09 NOVEMBER 2026

Welcome!

Unlock your personalized experience.
Sign Up

Donald Trump: ଏନଭିଡିଆ ସିଇଓଙ୍କର ଚୀନ୍ ଗୁପ୍ତଚରଙ୍କ ସହ ସମ୍ପର୍କ ଅଭିଯୋଗ: ସପକ୍ଷରେ ମୁହଁ ଖୋଲିଲେ ଟ୍ରମ୍ପ

Nov 09, 2026 - 10:14
Donald Trump: ଏନଭିଡିଆ ସିଇଓଙ୍କର ଚୀନ୍ ଗୁପ୍ତଚରଙ୍କ ସହ ସମ୍ପର୍କ ଅଭିଯୋଗ: ସପକ୍ଷରେ ମୁହଁ ଖୋଲିଲେ ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ପ୍ରମୁଖ ଚିପ୍ ନିର୍ମାତା ଏନଭିଡିଆର ପ୍ରତିଷ୍ଠାତା ଏବଂ ସିଇଓ ଜେନସେନ୍ ହୁଆଙ୍ଗଙ୍କୁ ଦୃଢ଼ ଭାବରେ ସୁରକ୍ଷା କରିଛନ୍ତି। ଚୀନ୍ ଗୁପ୍ତଚର ଏଜେଣ୍ଟ ବୋଲି ସନ୍ଦେହ କରାଯାଉଥିବା ଜଣେ ମହିଳାଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଜେନସେନ୍ ବର୍ତ୍ତମାନ ବିବାଦରେ ଫସିଛନ୍ତି। ତେବେ ଟ୍ରମ୍ପ ଖୋଲାଖୋଲି ଭାବରେ ଜେନସେନ୍‌ଙ୍କ ସପକ୍ଷରେ ମୁହଁ ଖୋଲି ତାଙ୍କୁ ଜଣେ ସମ୍ମାନନୀୟ ବ୍ୟକ୍ତି ବୋଲି କହିଛନ୍ତି। 

ସେ କହିଛନ୍ତି ଯେ, ସେ ଚିପ୍ କମ୍ପାନିର ମୁଖ୍ୟ ଭାବରେ କାର୍ଯ୍ୟ କରିବା ଆବଶ୍ୟକଏହି ସମୟରେ, ଜେନସେନ୍ ତାଙ୍କ କର୍ମଚାରୀମାନଙ୍କୁ ପଠାଯାଇଥିବା ଏକ ଇମେଲ୍ ମାଧ୍ୟମରେ ସ୍ୱୀକାର କରିଛନ୍ତି ଯେ, ତାଙ୍କର ଜଣେ ସନ୍ଦିଗ୍ଧ ଚୀନ୍ ଗୁପ୍ତଚରଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଇମେଲରେ, ଜେନସେନ୍ ତାଙ୍କ ପରିବାର ଏବଂ ସମସ୍ତ କର୍ମଚାରୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ସ୍ୱୀକାର କରିଛନ୍ତି। ସେ ତଦନ୍ତରେ ତାଙ୍କର ପୂର୍ଣ୍ଣ ସହଯୋଗ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। 

ମୁଁ ଯେଉଁ ଆଘାତ ଦେଇଛି ସେ ନେଇ ମୁଁ ଉତ୍ତରଦାୟୀ: ଜେନସେନ୍
ଇମେଲରେ ଲେଖାଯାଇଛି, ମୁଁ ମୋ ପରିବାର ଏବଂ ଆପଣମାନଙ୍କ ସମସ୍ତଙ୍କ ନିକଟରେ କ୍ଷମା ମାଗିବାକୁ ଚାହୁଁଛି। ମୁଁ ମୋ ସ୍ତ୍ରୀଙ୍କୁ ଠକିବା ସହ ତାଙ୍କ ପ୍ରତି ବିଶ୍ବାସଘାତକତା କରିଛି। ମୋର କାର୍ଯ୍ୟ ତାଙ୍କୁ ଏବଂ ଆମ ପିଲାମାନଙ୍କୁ ଯନ୍ତ୍ରଣା ଦେଇଛି। ମୁଁ ଯାହା କରିଛି ସେଥିପାଇଁ ମୋର କୌଣସି ବାହାନା ନାହିଁ। ସେନେଇ ମୁଁ ଗଭୀର ଭାବରେ ଦୁଃଖିତ। ମୋ ଜୀବନ ସାରା ​​ମୋ ପରିବାର ସଦସ୍ୟ ମୋତେ ଭଲ ପାଇଛନ୍ତି ଏବଂ ସମର୍ଥନ କରିଛନ୍ତି। ମୁଁ ସେମାନଙ୍କୁ ନିରାଶ କରିଛି। ମୁଁ ଯାହା କରିଛି ଏବଂ ମୁଁ ଯେଉଁ ଆଘାତ ଦେଇଛି ସେ ନେଇ ମୁଁ ଉତ୍ତରଦାୟୀ। ସ୍ତ୍ରୀଙ୍କ ପାଇଁ ସେ ଲେଖିଛନ୍ତି, ମୁଁ ତୁମକୁ ଭଲ ପାଏ। ମୁଁ ଜାଣେ ଯେ, ମୁଁ ଯାହା କରିଛି ତାହାକୁ କ୍ଷମା ପ୍ରାର୍ଥନା ପରିବର୍ତ୍ତନ କରିପାରିବ ନାହିଁ। ମୁଁ ଆଶା କରୁଛି ଆମ ପରିବାର ସୁଧୁରିଯିବ ଏବଂ ସମୟ ସହିତ, ମୁଁ ତୁମର ବିଶ୍ୱାସ ଫେରି ପାଇପାରିବି। 

