Donald Trump : ଦେଢ଼ ବର୍ଷ ଜେଲ୍‌ ପରେ ପରେ ଡେନା କରାରିଙ୍କୁ ମୁକ୍ତ କଲା ଇରାନ

Jul 16, 2026 - 11:08
Donald Trump : ଦେଢ଼ ବର୍ଷ ଜେଲ୍‌ ପରେ ପରେ ଡେନା କରାରିଙ୍କୁ ମୁକ୍ତ କଲା ଇରାନ

"ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ବିବାଦ ବଢ଼ିଚାଲିଛି।

ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ଇରାନରେ ମିଥ୍ୟା ଅଭିଯୋଗରେ ଅଟକ ଥିବା ଆମେରିକୀୟ ନାଗରିକ ଡେନା କରାରିଙ୍କୁ ଦେଶ ଛାଡିବାକୁ ଅନୁମତି ଦିଆଯାଇଛି।

ଡେନାଙ୍କ ଆଇନଜୀବୀ ଜାରେଡ ଜେନସର ମଧ୍ୟ କହିଛନ୍ତି ଯେ, ଡେନାଙ୍କୁ ଡିସେମ୍ବର ୨୦୨୪ ଠାରୁ ଇରାନରେ ଅଟକ ରଖାଯାଇଥିଲା।

ସେ ଏବେ ମୁକ୍ତ ହୋଇ ଆମେରିକା ଫେରି ଯାଉଛନ୍ତି।ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି,ଡେନା ଏବେ ସୁରକ୍ଷିତ ଭାବରେ ଇରାନରୁ ବାହାରି ଆସିଛନ୍ତି ।Advertisment  ଇରାନର ଏହି ସଦ୍‌ଭାବନାପୂର୍ଣ୍ଣ ପଦକ୍ଷେପକୁ ଆମେରିକା ପ୍ରଶଂସା କରୁଛି ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ ପ୍ରଥମେ ମହିଳାଙ୍କ ନାମ ପ୍ରକାଶ କରି ନଥିଲେ।

କିନ୍ତୁ ପରେ ଡେନାଙ୍କ ଆଇନଜୀବୀ ନାମ ପ୍ରକାଶ କରିଥିଲେ।

ଡେନାଙ୍କ ମୁକ୍ତି ପାଇଁ ଟ୍ରମ୍ପଙ୍କୁ ଶ୍ରେୟ ଦେଇ ଜେନସର ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ମୁଁ ଖୁସି ଏବଂ ଉତ୍ସାହିତ ଯେ ମୋର କ୍ଲାଏଣ୍ଟ ଡେନା ମିଥ୍ୟା ଅଭିଯୋଗରେ ଇରାନରେ ବନ୍ଦୀ ଥିଲେ, ସେ ଏବେ ମୁକ୍ତ।

ଟ୍ରମ୍ପଙ୍କ ନିରନ୍ତର ପ୍ରୟାସ ବିନା ଏହା ସମ୍ଭବ ହୋଇ ପାରିନଥାନ୍ତା।

ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ ରିପୋର୍ଟ ଅନୁଯାୟୀ, ଡେନା ଜଣେ ଇରାନୀ-ଆମେରିକୀୟ ଦ୍ୱୈତ ନାଗରିକ।

ସେ ଏକ ଆମେରିକୀୟ ପ୍ରଯୁକ୍ତି କମ୍ପାନିରେ କାମ କରୁଥିଲେ ଏବଂ ଇରାନରେ ଏକ ଶିଶୁମାନଙ୍କର ଦାତବ୍ୟ ଅନୁଷ୍ଠାନ ମଧ୍ୟ ଚଲାଉଥିଲେ।

ସେ ଡିସେମ୍ବର ୨୦୨୪ରେ ପରିବାରକୁ ଭେଟିବା ପାଇଁ ଶିରାଜ ଯାତ୍ରା କରିଥିଲେ, କିନ୍ତୁ ସ୍ଥାନୀୟ ପ୍ରଶାସନ ତାଙ୍କ ପାସପୋର୍ଟ ଜବତ କରିବା ସହିତ ଇରାନ ଛାଡିବାକୁ ବାରଣ କରାଯାଇଥିଲେ।

ତାଙ୍କ ଉପରେ ଗୁପ୍ତଚରୀ ଏବଂ ଶତ୍ରୁ ରାଷ୍ଟ୍ରକୁ ସହଯୋଗ କରୁଥିବାର ଅଭିଯୋଗ ଅଣାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।