Dog: କୁକୁରଙ୍କ ସର୍ଫିଂ ପ୍ରତିଯୋଗିତା
"୨୦୧୬ ମସିହାରୁ ପ୍ରତି ବର୍ଷ ଆୟୋଜିତ ହେଉଛି "ଵାର୍ଲଡ୍ ଡଗ୍ ସର୍ଫିଂ ଚାମ୍ପିଅନ୍ସିପ୍"।
ଯୁକ୍ତରାଷ୍ଟ ଆମେରିକାର ପାସିଫିକା ସହରସ୍ଥିତ ଲିଣ୍ଡା ମାର୍ ଉପକୂଳରେ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୁଏ।
ଏ ବର୍ଷ ଅଗଷ୍ଟ ପହିଲାରେ ଏହାର ଆୟୋଜନ କରାଯାଇଥିଲା।
ସର୍ଫିଂ ମଣିଷମାନଙ୍କର ଏକ ଦୁଃସାହସିକ କ୍ରୀଡ଼ା ହୋଇଥିବା ବେଳେ କୁକୁରମାନେ ମଧ୍ୟ ବିଶେଷ ପ୍ରଶିକ୍ଷଣ ଦ୍ବାରା ସମୁଦ୍ର ଲହରିରେ ସର୍ଫବୋର୍ଡ ଚଲାଇପାରନ୍ତି।
ଏହି ପ୍ରତିଯୋଗିତାରେ ଦକ୍ଷରୁ ଆରମ୍ଭ କରି ନବାଗତ କୁକୁରମାନେ ଭାଗ ନେଇଥିଲେ।Advertisment Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା କୁକୁରଙ୍କ ଆକାର ଅନୁଯାୟୀ ତିନିଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା।
ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଗୋଟିଏ ପରେ ଗୋଟିଏ କୁକୁର ସର୍ଫବୋର୍ଡ ଉପରେ ଢେଉ ଲଂଘିବାକୁ ଉଦ୍ୟମ କରିଥିଲେ।
ଛୋଟ ଆକାର ବିଭାଗରେ "ବ୍ରାଡ୍ଲି କୁପର" ନାମକ କୁକୁର ସର୍ବାଧିକ ଅଙ୍କ ହାସଲ କରି ବିଜେତା ହୋଇଥିଲା।
ମଧ୍ୟମ ଓ ବଡ଼ ଆକାର ବିଭାଗରେ ଯଥାକ୍ରମେ "ଇଜା" ଓ "ରୋଜି" ନାମକ କୁକୁର ପ୍ରଥମ ହୋଇଥିଲେ।
ପୁରସ୍କାର ସ୍ବରୂପ ସେମାନଙ୍କୁ ଟାୱେଲ୍, ମେଡାଲ୍ ଓ ଫଳକ ମିଳିଥିଲା।
Horoscope 2026 August 03: ଜାଣନ୍ତୁ ଆଜିର ରାଶିଫଳ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।