ଚୀନ୍ ବ୍ୟବସାୟୀଙ୍କ ଦ୍ୱାରା ରଚାଯାଇଥିଲା ଷଡ଼ଯନ୍ତ୍ର
ମୁଁ ଜଣେ ଆମେରିକୀୟ ହୋଇଥିବାରୁ ଗର୍ବିତ ଏବଂ କୃତଜ୍ଞ। ମୋ ପରିବାର ମୋର ନିଷ୍ପତ୍ତି ପାଇଁ ଦାୟୀ ନୁହେଁ। ମୁଁ ଦାୟୀ। ଦୟାକରି ସେମାନଙ୍କର ଗୋପନୀୟତା ବଜାୟୀ ରଖନ୍ତୁ। ବିଦେଶୀ ଗୁଇନ୍ଦା ସଂସ୍ଥାଗୁଡ଼ିକ ଦ୍ୱାରା ଜେନସେନ୍‌ଙ୍କୁ ଟାର୍ଗେଟ କରାଯାଉଥିବା ରିପୋର୍ଟ ଉପରେ ଏନଭିଡିଆ ତଦନ୍ତ ଆରମ୍ଭ କରିବା ପରେ ଏହା ସାମ୍ନାକୁ ଆସିଛି। ଅକ୍ଟୋବର ୨୯ ତାରିଖରେ, ଦି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଥିଲା ​​ଯେ, ଜେନସେନ୍‌ଙ୍କୁ ଚୀନ୍ ଗୁପ୍ତଚର ଟାର୍ଗେଟ କରୁଛନ୍ତି। ଏହି ଷଡ଼ଯନ୍ତ୍ର ଆଲିସ୍ ହୁଆଙ୍ଗ ନାମକ ଜଣେ ଚୀନ୍ ବ୍ୟବସାୟୀଙ୍କ ଦ୍ୱାରା ରଚାଯାଇଥିଲା। ସେ ଜେନସେନ୍ ହୁଆଙ୍ଗଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ। ସେ ଏନଭିଡିଆର ଉନ୍ନତ ଏଆଇ ଚିପ୍ସ ଏବଂ ଗୁପ୍ତଚରକୁ ବେଜିଂକୁ ପଠାଉଥିଲେ। ସିଙ୍ଗାପୁର ସ୍ଥିତ ଡାଟା ସେଣ୍ଟର କମ୍ପାନି ମେଗାସ୍ପିଡର ଜଣେ ଶୀର୍ଷ କାର୍ଯ୍ୟନିର୍ବାହୀ ଆଲିସ୍ ହୁଆଙ୍ଗ ଚୀନ୍ ପାଇଁ କାମ କରୁଥିବା କହିଛନ୍ତି।

Indian Railways: ଟିକେଟର ନିର୍ଦ୍ଧାରିତ ପ୍ରସ୍ଥାନ ସମୟର ୨ଘଣ୍ଟା ପୂର୍ବରୁ ଚାଲିଗଲା ଟ୍ରେନ୍; ରେଳବାଇକୁ କୋର୍ଟ ଦେଲେ ନିର୍ଦ୍ଦେଶ

ଏନଭିଡିଆର ବୋର୍ଡ ରବିବାର ଘୋଷଣା କରିଛି ଯେ, ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ସହ-ପ୍ରତିଷ୍ଠାତା ଜେନସେନ୍ ହୁଆଙ୍ଗ ଜଣେ ଚୀନ୍ ଗୁପ୍ତଚର ମହିଳାଙ୍କ ସହିତ ସମ୍ପର୍କ ସ୍ୱୀକାର କରିବା ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଛି। ଏହି ରିପୋର୍ଟ ବିଷୟରେ ପଚରାଯିବାରୁ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାର୍କୋ ରୁବିଓ କହିଛନ୍ତି ଯେ, ଏହା ଏକ ଆଭ୍ୟନ୍ତରୀଣ କର୍ପୋରେଟ୍ ମାମଲା ହୋଇଥିବାରୁ ସେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)