Dreaming: ଶୋଷଣମୁକ୍ତ ଭାରତର ସ୍ବପ୍ନ ଦେଖି ଆମେ କେବଳ ଶୋଷିତ ହେଉଛନ୍ତି: କୃଷ୍ଣା ମହାନ୍ତି

Oct 20, 2026 - 23:44
Dreaming: ଶୋଷଣମୁକ୍ତ ଭାରତର ସ୍ବପ୍ନ ଦେଖି ଆମେ କେବଳ ଶୋଷିତ ହେଉଛନ୍ତି: କୃଷ୍ଣା ମହାନ୍ତି

"ଓଡ଼ିଶାରେ ଗାନ୍ଧୀବାଦୀ ବିଚାରଧାରା ଓ ସମାଜସେବା କ୍ଷେତ୍ରରେ ଏକ ସମ୍ମାନନୀୟ ବ୍ୟକ୍ତିତ୍ବ ଶ୍ରୀମତୀ କୃଷ୍ଣା ମହାନ୍ତି ।

ଛୋଟବେଳୁ ତ୍ୟାଗ, ସେବା ଓ ପ୍ରତିବଦ୍ଧତାର ପରିବେଶରେ ବଢ଼ି ଆସିଥିବା କୃଷ୍ଣା ଜୀବନର ଅପରାହ୍‌ଣରେ ମଧ୍ୟ ତାକୁ ବଜାୟ ରଖିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ସେବାଗ୍ରାମ ଆଶ୍ରମରେ ପିଲାଦିନ କାଟିଥିବା ଶ୍ରୀମତୀ ମହାନ୍ତି ଆଜି ମଧ୍ୟ ଗାନ୍ଧୀ ଦର୍ଶନକୁ ପାଥେୟ କରିଛନ୍ତି। "ଉତ୍କଳ ଗାନ୍ଧୀ ସ୍ମାରକ ନିଧି"ର ସଭାପତି ଭାବେ ସେ ଦୀର୍ଘ ବର୍ଷରୁ ଗାନ୍ଧୀ ବିଚାରର ପ୍ରଚାର ପ୍ରସାର କରିଆସୁଛନ୍ତି।

ଏଥିସହିତ ବାଜିରାଉତ ଛାତ୍ରାବାସ ସମେତ ଉତ୍କଳ ନବଜୀବନ ମଣ୍ଡଳ ମାଧ୍ୟମରେ ସେ ଅବହେଳିତ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ନିରବଚ୍ଛିନ୍ନ ପ୍ରୟାସ କରିଆସୁଛନ୍ତି।

ଓଡ଼ିଶାରେ ଗାନ୍ଧୀଦର୍ଶନ, ଅହିଂସା, ସାମାଜିକ ସଦ୍‌ଭାବ ଓ ଗାଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ଦିଗରେ ସେ ହେଉଛନ୍ତି ଜୀବନ୍ତ କିଂବଦନ୍ତି।

ତାଙ୍କର ସରଳ ଜୀବନଶୈଳୀ ଓ ସମାଜ ପ୍ରତି ତାଙ୍କ ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି।

ସମାଜରେ ଶାନ୍ତି, ସଂପ୍ରୀତି ପ୍ରତିଷ୍ଠା ସାଙ୍ଗକୁ ଗାଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ଲାଗି ତାଙ୍କ ସତତ ପ୍ରୟାସ ସମାଜକୁ ଉଦ୍‌ବୁଦ୍ଧ କରିଛି ।

ଦୁର୍ଗତ ମଣିଷର ଉତ୍‌ଥାନକୁ ଜୀବନର ବ୍ରତ କରିଥିବା  ଏହି ଅନନ୍ୟ ଗାନ୍ଧୀ ଅନୁଗାମୀଙ୍କୁ ଅନୁଗୋଳରେ ସାକ୍ଷାତ କରିଥିଲେ ପତିତପାବନ ସାହୁAdvertisment ଆପଣ ପିଲାଦିନେ ମହାତ୍ମା ଗାନ୍ଧୀଙ୍କ ସହ ସେବାଗ୍ରାମରେ କିଛି ସମୟ ବିତାଇଥିଲେ।

ସେହି ସମୟର କେଉଁ ସ୍ମୃତି ଓ ଅନୁଭୂତି ଏବେ ବି ଆପଣଙ୍କ ମନରେ ଜୀବନ୍ତ ହୋଇ ରହିଛି?

