Door to Door Survey Extended: ବାତ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି
ଭୁବନେଶ୍ୱର: ସାମ୍ପ୍ରତିକ ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ ଗଞ୍ଜାମ , ଗଜପତି ଓ କନ୍ଧମାଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଏହାସହ ଆଗକୁ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତି ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏହାକୁ ଦୃଷ୍ଟିରେ ରଖି ଚାଲୁ ରହିଥିବା ଘରକୁ ଘର ସର୍ଭେ କାର୍ଯ୍ୟ ଅବଧିକୁ ବୃଦ୍ଧି କରାଯାଇଛି।
ନୂତନ ବିଜ୍ଞପ୍ତି ଅନୁସାରେ, ଗଞ୍ଜାମ ଜିଲ୍ଲାରେ ନଭେମ୍ବର ୨୧ ଏବଂ ଗଜପତି ଓ କନ୍ଧମାଳ ଜିଲ୍ଲାରେ ନଭେମ୍ବର ୧୪ ଯାଏଁ ସର୍ଭେ ଚାଲିବ।
Advertisment Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର, ଥଇଥାନ ଆଦି କାର୍ଯ୍ୟ ଯୋଗୁଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସର୍ଭେ ସମ୍ପୂର୍ଣ୍ଣ କରିବାରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ସମ୍ପର୍କରେ କମିସନଙ୍କ ଦୃଷ୍ଟିକୁ ଆସିଛି।
ସମସ୍ତ ଯୋଗ୍ୟ ପରିବାରଙ୍କୁ ସର୍ଭେ ପରିସରଭୁକ୍ତ କରିବା ଏବଂ ସର୍ଭେ କାର୍ଯ୍ୟରେ ସଠିକତା ଓ ସମ୍ପୂର୍ଣ୍ଣତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉକ୍ତ ତିନୋଟି ଜିଲ୍ଲାରେ ଘରକୁ ଘର ସର୍ଭେ କାର୍ଯ୍ୟ ସମାପ୍ତିର ସମୟସୀମା ବୃଦ୍ଧି କରାଯାଇଛି।
Odisha Panchayat and Municipal Elections 2027: ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ ସଂଶୋଧିତ ସମୟସୀମା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ନଭେମ୍ବର ୨୧, ୨୦୨୬ ଏବଂ ଗଜପତି ଓ କନ୍ଧମାଳ ଜିଲ୍ଲାରେ ନଭେମ୍ବର ୧୪, ୨୦୨୬ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଜାରି ରହିବ।
ପୂର୍ବରୁ ଏହି ସର୍ଭେ କାର୍ଯ୍ୟ ସମାପ୍ତିର ଶେଷ ତାରିଖ ୦୭.୧୦.୨୦୨୬ ରହିଥିଲା।
House-to-house survey: ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ତିନୋଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସର୍ଭେ କାର୍ଯ୍ୟରେ ନିୟୋଜିତ ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହ ସର୍ଭେ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ କୁହାଯାଇଛି।
ଧାର୍ଯ୍ୟ ବର୍ଦ୍ଧିତ ସମୟସୀମା ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ସର୍ଭେ ପରିସରଭୁକ୍ତ କରିବା ସହ କାର୍ଯ୍ୟ ସମାପ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ସମୟସୀମା ବୃଦ୍ଧି କେବଳ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ପ୍ରଯୁଜ୍ୟ ହେବ।
ଘରକୁ ଘର ସର୍ଭେ ସମ୍ପର୍କରେ କମିଶନଙ୍କ ପକ୍ଷରୁ ପୂର୍ବରୁ ଜାରି ଅନ୍ୟ ସମସ୍ତ ନିର୍ଦ୍ଦେଶାବଳୀ ଅପରିବର୍ତ୍ତିତ ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
