Diwali Cleaning: ଦୀପାବଳିରେ ରଖନ୍ତୁ ଘରକୁ ସଫା, ହଟାନ୍ତୁ ବୁଢ଼ିଆଣୀ ଜାଲ

Oct 20, 2026 - 22:07
Diwali Cleaning: ଦୀପାବଳିରେ ରଖନ୍ତୁ ଘରକୁ ସଫା, ହଟାନ୍ତୁ ବୁଢ଼ିଆଣୀ ଜାଲ

"ଭୁବନେଶ୍ୱର: ଦୀପାବଳି ଆସିଲେ ଘରକୁ ସଫାସୁତୁରା ରଖିବା ପାଇଁ ଲାଗିପଡ଼ନ୍ତି ସମସ୍ତେ।

ଘରର କୋଣ ଅନୁକୋଣ, ଝରକା, କବାଟ, ପଙ୍ଖା ଓ ଆସବାବପତ୍ର ସଫା କରିବା ସମୟରେ ଅନେକ ସ୍ଥାନରେ ବୁଢ଼ିଆଣୀ ଜାଲ ଦେଖିବାକୁ ମିଳିଥାଏ।

ଏହାକୁ ସଫା କରିବା ପରେ ମଧ୍ୟ କିଛି ଦିନ ମଧ୍ୟରେ ସେହି ସ୍ଥାନରେ ପୁଣି ଜାଲ ହୋଇଯାଏ।

ଫଳରେ ବାରମ୍ବାର ସଫା କରିବାକୁ ପଡ଼ିଥାଏ।

ତେବେ କେବଳ ଜାଲ ହଟାଇଦେଲେ ଏହି ସମସ୍ୟାର ସମାଧାନ ହୁଏନାହିଁ।

ଏଥିପାଇଁ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।Advertisment ଘରେ ମଶା, ଛୋଟ ମାଛି ଓ ଅନ୍ୟ କୀଟପତଙ୍ଗ ରହିଲେ ବୁଢ଼ିଆଣୀଙ୍କୁ ସହଜରେ ଖାଦ୍ୟ ମିଳିଥାଏ।

ଏହା ସହିତ ଘରର ଅନ୍ଧାର, ନିରୋଳା ଓ ଦୀର୍ଘଦିନ ଧରି ସଫା ହୋଇନଥିବା କୋଣଗୁଡ଼ିକ ସେମାନଙ୍କ ପାଇଁ ଜାଲ ବାନ୍ଧିବାର ଅନୁକୂଳ ସ୍ଥାନ ହୋଇଥାଏ।

ତେଣୁ ଘରର ଏହି ସ୍ଥାନଗୁଡ଼ିକୁ ନିୟମିତ ସଫା ରଖିବା ସହ ଧୂଳି ଜମିବାକୁ ନଦେବା ଆବଶ୍ୟକ।

ନିୟମିତ ସଫା ପ୍ରତି ଧ୍ୟାନ ଦେବା ଜରୁରୀ ଦୀପାବଳି ସଫେଇ ସମୟରେ କାନ୍ଥ ଓ ଛାତର କୋଣ, ଝରକା ପଛପଟ, ଆଲମାରି ତଳ ଏବଂ ଆସବାବପତ୍ର ପଛପଟକୁ ଭଲ ଭାବେ ସଫା କରନ୍ତୁ।

ଘରେ ଭ୍ୟାକ୍ୟୁମ୍ କ୍ଲିନର୍ ଥିଲେ ଏହାର ସାହାଯ୍ୟରେ ଜାଲ ସହ ଧୂଳି ମଧ୍ୟ ସଫା କରିପାରିବେ।

ଏଥିସହ ଦ୍ୱାର, ଝରକା ଓ କାନ୍ଥରେ ଥିବା ଛୋଟ ଫାଙ୍କଗୁଡ଼ିକୁ ଯାଞ୍ଚ କରନ୍ତୁ।

ସମ୍ଭବ ହେଲେ ଏହି ଫାଙ୍କଗୁଡ଼ିକୁ ବନ୍ଦ କରନ୍ତୁ, ଯାହାଦ୍ୱାରା ବୁଢ଼ିଆଣୀ ଘର ଭିତରକୁ ପ୍ରବେଶ କରିବାର ସମ୍ଭାବନା କମିପାରିବ।

ବୁଢ଼ିଆଣୀଙ୍କୁ ଘରଠାରୁ ଦୂରେଇ ରଖିବା ପାଇଁ ପେପରମିଣ୍ଟ ତେଲ ଓ ଭିନେଗାର୍‌ର ହାଲୁକା ମିଶ୍ରଣ ଭଳି କିଛି ଘରୋଇ ଉପାୟ ଚେଷ୍ଟା କରାଯାଇପାରେ।

ପେପରମିଣ୍ଟ ତେଲର ଗନ୍ଧ କେତେକ ବୁଢ଼ିଆଣୀଙ୍କୁ ଦୂରେଇ ରଖିବାରେ ସହାୟକ ହୋଇପାରେ।

ତେବେ ଏହି ଉପାୟଗୁଡ଼ିକର ପ୍ରଭାବ ସବୁ କ୍ଷେତ୍ରରେ ସମାନ ନୁହେଁ।

କୌଣସି ମିଶ୍ରଣ ବ୍ୟବହାର କରିବା ପୂର୍ବରୁ କାନ୍ଥ କିମ୍ବା ଅନ୍ୟ ପୃଷ୍ଠର ଏକ ଛୋଟ ଅଂଶରେ ପରୀକ୍ଷା କରିନିଅନ୍ତୁ।

ଏଥିସହ ଖାଦ୍ୟ ଖୋଲାରେ ନରଖିବା, ଅଳିଆ ନିୟମିତ ବାହାର କରିବା ଓ ମଶାମାଛିଙ୍କ ପ୍ରଜନନ କମାଇବା ଉପରେ ଧ୍ୟାନ ଦିଅନ୍ତୁ।

ଗ୍ୟାସ୍‌ କିମ୍ବା ମାଂସପେଶୀ ଟାଣ ଭାବି ଯନ୍ତ୍ରଣାକୁ ଅଣଦେଖା କରନ୍ତୁ ନାହିଁ ଘରେ ପୁଣି ଜାଲ ହେବାର ସମସ୍ୟା କମାଇବା ପାଇଁ ଛାତର କୋଣ, ପଙ୍ଖା ଚାରିପାଖ, ଆଲମାରି ଉପର, ବିଛଣା ତଳ ଓ ଆସବାବପତ୍ର ପଛପଟକୁ ସପ୍ତାହକୁ ଅନ୍ତତଃ ଥରେ ଯାଞ୍ଚ କରି ସଫା କରନ୍ତୁ।

ଅଦରକାରୀ ଜିନିଷ ଜମା କରି ରଖନ୍ତୁ ନାହିଁ।

ଘରେ ଯଥେଷ୍ଟ ଆଲୋକ ଓ ବାୟୁ ଚଳାଚଳର ବ୍ୟବସ୍ଥା ରଖନ୍ତୁ।

ଏହି ଛୋଟ ଛୋଟ ଅଭ୍ୟାସ ଦ୍ୱାରା ଘରକୁ ପରିଷ୍କାର ରଖିବା ସହ ବୁଢ଼ିଆଣୀ ଜାଲର ସମସ୍ୟାକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)