ଭାରତ ଛାଡ଼ ଆନ୍ଦୋଳନ ସମୟରେ ମୋ ମା" ମାଳତୀ ଚୌଧୁରୀଙ୍କ ସମେତ ପରିବାରର ସମସ୍ତେ ଜେଲ୍‌ ଯାଇଥିଲେ।

ସେତେବେଳେ ମୋ ବୟସ ୩ ବର୍ଷ ପାଖାପାଖି ହେବ।

ଏହି ସମୟରେ ମୋ ଦେହ ବହୁତ ଖରାପ ହେବାରୁ ମୁଁ ଜେଲ୍‌ରେ ଦେଢ଼ ମାସ ରହିଥିଲି।

୧୯୪୪ ମସିହାରେ ଜେଲ୍‌ରୁ ମୋ ବଡ଼ ଭଉଣୀ ଉତ୍ତରା ଚୌଧୁରୀ ଖଲାସ ହେବା ପରେ ଗାନ୍ଧୀଙ୍କ ଡାକରାରେ ସେବାଗ୍ରାମକୁ ଯାଇଥିଲେ।

ସେତେବେଳେ ମୁଁ ତାଙ୍କ ସହ ସେବାଗ୍ରାମ ଆଶ୍ରମକୁ ଯାଇ ରହିଥିଲି।

ସେଇଠି ସବୁଦିନେ ମୁଁ ଗାନ୍ଧୀଜୀଙ୍କୁ ଦୂରରୁ ଦେଖୁଥିଲି।

ଦିନେ ଆଶା ଦେବୀ ମୋତେ ଗାନ୍ଧୀଜୀଙ୍କ ପାଖକୁ ନେଇ ଯାଇଥିଲେ।

ଇଏ ମାଳତୀର ଝିଅ ବୋଲି ଚିହ୍ନାଇଦେଲେ।

କିନ୍ତୁ ସେଦିନ ତାଙ୍କର ମୌନବ୍ରତ ଥିବାରୁ ସେ କିଛି କହି ନଥିଲେ।

ମତେ ଦେଖି ହସିଦେଇ କେବଳ ଠାରରେ ଚେପିନାକି ବୋଲି ଇସାରା କରିଥିଲେ।

ସେଠାରେ ଦିନେ ସକାଳେ ମୁଁ ଗଙ୍ଗଶିଉଳି ଫୁଲ ଗୋଟାଉଥିଲା ବେଳେ ବାପୁ ପ୍ରାତଃଭ୍ରମଣରୁ ଫେରୁଥିଲେ।

ମତେ ଦେଖି ପିଠିରେ ହାତ ଥାପୁଡ଼େଇଥିଲେ।

ତା" ପରେ କହିଥିଲେ, "ଆଗେ ଆଗେ ଚଲୋ..."।

ବାପୁଙ୍କ ଏହି ସ୍ନେହ ମତେ ବହୁତ ପ୍ରଭାବିତ କରିଥିଲା।

ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ଭଳି ଦୁଇ ମହାନ୍‌ ସ୍ୱାଧୀନତା ସଂଗ୍ରାମୀଙ୍କ ଝିଅ ହେବା ଆପଣଙ୍କ ପାଇଁ କେତେ ବଡ଼ ଗର୍ବର ବିଷୟ ଓ ସେମାନଙ୍କ ଆଦର୍ଶକୁ ଆଗକୁ ନେବାରେ ଆପଣ କେତେଦୂର ସଫଳ ହୋଇଛନ୍ତି ବୋଲି ଭାବୁଛନ୍ତି?ଯେଉଁମାନେ ସ୍ବାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ, ସେହି ପରିବାରରେ ଜନ୍ମ ହେବା ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ।

କିନ୍ତୁ ସେମାନେ ଯେଉଁ ତ୍ୟାଗ କରିଥିଲେ, ଆମର ସେ ସାମର୍ଥ୍ୟ ନାହିଁ।

ନବକୃଷ୍ଣ ଓ ମାଳତୀ ଚୌଧୁରୀଙ୍କ ଜୀବନ ତ୍ୟାଗ ଓ ଦେଶପ୍ରେମର ଅନନ୍ୟ ଉଦାହରଣ।

ଏହି ପରମ୍ପରାକୁ ଆଗେଇ ନେବା ପାଇଁ ଆମେ ଚେଷ୍ଟା କରିଛୁ।

କିନ୍ତୁ ସେହି ଅନୁସାରେ ସଫଳ ହୋଇପାରିନାହୁଁ।

ତଥାପି ସେମାନେ ଦେଖାଇଥିବା ପଥରୁ ବିଚ୍ୟୁତ ହୋଇନାହୁଁ।

ବାଜି ରାଉତ ଛାତ୍ରାବାସ ଗଠନ କରିବାର ଉଦ୍ଦେଶ୍ୟ କ"ଣ ଥିଲା?

