Dr. Harekrushna Mahtab Jayanti: ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ମହତାବ ଜୟନ୍ତୀ: ଆଧୁନିକ ଓଡ଼ିଶା ଗଠନରେ ମହତାବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର: ରାଜ୍ୟସ୍ତରୀୟ ୧୨୭ତମ ଡ.
ହରେକୃଷ୍ଣ ମହତାବ ଜୟନ୍ତୀ ପକ୍ଷରୁ ପୂର୍ବାହ୍ଣରେ ଜୟନ୍ତୀ କମିଟି ପକ୍ଷରୁ ପିଏମ୍ଜି ଛକଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଜେଡି ନେତ୍ରୀ ସୁଲତା ଦେଓ ଯୋଗଦେଇଥିଲେ।
ଏହି ଅବସରରେ ରାଜ୍ୟରେ ମହତାବଙ୍କ ଅବଦାନ ଅତୁଳନୀୟ କହି ତାଙ୍କ ଜୀବନୀ ଓ କାର୍ଯ୍ୟ ସମ୍ପର୍କରେ ଭାଷଣ ଦେଇଥିଲେ।
ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବରେ ୧୭ଜଣଙ୍କୁ ଡ.
ମହତାବ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଯୁବ ନେତା ସଂଗ୍ରାମ କେଶରୀ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।
ପିଏମ୍ଜି ଛକରୁ ୪୫ଟି ପାଇକ ଦଳ କଳା କୌଶଳ ପ୍ରଦର୍ଶନ କରି ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ।
Advertisment Odisha ITI trainees: ଜାତୀୟସ୍ତରରେ ଚମକିଲେ ଓଡ଼ିଶାର ଦକ୍ଷ ଯୁବ ପ୍ରତିଭା, ୪ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ବାରଙ୍ଗରେ ଡ.
ମହତାବଙ୍କ ୧୨୭ତମ ଜୟନ୍ତୀ ତ୍ରିଶୂଳିଆ: ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୭ତମ ଜୟନ୍ତୀ ସ୍ଥାନୀୟ ବାରଙ୍ଗ କନକଦୁର୍ଗା ପ୍ରାଙ୍ଗଣରେ ପାଳିତ ହୋଇଯାଇଛି।
ଡଃ.
ହରେକୃଷ୍ଣ ମହତାବ ଜୟନ୍ତୀ କମିଟି, ବାରଙ୍ଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନିଲ ସିଂ ସଭାପତିତ୍ୱ କରିଥିଲେ।
ଏହି ସ୍ମୃତିସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ପରିଡ଼ା, ସନ୍ତୋଷ ପାଣି, ଅର୍ଜୁନ ମହାରଣା, ତପନ ସେଠୀ, କୃଷ୍ଣଚନ୍ଦ୍ର ନାୟକ, ପ୍ରମୋଦ ରାଉତ, ସୁନୀଲ ସ୍ୱାଇଁ ଓ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଭୂପତି ଭୂଷଣ ପାଣି ଧନ୍ୟବାଦ ଦେଇଥିଲେ।
Teachers protest: ପଦୋନ୍ନତିରେ ଅନିୟମିତତା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା ସେଠାରେ ଜୟନ୍ତୀ କମିଟି ସମ୍ପାଦକ ଶ୍ରୀ ରାଉତରାୟ, ସଂଗ୍ରାମ ପାଇକରାୟ, ସାମ୍ବାଦିକ ସନତ ମିଶ୍ର, କ୍ୟାପଟେନ୍ ମନ୍ମଥ ରାଉତରାୟ, ସୁବ୍ରତ ମହାନ୍ତି, ସିଦ୍ଧାର୍ଥ ରାଉତରାୟ, ଗଦାଧର ଦାସ, ଯୋଗେନ୍ଦ୍ର ପ୍ରଧାନ, ଶ୍ରୀବତ୍ସ ପତି, ବାବନ ମହାପାତ୍ର, ପ୍ରକାଶ ଜେନା, ପ୍ରକାଶ ମହାନ୍ତି, ନୀଳମଣୀ ମିଶ୍ର, ଜୟକୃଷ୍ଣ ମଲିଆ, ବିଷ୍ଣୁପ୍ରସାଦ ମୁଦୁଲି ପ୍ରମୁଖ ସ୍ମୃତିଚାରଣ କରି ବିଭିନ୍ନ ପାଇକ ଦଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ସେହିପରି ସନ୍ଧ୍ୟାରେ ବଢ଼େଇବାଙ୍କ ଛକଠାରେ ଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା।
ଅତିଥି ଭାବେ ବିଧାୟକ ବାବୁ ସିଂ, ସଂଗ୍ରାମ ପାଇକରାୟ, ବିଶ୍ୱଜିତ ଦାଶ, ପ୍ରଶାନ୍ତ ଚମ୍ପତି, ନାରାୟଣ ମହାପାତ୍ର, ବିଷ୍ଣୁଚରଣ ପଣ୍ଡା, ଶକ୍ତିପ୍ରସାଦ ସାହୁ, ମନୋରଞ୍ଜନ ବଟୁ, ରମେଶ ମହାପାତ୍ର ପ୍ରମୁଖ ଯୋଗଦେଇ ମହତାବଙ୍କ ସ୍ମୃତିଚାରଣ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
