଚରାଉଚରା ଓ ଗାଡ଼ିରେ ବ୍ୟବସ୍ଥିତ ଭାବେ ଯାଞ୍ଚ କରିବା ପରେ ସାମ୍ନା ସହଯାତ୍ରୀଙ୍କ ସିଟ୍‌ ତଳେ ଥିବା ଗୋଡ଼ ରଖିବା ସ୍ଥାନରେ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ଗୁପ୍ତ ଚାମ୍ବର ଠାବ କରାଯାଇଥିଲା। ଏହି ଗୁପ୍ତ ଚାମ୍ବରରୁ ତିନୋଟି ପ୍ୟାକେଟ୍‌ରେ ରଖାଯାଇଥିବା ୨୪ କ୍ୟାରେଟ୍‌ ତଥା ୯୯୯ ଶୁଦ୍ଧତାର ବିଦେଶୀ ସୁନା ଜବତ କରାଯାଇଛି।

ଜବତ ସୁନାର ମୋଟ ଓଜନ ୫ ହଜାର ୮୩୨.୯୦ ଗ୍ରାମ ହେବ। ଏହାର ବଜାର ମୂଲ୍ୟ ପ୍ରାୟ ୮.୯୮ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହି ସୁନା ଭାରତ-ବାଂଲାଦେଶ ସୀମା ଦେଇ ଚୋରା ଚାଲାଣ କରାଯାଇଥିବା ଓ ଏହାକୁ ହାଇଦ୍ରାବାଦ ନିଆଯାଉଥିଲା ବୋଲି ଗିରଫ ବ୍ୟକ୍ତି ସ୍ୱୀକାର କରିଛି। କଷ୍ଟମ୍ସ ଆଇନ, ୧୯୬୨ର ବିଭିନ୍ନ ଧାରା ଅନୁଯାୟୀ ସୁନାକୁ ଜବତ କରାଯାଇଛି। ଘଟଣାରେ ଉଭୟ ବ୍ୟକ୍ତିଙ୍କୁ ଗିରଫ କରାଯାଇ ସମ୍ପୃକ୍ତ ଅଦାଲତରେ ହାଜର କରାଯାଇଥିଲା। ପରେ ଅଦାଲତ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)