ଏବର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଅନୁଷ୍ଠାନ ଗରିବ ଓ ଗ୍ରାମାଞ୍ଚଳର ପିଲାମାନଙ୍କୁ କିପରି ସ୍ୱାବଲମ୍ବୀ କରୁଛି?ମୌଳିକ ଶିକ୍ଷାକୁ ଗୁରୁତ୍ବ ଦେବା ପାଇଁ ବାଜି ରାଉତ ଛାତ୍ରାବାସ ଗଠନ କରାଯାଇଥିଲା।

ଏଠାରେ ପିଲାମାନଙ୍କୁ ବିଭିନ୍ନ ମୌଳିକ ଶିକ୍ଷା ପ୍ରଦାନ କରାଯାଉଥିଲା।

ଏହି ଛାତ୍ରାବାସ ବିଭିନ୍ନ ସଘନ ମୌଳିକ ଶିକ୍ଷାର ଏକ ପ୍ରୟୋଗଶାଳା ଥିଲା।

କିନ୍ତୁ ‌ପରେ ମୌଳିକ ଶିକ୍ଷାକୁ ସରକାର ବନ୍ଦ କରି ଦେଇଥିଲେ।

ତଥାପି ଏବେ ବି ଏଠାରେ ପିଲାମାନଙ୍କୁ ସୂତାକଟା, ବଗିଚା କାମ, ଗୋପାଳନ, ମାଛଚାଷ, ସିଲାଇ ଶିକ୍ଷା ଆଦି ପ୍ରଦାନ କରାଯାଉଛି।

ପିଲାମାନଙ୍କୁ ନୃତ୍ୟ ଗୀତ ଶିଖାଇବା ସହ ସର୍ବଧର୍ମ ପ୍ରାର୍ଥନା କରାଯାଉଛି।

ଏଠାରେ କାମ କରିବା ପାଇଁ ବାହାର ଲୋକ ନାହାନ୍ତି।

ଛାତ୍ରାବାସର ସମସ୍ତ ଅନ୍ତେବାସୀ ନିଜ କାମ ନିଜେ କରନ୍ତି।

ଏହି କର୍ମ ସଂସ୍କୃତି ହିଁ ସେମାନଙ୍କୁ ଭବିଷ୍ୟତ ଜୀବନରେ ସ୍ବାବଲମ୍ବୀ ହେବାକୁ ପ୍ରେରିତ କରୁଛି।

Neglect: ଜୀବିକା ମିସନ ଓ ମିସନ ଶକ୍ତିରେ କର୍ମଚାରୀ ମରୁଡି ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଭାବେ ଓଡ଼ିଶାର କୋଣ ଅନୁକୋଣରେ ଗାନ୍ଧୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ଆପଣ କେଉଁ ସବୁ ନୂଆ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି?ଖଦୀ ଓ ଗ୍ରାମୋଦ୍ୟୋଗର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯାଉଛି।

ଏବେ ବି ଗ୍ରାମୋଦ୍ୟୋଗ କାମ ଚାଲିଛି।

ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର କାହାଣୀ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭିନ୍ନ ସମୟରେ ପୁସ୍ତକ ପ୍ରକାଶ କରାଯାଉଛି।

ଗାନ୍ଧୀଙ୍କ ରଚନାବଳୀକୁ ପୁସ୍ତକ ଆକାରରେ ପ୍ରକାଶନ କରାଯାଇଛି।

ବଡ଼କଥା ହେଲା, ସମାଜରେ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବାରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି କାମ କରୁଛି।

ଏବେ ସାମାନ୍ୟ କଥାରେ ଦଙ୍ଗା, ଗଣ୍ଡଗୋଳ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିଲା ବେଳେ ଲୋକମାନଙ୍କୁ ଏଥିରୁ କ୍ଷାନ୍ତ ରଖିବାକୁ ଉଦ୍ୟମ କରାଯାଉଛି।

