Ganesh Puja: ଗଣେଶ ପୂଜାରେ ‘ଦାହାନ୍‌’

Jul 18, 2026 - 05:52
Ganesh Puja: ଗଣେଶ ପୂଜାରେ ‘ଦାହାନ୍‌’

"ଅମୀୟ ପଟ୍ଟନାୟକ ପ୍ରଡକ୍‌ସନ୍‌ ବ୍ୟାନରରେ ନିର୍ମିତ ଓଡ଼ିଆ ହରର୍ "ଦାହାନ୍‌- ଦି ଇଭିଲ୍ ୱିଦିନ୍" ଗଣେଶ ପୂଜା ଅବସରରେ ସେପ୍ଟେମ୍ବର ୧୧ ତାରଖ ମୁକ୍ତିଲାଭ କରିବ।

ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଭାର ନେଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅନୁପମ ପଟ୍ଟନାୟକ।

ଅନୁପମ ଏବଂ ବର୍ଷା ପଟ୍ଟନାୟକ ମିଳିତ ଭାବେ ଏହାର ପ୍ରଯୋଜନା କରିଛନ୍ତି।

ନିଜ ଚଳଚ୍ଚିତ୍ର ସମ୍ପର୍କରେ ଅନୁପମ ପଟ୍ଟନାୟକ କହିଛନ୍ତି, “ହରର୍ ସିନେମା ମୋତେ ସର୍ବଦା ଆକୃଷ୍ଟ କରିଆସିଛି, କାରଣ ଏହାଦ୍ୱାରା ଆମେ ମନରେ ଥିବା ଭୟ ଓ ଭାବନାକୁ ଅନୁଭବ କରିପାରୁ। "ଦାହାନ୍‌" କେବଳ ଦର୍ଶକଙ୍କୁ ଡରାଇବ ନାହିଁ, ବରଂ ଆମେ ଏପରି ଏକ କାହାଣୀ କହିବାକୁ ଚାହୁଁଛୁ, ଯାହା ସିନେମା ହଲରୁ ବାହାରିବା ପରେ ବି ଦର୍ଶକଙ୍କ ମନରେ ଛାପ ଛାଡ଼ିଯିବ।”Advertisment Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ "ପ୍ରତୀକ୍ଷା", "ଗ୍ୟାଙ୍ଗସ୍ ଅଫ୍ ପୁରୀ", "ଗ୍ୟାଙ୍ଗସ୍ ଅଫ୍ ପୁରୀ ୨", "ତ୍ରିକନ୍ୟା","ମନ୍ତ୍ରମୁଗ୍ଧ"  ଓ "କର୍ମ" ଭଳି ଉଚ୍ଚକୋଟିର କମର୍ସିଆଲ୍ ସିନେମା ଓ ୱେବ୍ ସିରିଜ୍ ଭେଟିଦେଇଥିବା ଅମୀୟ ପଟ୍ଟନାୟକ ପ୍ରଡକ୍‌ସନ୍‌ "ଦାହାନ୍" ମାଧ୍ୟମରେ ଓଡ଼ିଆ ସିନେମାର କାହାଣୀ ବର୍ଣ୍ଣନା ଶୈଳୀ ଏବଂ ବୈଷୟିକ ମାନଦଣ୍ଡରେ ଏକ ନୂଆ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି।

ଏହି ଚଳଚ୍ଚିତ୍ରରେ ବର୍ଷା ପଟ୍ଟନାୟକ, ଅରୋଶିଖା ମିଶ୍ର, ସମ୍ରାଟ ମହାପାତ୍ର, ପାର୍ଥସାରଥୀ ରାୟ, ନିଶାନ୍ତ ମଜିଠିଆ, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଣବ ପ୍ରସନ୍ନ ରଥ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ପ୍ରଣବ ପ୍ରସନ୍ନ ରଥ ସଂଳାପ ଲେଖିଥିବା ବେଳେ କ୍ୟାମେରା ପରିଚାଳନା ଦୀପକ କୁମାର ଓ ସମ୍ପାଦନା କରିଛନ୍ତି  ରଶ୍ମିରଞ୍ଜନ ଦାଶ।

ଆଶିଷ ପ୍ରଧାନ ଏହାର ସଙ୍ଗୀତକାର।

Horoscope 2026 July 18: ଜାଣନ୍ତୁ ଆଜିର ରାଶିଫଳ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।