ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ, ବଡ଼ ଭାଇ ପଛେ ପଛେ ସାନ ଭଉଣୀ ସୁଭଦ୍ରାଙ୍କ ଧାଡ଼ି ପହଣ୍ଡି

Jul 16, 2026 - 11:08
ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ, ବଡ଼ ଭାଇ ପଛେ ପଛେ ସାନ ଭଉଣୀ ସୁଭଦ୍ରାଙ୍କ ଧାଡ଼ି ପହଣ୍ଡି

"ପୁରୀ: ମା" ସୁଭଦ୍ରାଙ୍କ  ପହଣ୍ଡି ଆରମ୍ଭ ।

ବଡ଼ ଭାଇ ପଛେ ପଛେ ସାନ ଭଉଣୀ ସୁଭଦ୍ରା ଆସୁଛନ୍ତି ।

ମା"ଙ୍କର ଏହି ପହଣ୍ଡି ବିଜେ ଦୃଶ୍ୟ ଅତ୍ୟନ୍ତ ଭାବପୂର୍ଣ୍ଣ ଓ ମନୋରମ ହୋଇଥାଏ।

ରଥଯାତ୍ରାର ସବୁଠାରୁ ଆକର୍ଷଣୀୟ, ରୋମାଞ୍ଚକର ଓ ଭାବପୂର୍ଣ୍ଣ ନୀତି ହେଉଛି ତିନି ଠାକୁରଙ୍କ "ପହଣ୍ଡି ବିଜେ"।

ଶ୍ରୀମନ୍ଦିରର ରତ୍ନବେଦୀ ଛାଡ଼ି ଜଗତର ନାଥ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଯେତେବେଳେ ବଡ଼ଦାଣ୍ଡରେ ଥିବା ରଥ ଅଭିମୁଖେ ବାହାରନ୍ତି, ସେତେବେଳେ ଶ୍ରୀକ୍ଷେତ୍ରରେ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ।Advertisment ଅଧିକ ପଢନ୍ତୁ:  Rath Yatra: ବିଭିନ୍ନ ଯାତ୍ରାରେ ଶ୍ରୀଜଗନ୍ନାଥଙ୍କର ଭିନ୍ନ ଭିନ୍ନ ନାମ କାହିଁକି?

ମା" ସୁଭଦ୍ରାଙ୍କ ପହଣ୍ଡିର ଶୈଳୀ ବଡ଼ ଦୁଇ ଭାଇଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା।

ପ୍ରଭୁ ବଳଭଦ୍ର ଓ ଜଗନ୍ନାଥ ଝୁଲି ଝୁଲି 'ଧାଡ଼ି ପହଣ୍ଡି'ରେ ଆସୁଥିବା ବେଳେ, ମା" ସୁଭଦ୍ରାଙ୍କୁ ଦଇତାପତି ସେବାୟତମାନେ ନିଜ କାନ୍ଧରେ ବୋହି ବୋହି ଆଣନ୍ତି।

ମା"ଙ୍କର ଏହି ପହଣ୍ଡିରେ ଏକ ଅପୂର୍ବ ଶାଳୀନତା ଓ କୋମଳତା ପରିଲକ୍ଷିତ  ହୁଏ ।

ଘଣ୍ଟ, କାହାଳୀ ଓ ଶଙ୍ଖ ନାଦର ତାଳେ ତାଳେ ମା"ଙ୍କ ମସ୍ତକରେ ଥିବା ସୁଦୃଶ୍ୟ 'ଟାହିଆ' ହଲି ହଲି ଏକ ଦିବ୍ୟ ଶୋଭା ସୃଷ୍ଟି  କରୁଛି ।

ସେବାୟତମାନଙ୍କ ଗହଣରେ ଧୀରେ ଧୀରେ ଆସି ମା" ସୁଭଦ୍ରା ନିଜର ରଥ 'ଦେବଦଳନ' ଉପରେ ବିଜେ  କରାଇବେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।