ଅତୀତରେ ଭଦ୍ରକ, କନ୍ଧମାଳ ଓ କଟକ ଆଦି ସ୍ଥାନରେ ଦେଖା ଦେଇଥିବା ସାଂପ୍ରଦାୟିକ ଦଙ୍ଗା ପ୍ରଶମନ କରିବାରେ ଆମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।

ଆଜିର ସମୟରେ ଗାନ୍ଧୀଜୀଙ୍କ ଅହିଂସା ଓ ସର୍ବୋଦୟ ବିଚାର କେତେଦୂର ପ୍ରାସଙ୍ଗିକ?ଗାନ୍ଧୀ ବିଚାର ସବୁ ଯୁଗ ପାଇଁ ପ୍ରାସଙ୍ଗିକ ହୋଇ ରହିବ।

ଏବେ ସବୁଆଡ଼େ ହିଂସା ବ୍ୟାପୁଥିଲା ବେଳେ ଗାନ୍ଧୀଙ୍କ ବିଚାର ହିଁ ଏ ଦୁନିଆକୁ ବଞ୍ଚାଇ ପାରିବ।

ଏକଥାକୁ ବିଭିନ୍ନ ରାଷ୍ଟ୍ର ବୁଝିଲେଣି।

ଏଥିପାଇଁ ବିଦେଶରେ ଗାନ୍ଧୀଙ୍କ ପ୍ରତି ସମ୍ମାନ ବଢ଼ିବାରେ ଲାଗିଛି।

ବହୁଲୋକ ଏବେ ବି ଗାନ୍ଧୀଙ୍କ ବିଚାରରେ ନିଜ ଜୀବନକୁ ଆଗକୁ ନେଉଛନ୍ତି।

ଗ୍ରାମାଞ୍ଚଳରେ ମହିଳାମାନଙ୍କ ଅଧିକାର ଓ ସେମାନଙ୍କ ସାମାଜିକ ସ୍ଥିତିରେ ସୁଧାର ଆଣିବା ପାଇଁ ଆପଣ ଦୀର୍ଘଦିନରୁ କାମ କରୁଛନ୍ତି।

ଆଜିର ସମୟରେ ମହିଳାମାନଙ୍କ ସୁରକ୍ଷା ଓ ପ୍ରଗତିକୁ ଆପଣ କେଉଁ ଦୃଷ୍ଟିରେ ଦେଖୁଛନ୍ତି?ଏବେ ମହିଳାମାନଙ୍କର ବହୁ ଉନ୍ନତି ହୋଇଛି।

ହେଲେ ମହିଳାଙ୍କ ଉନ୍ନତି ପାଇଁ ପ୍ରଥମେ ବାଟ ଦେଖାଇଥିଲେ ଗାନ୍ଧୀଜୀ।

ତାଙ୍କ ପାଇଁ ମହିଳାମାନେ ଘର କୋଣରୁ ବାହାରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି, ନିଶା ନିବାରଣ ଓ ସ୍ବଦେଶୀ ଆନ୍ଦୋଳନର ନେତୃତ୍ବ ନେଉଛନ୍ତି।

ତେବେ ମହିଳାମାନଙ୍କର ବିକାଶ ହୋଇଛି ସତ, ହେଲେ ମୂଲ୍ୟବୋଧର ଅବନତି ଘଟିଛି।

ମହିଳାମାନେ ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଥିଲେ ମଧ୍ୟ ନୈତିକତାର ଅବକ୍ଷୟ ଦେଖିବାକୁ ମିଳିଛି।

ମହିଳାମାନେ ଏଥିପ୍ରତି ଯତ୍ନବାନ୍‌ ହେବା ଆବଶ୍ୟକ।

କାରଣ ଆଧୁନିକତାର ଅର୍ଥ, ଅଶାଳୀନ ହେବା ନୁହେଁ।

Mayurbhanj Attack: ଢାବାରେ ବଚସାରୁ ରକ୍ତାକ୍ତ ସଂଘର୍ଷ ସନ୍ଦେହ, ଜଣେ ଗୁରୁତର ଆପଣ ସ୍ୱାଧୀନତା ପୂର୍ବର ଭାରତକୁ ଦେଖିଛନ୍ତି, ପରବର୍ତ୍ତୀ ଭାରତକୁ ବି ଦେଖୁଛନ୍ତି।

