Donald Trump: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ; ବାଣିଜ୍ୟ ଆଲୋଚନା ବାତିଲ
"ୱାସିଂଟନ/ଅଟାୱା : ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡା ମଧ୍ୟରେ ୩ ଦିନ ଧରି ଚାଲିଥିବା ବାଣିଜ୍ୟ ଆଲୋଚନା ବିଫଳ ହୋଇଛି ।
ଆଲୋଚନାକୁ ସ୍ଥଗିତ ରଖି ଫେରି ଆସିବା ଲାଗି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଟିମ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାର ରପ୍ତାନି ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ।
ବାଣିଜ୍ୟ ଆଲୋଚନାରେ କାନାଡା ସୁଯୋଗ ହାତଛଡ଼ା କଲା ବୋଲି ଆମେରିକା କହିଛି ।Advertisment ଆମେରିକା ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରିର୍ କହିଛନ୍ତି, ତାଙ୍କ ଦେଶ ପକ୍ଷରୁ ସର୍ବୋତ୍କୃଷ୍ଟ ଅଫର ଦିଆଯିବା ପରେ ମଧ୍ୟ କାନାଡା ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ କରିବାକୁ ମନାକଲା ।
ପୂର୍ବରୁ କାନାଡା ଦେଇଥିବା ପ୍ରତିଶ୍ରୁତିକୁ ବଦଳାଇବା ସହ ନୂଆ ଦାବି ରଖିବା ଦ୍ବାରା ଆଲୋଚନା ସମୟରେ ବିବାଦ ଉପୁଜିଲା ବୋଲି ସେ କହିଛନ୍ତି ।
ଦଶନ୍ଧି ଦଶନ୍ଧି ଧରି ଆମେରିକା ବଜାରରେ କାନାଡା ସବୁଠାରୁ ଭଲ ସୁଯୋଗ ପାଇଛି ।
ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟକାଳ ଆରମ୍ଭରୁ କାନାଡାକୁ ବିଶ୍ବରେ ସବୁଠୁ ଭଲ ବ୍ୟବହାର ଦେଖାଯାଇଛି ।
ଏହା ସତ୍ତ୍ବେ ଉକ୍ତ ଦେଶ ଚୀନ ଭଳି ଆମେରିକାର କ୍ଷତି କରିବା ପ୍ରୟାସରେ ରହିଛି ।
ଚଳିତ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକା କାନାଡାକୁ ଭଲ ସୁବିଧା ଦେବାକୁ ରାଜି ହୋଇଥିଲା ।
ଇସ୍ପାତ, ଆଲୁମିନିୟମ ଆଦି ସାମଗ୍ରୀ ଉପରେ ଉଲ୍ଲେଖନୀୟ ଭାବେ ଶୁଳ୍କ ହ୍ରାସ ପ୍ରସ୍ତାବ ଦେଇଥିଲା ବୋଲି ଗ୍ରିର୍ କହିଛନ୍ତି ।
ଜି-୭ ଗୋଷ୍ଠୀରେ ଦ୍ରୁତବେଗରେ ବଢ଼ୁଥିବା ଅର୍ଥନୀତି ଯୁକ୍ତରାଷ୍ଟ୍ର ଆମେରିକା ସହ ରହିବା ନେଇ ରହିଥିବା ସୁଯୋଗକୁ କାନାଡା ହାତଛଡ଼ା କଲା ବୋଲି ଗ୍ରିର ମତ ଦେଇଛନ୍ତି ।
Bangladesh: "ଇସଲାମିକ୍ ନାଟୋ" କ"ଣ?
କାହିଁକି ସାମିଲ ହେବାକୁ ଚାହୁଁଛି ବାଂଲାଦେଶ ଅନ୍ୟପକ୍ଷରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି ସେ ଆମେରିକା ସହିତ ବାଣିଜ୍ୟ ଆଲୋଚନା ସ୍ଥଗିତ ରଖି ଅଟାୱାକୁ ଫେରି ଆସିବା ପାଇଁ ତାଙ୍କ ଟିମ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକା ଶେଷ ମୁହୂର୍ତ୍ତରେ ପ୍ରସ୍ତାବରେ ପରିବର୍ତ୍ତନ ଆଣିବା ଭେଦଭାବପୂର୍ଣ୍ଣ ଏବଂ ଅଣଅର୍ଥନୈତିକ ବୋଲି ସେ କହିଛନ୍ତି ।
ଏହା ପରେ ଯୁକ୍ତରାଷ୍ଟ୍ର ଆମେରିକା କାନାଡାର ପ୍ରାୟ ୨୦ ବିଲିଅନ ଡଲାର ମୂଲ୍ୟର ରପ୍ତାନି ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛି ।
କାନାଡାର ଶ୍ରମିକ ଓ ବ୍ୟବସାୟକୁ ସୁରକ୍ଷା ଦେବା ପାଇଁ ତାଙ୍କ ଦେଶ ମଧ୍ୟ ସମାନ ମାତ୍ରାର ପାଲଟା ଶୁଳ୍କ ଲଗାଇବ ବୋଲି ସେ ଘୋଷଣା କରିଛନ୍ତି ।
ବାଣିଜ୍ୟ ଆଲୋଚନା ବିଫଳ ହେବା ଏବଂ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଆମେରିକାର ଏହି ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଅଧିକ ବିଗିଡ଼ି ଯାଇଛି ।
ଗତବର୍ଷ ଆମେରିକା ଓ କାନାଡା ମଧ୍ୟରେ ପ୍ରାୟ ୮୮୦ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ଓ ସେବା ବ୍ୟବସାୟ ହୋଇଥିଲା ।
କାନାଡା କରିଥିବା ମୋଟ ସାମଗ୍ରୀ ରପ୍ତାନିର ପ୍ରାୟ ୭୨ ପ୍ରତିଶତ ଆମେରିକାକୁ ପଠାଯାଇଥିଲା ।
ପରିବର୍ତ୍ତିତ ପରିସ୍ଥିତିରେ କାନାଡା ଏହାର ଘରୋଇ ଅର୍ଥନୀତିକୁ ମଜଭୁତ କରିବା ସହ ରପ୍ତାନିକୁ ବ୍ୟାପକ କରିବା ଉପରେ ଧ୍ୟାନ ଦେବ ବୋଲି କାର୍ନି କହିଛନ୍ତି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

