14 JUNE 2026

Welcome!

Unlock your personalized experience.
Sign Up

DRDO: ଡିଆର୍‌ଡିଓର ବଡ଼ ସଫଳତା: ବାଲିଷ୍ଟିକ୍‌ ଆକ୍ରମଣକୁ ରୋକିବ ଭାରତର ନୂଆ ରକ୍ଷା କବଚ

Jun 14, 2026 - 08:39
DRDO: ଡିଆର୍‌ଡିଓର ବଡ଼ ସଫଳତା: ବାଲିଷ୍ଟିକ୍‌ ଆକ୍ରମଣକୁ ରୋକିବ ଭାରତର ନୂଆ ରକ୍ଷା କବଚ

ଚାନ୍ଦିପୁର: ଦେଶର ସୁରକ୍ଷା କ୍ଷେତ୍ରରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ)କୁ ଏକ ବଡ଼ ସଫଳତା ମିଳିଛି। ଶତ୍ରୁପକ୍ଷର ବିଭିନ୍ନ ବିପଦରୁ ଦେଶକୁ ରକ୍ଷା କରିବା ପାଇଁ ଡିଆର୍‌ଡିଓ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରଦର୍ଶନ କରିଛି; ଯାହା ଭାରତର ସାମରିକ ଶକ୍ତିକୁ ଆହୁରି ମଜଭୁତ କରିବ। ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ୍ ବିରୋଧରେ ମଲ୍ଟି-ଲେୟାର୍ ଡିଫେନ୍ସ (ବହୁସ୍ତରୀୟ ସୁରକ୍ଷା) ଏବଂ ମଧ୍ୟମଦୂରତାରେ ଆଣ୍ଟିସିପ୍ (ଜାହାଜ ବିଧ୍ୱଂସୀ) କ୍ଷମତାର ପ୍ରଦର୍ଶନ ପାଇଁ ପରସ୍ପର ସହିତ ଜଡ଼ିତ ତିନୋଟି ପର୍ଯ୍ୟାୟ ଫ୍ଲାଇଟ୍-ଟେଷ୍ଟ ସଫଳତାର ସହ କରାଯାଇଛି। ମଲ୍ଟି-ଲେୟାର୍ ବାଲିଷ୍ଟିକ୍‌ ମିସାଇଲ୍ ଡିଫେନ୍ସ କ୍ଷମତାର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷା ସମୟରେ ଇଣ୍ଟରସେପ୍ଟରଗୁଡ଼ିକ ନିଜ ନିଜର ଟାର୍ଗେଟ୍‌କୁ ସଫଳତାର ସହ ଧ୍ୱଂସ କରିଛନ୍ତି।

Book Released: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତା ପୁସ୍ତିକା ଲୋକାର୍ପିତ

ଆଗାମୀଦିନରେ ଆସୁଥିବା ନୂଆନୂଆ ମିସାଇଲ୍ ବିପଦକୁ ପ୍ରତିହତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ସଫଳ ପରୀକ୍ଷଣ ସହିତ ଭାରତ ବିଶ୍ୱର ସେହି ସୀମିତ ଦେଶମାନଙ୍କ ତାଲିକାରେ ସାମିଲ ହୋଇଛି, ଯେଉଁମାନଙ୍କ ପାଖରେ ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌ (ଆଇସିବିଏମ୍)କୁ ଆକାଶରେ ଧ୍ୱଂସ କରିବାର କ୍ଷମତା ରହିଛି। ମଧ୍ୟମ ଦୂରତାରେ ସାମୁଦ୍ରିକ ଜାହାଜ ବିଧ୍ୱଂସୀ ପ୍ରତିରକ୍ଷା ପ୍ରଣାଳୀର ପ୍ରଦର୍ଶନ ପାଇଁ ‘ନାଭାଲ୍ ଆଣ୍ଟି-ସିପ୍ ମିସାଇଲ୍-ମିଡିୟମ୍ ରେଞ୍ଜ’ର ପ୍ରଥମ ଉଡ଼ାଣ ପରୀକ୍ଷଣ କରାଯାଇଛି, ଯାହା ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରଦର୍ଶନ ପାଇଁ ଡିଆର୍‌ଡିଓର ସମସ୍ତ ବୈଜ୍ଞାନିକ ଓ ସହଯୋଗୀଙ୍କୁ ଦେଶବ୍ୟାପୀ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

BJD: ଓଡ଼ିଆ ଭାଷାର ପ୍ରସାର ପାଇଁ ନିରନ୍ତର କାର୍ଯ୍ୟ କରୁଥିଲେ ନବୀନ ପଟ୍ଟନାୟକ: ବିଜେଡି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।