ଆମ ସଂଗ୍ରାମୀମାେନ ଯେଉଁ "ସ୍ୱପ୍ନର ଭାରତ" ପାଇଁ ଲଢ଼ିଥିଲେ, ସେହି ଲକ୍ଷ୍ୟ ହାସଲ ହୋଇପାରିଛି କି?ସ୍ବାଧୀନତା ପୂର୍ବରୁ ଦେଶରେ ଉଭୟ ଧନୀ ଓ ଗରିବ ଥିଲେ।

କିନ୍ତୁ ସ୍ବାଧୀନତା ପରେ ଧନୀ ଓ ଗରିବଙ୍କ ଭିତରେ ତାରତମ୍ୟ ବଢ଼ିଛି।

ଧନୀମାନେ ସବୁ କିଛି କବଳିତ କରିବାକୁ ଚେଷ୍ଟା କରୁଛନ୍ତି ଆଉ ଏଥିରେ ସଫଳ ମଧ୍ୟ ହେଉଛନ୍ତି।

ଅର୍ଥନୀତି, ରାଜନୀତି ସବୁ କିଛି ତାଙ୍କ ଇସାରାରେ ଚାଲିଛି।

କିନ୍ତୁ ଚାଷୀ ଓ ଗରିବ ହତାଶ ହେଉଛନ୍ତି।

ଶୋଷଣମୁକ୍ତ ଭାରତର ସ୍ବପ୍ନ ଦେଖି ଆମେ କେବଳ ଶୋଷିତ ହେଉଛନ୍ତି।

ଚୋରି, ଡକାୟତି ବଢ଼ିଛି।

ଏହା ନିଶ୍ଚିତ ଭାବେ ଆମକୁ କଷ୍ଟ ଦେଉଛି।

ଆଜିକାର ଯୁବପିଢ଼ି କିପରି ଦେଶ ଗଠନ ଓ ସମାଜସେବାରେ ନିଜକୁ ନିୟୋଜିତ କରିପାରିବେ, ସେଥିପାଇଁ ଆପଣ ସେମାନଙ୍କୁ କ"ଣ ପରାମର୍ଶ ଦେବେ?ଆଜିର ଯୁବପିଢ଼ି ନିଜ କାମ ପାଇଁ ସଚେତନ ହେବା ଦରକାର।

ଆଳସ୍ୟ ଛାଡ଼ିବା ସହିତ ନିଜ ମୂଲ୍ୟବୋଧ ସହ ସାଲିସ କରିବା ଉଚିତ ନୁହେଁ।

ଏବେକାର ଯୁବକମାନେ ଭୟମୁକ୍ତ ଓ ଅହିଂସା ଉପାୟରେ ଅନେକ କାମ କରୁଛନ୍ତି।

ଏପରିକି ଝିଅମାନେ ମଧ୍ୟ ହକ୍‌ ପାଇଁ ରାସ୍ତାକୁ ଓହ୍ଲାଉଛନ୍ତି।

ଏଣୁ ଏହା ଏକ ନୂଆ ଆଶା ସଞ୍ଚାର କରିଛି।

ବିଳମ୍ବ ହେଉ ପଛେ, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ ବୋଲି ଆଶା ରହିଛି।

ଯୁବ ସମ୍ପ୍ରଦାୟ ଚାହିଲେ ହିଁ ସମାଜରେ ପରିବର୍ତ୍ତନ ଆସିପାରିବ।

ସମତା, ଶାନ୍ତି ସ୍ଥାପନ ହୋଇପାରିବ।

ଜୀବନର ଏହି ପର୍ଯ୍ୟାୟରେ ପହଞ୍ଚିବା ପରେ ବି ଆପଣ ଚଳଚଞ୍ଚଳ।

ଓଡ଼ିଶାର ସମାଜସେବା କ୍ଷେତ୍ରରେ ଆପଣଙ୍କର ଆଗାମୀ ଲକ୍ଷ୍ୟ ବା ଇଚ୍ଛା କ"ଣ ରହିଛି?ଆଉ କିଛି ନାହିଁ।

ଆଉ କିଛି କରି ବି ପାରୁନି।

କେବଳ ଆଶା ରହିଛି, ଯୁବପିଢ଼ି ଆମ‌ ଦେଶକୁ ଠିକଣା ବାଟରେ ଆଗକୁ ନିଅନ୍ତୁ।‌ ଭୋଗବାଦ ବଦଳରେ ସଂଯମ ରକ୍ଷା କରି ଆମ ଦେଶର ସୁନାମ ରଖନ୍ତୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)