Doctor Death: ଜିମ୍‌ରେ ବ୍ୟାୟାମ ବେଳେ ଡାକ୍ତରଙ୍କ ମୃତ୍ୟୁ

Aug 28, 2026 - 15:14
Doctor Death: ଜିମ୍‌ରେ ବ୍ୟାୟାମ ବେଳେ ଡାକ୍ତରଙ୍କ ମୃତ୍ୟୁ

"ନାଗାଓଁ: ଆସାମର ନାଗାଓଁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ଜଣେ ଡାକ୍ତରଙ୍କ ଅଚାନକ ମୃତ୍ୟୁ ଘଟିଛି।

ମୃତ ଡାକ୍ତରଙ୍କ ନାମ ଶାହିନ ରହମାନ।

ଗୁରୁବାର ସନ୍ଧ୍ୟାରେ ଡାକ୍ତର ରହମାନ ପ୍ରତିଦିନ ଭଳି ଜିମ୍‌କୁ ଯାଇଥିଲେ।

ସେଠାରେ ସେ ବ୍ୟାୟାମ କରୁଥିବା ସମୟରେ ହଠାତ୍‌  ତଳେ ପଡ଼ିଯାଇଥିଲେ।

ଜିମ ପରିଚାଳକ ଓ ତାଙ୍କ ଜିମ ସାଥୀମାନେ ଡାକ୍ତରଙ୍କୁ ସଙ୍ଗେସ‌ଙ୍ଗେ ଡାକ୍ତରଖାନା ନେଇ ଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା।

ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଜିମ୍‌ର ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।Advertisment ହୃଦଘାତ ଯୋଗୁଁ ଡାକ୍ତରଙ୍କ ମୃତ୍ୟୁ ପ୍ରାରମ୍ଭିକ ରିପୋର୍ଟରେ ହୃଦଘାତ ଯୋଗୁଁ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ତେବେ ମୃତ୍ୟୁର କାରଣ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଡାକ୍ତର ଶାହିନ ରହମାନ ନାଗାଓଁ ମେଡିକାଲ କଲେଜରେ ସହକାରୀ ପ୍ରଫେସର ଥିଲେ।

ସେ ଔଷଧ ବିଭାଗରେ କାର୍ଯ୍ୟରତ ଥିଲେ।

ତାଙ୍କ ଅକାଳ ମୃତ୍ୟୁରେ ପରିବାର ଓ ସହକର୍ମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।Flood Warning: ଦୌଡ଼… ପାଣି ଆସୁଛି!" ୨୦ ମିନିଟ୍‌ର ଚେତାବନୀରେ ନେପାଳରେ ଭୟଙ୍କର ଆତଙ୍କ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)