Doctors Strike: ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଆନ୍ଦୋଳନ: ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟସେବା ପ୍ରଭାବିତ
"ଭୁବନେଶ୍ବର/କଟକ: ୧୦ ଦଫା ଦାବି ନେଇ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା)ର ଆହ୍ବାନକ୍ରମେ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଇଛନ୍ତି।
ଏହା ଫଳରେ ରାଜଧାନୀ ଓ କଟକ ସମେତ ସାରା ଓଡ଼ିଶାର ଡାକ୍ତରମାନେ ଡାକ୍ତରଖାନା ସାମ୍ନାରେ ଗଣଧାରଣା ଦେଖିବାକୁ ମିଳିଛି ।
ଗତ ଦେଢ଼ବର୍ଷ ହେବ ରାଜ୍ୟ ସରକାର ଡାକ୍ତରଙ୍କ କୌଣସି ଦାବି ପୂରଣ ଦିଗରେ ପଦକ୍ଷେପ ନେଉ ନଥିବାରୁ ଓମ୍ସା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଫଳରେ ରାଜ୍ୟରେ ସ୍ବାସ୍ଥ୍ୟସେବା ଭୀଷଣ ଭାବେ ବ୍ୟାଘାତ ହୋଇଛି।
ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ ହୋଇଯିବାର ଆଶଙ୍କା ଉପୁଜିଛି।
Advertisment Court Order: ବ୍ରାଉନସୁଗାର ମାଫିଆକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ, ଏକ ଲକ୍ଷ ଜରିମାନା ସୂଚନାଯୋଗ୍ୟ, ପୂର୍ବରୁ ଜୁଲାଇ ପହିଲା ବା ଡାକ୍ତର ଦିବସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା।
ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓମ୍ସା ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଥିଲେ।
ମାତ୍ର ରାଜ୍ୟ ସରକାରଙ୍କ କଥାରେ ଭରସା ନ ଥିବାରୁ ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।
ଗତକାଲି ବିଳମ୍ବିତ ରାତିରେ ଓମ୍ସାର ଆକ୍ସନ କମିଟିର ଏକ ଜରୁରୀ ବୈଠକ ବସିଥିଲା।
ବୈଠକ ପରେ ଓମ୍ସା ସଭାପତି ଡା.
କିଶୋର ମିଶ୍ର ଓ ସାଧାରଣ ସଂପାଦକ ଡା.ସଞ୍ଜୀବ ପ୍ରଧାନ କହିଛନ୍ତି, ପୂର୍ବରୁ ଆନ୍ଦୋଳନ ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା ଗତକାଲି ବୈଠକରେ ତାହା କାଏମ ରହିଥିଲା।
ଡାକ୍ତରଙ୍କ ଦାବିର ସମାଧାନ ପାଇଁ ରାଜ୍ୟ ସରକାର ଯେଉଁ କମିଟି ଗଠନ କରିଥିଲେ, ସେ ବୈଠକ ବସିପାରିଲା ନାହିଁ।
ପ୍ରତିବାଦ କରୁଥିବା ଡାକ୍ତରଙ୍କ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତା" ହେଲେ ପ୍ରଥମେ ଜିଲ୍ଲାସ୍ତରରେ ଏସ୍ପି କିମ୍ବା ସ୍ଥାନୀୟ ପୁଲିସ ଥାନା କାର୍ଯ୍ୟାଳୟ ଘେରାଉ କରାଯିବ।
ପରେ ଜେଲ୍ଭରୋ ଆନ୍ଦୋଳନ ଲାଗି ଓମ୍ସା ପକ୍ଷରୁ ଚେତାବନୀ ଦିଆଯାଇଛି।
ଜେଡିଏ ସଂଘ ଆନ୍ଦୋଳନକୁ ସମର୍ଥନ ଅପରପକ୍ଷରେ ଓମ୍ସା ପକ୍ଷରୁ ଘୋଷଣା ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛି କଟକ ଏସ୍ସିବି ମେଡିକାଲ ଜୁନିୟର ଡାକ୍ତର ସଂଘ(ଜେଡିଏ)।
ଜେଡିଏର ସଦସ୍ୟମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଡାକ୍ତରଙ୍କ ଦାବିକୁ ସରକାର ତୁରନ୍ତ ବିଚାର କରି ସମାଧାନ କରନ୍ତୁ।
ନଚେତ୍ ଜେଡିଏ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଘୋଷଣା କରାଯାଇଛି।
"