Diwali accident: ବାଣ ଫୁଟାଇବା ବେଳେ ପେଟରେ ପଶିଗଲା ରକେଟ୍, ବାଳକର ମୃତ୍ୟୁ
ନୂଆଦିଲ୍ଲୀ: ଦିଲ୍ଲୀରେ ଦୀପାବଳିର ଆନନ୍ଦ ଏକ ପରିବାର ପାଇଁ ଶୋକରେ ପରିଣତ ହୋଇଛି। ବାଣ ଫୁଟାଇବା ସମୟରେ ଜଣେ ୧୦ ବର୍ଷର ବାଳକ ଆହତ ହୋଇଥିଲା। ରକେଟ୍ ସିଧା ପେଟରେ ପଶିଯିବାରୁ ସେ ଗୁରୁତର ଆହତ ହୋଇଥିଲା। ପରିବାର ଲୋକ ତୁରନ୍ତ ତାକୁ ଡାକ୍ତରଖାନା ନେଇଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ବାଳକକୁ ମୃତ ଘୋଷଣା କରିଥିଲେ। ପିଲାଟିର ମୃତ୍ୟୁ ପରେ ପରିବାର ଲୋକ ଚିକିତ୍ସାରେ ଅବହେଳା ଅଭିଯୋଗ କରି ହସ୍ପିଟାଲରେ ହଙ୍ଗାମା କରିଛନ୍ତି।
ଏହି ଘଟଣାଟି ଦିଲ୍ଲୀର ନରେଲା ଥାନା ଅଞ୍ଚଳର ରାଜୀବ କଲୋନିରେ ଘଟିଛି। ପରିବାର ଅନୁଯାୟୀ, ରବିବାର ଦୀପାବଳି ପୂଜା ପରେ ପରିବାର ଲୋକ ବାଣ ଫୁଟାଉଥିଲେ। ପିଲାଟି ଏକ ରକେଟ୍ ଫୁଟାଉଥିଲା। ଏହି ରକେଟ୍ଟି ଆକାଶକୁ ଯିବା ପରିବର୍ତ୍ତେ ରକେଟ୍ ପିଲାଟିର ପେଟରେ ବାଜିଥିଲା, ଯାହା ଫଳରେ ଗୁରୁତର ଆଘାତ ଲାଗିଥିଲା।
Gas cylinder explosion: ଦୀପାବଳିରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ; ୧୦ ଜଣ ଆହତଙ୍କ ମଧ୍ୟରୁ ୭ ଗୁରୁତର
ଦୁର୍ଘଟଣା ପରେ, ପରିବାର ଲୋକ ପିଲାଟିକୁ ନରେଲାସ୍ଥିତ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପରିବାର ଲୋକ ଡାକ୍ତରଖାନାରେ ହଙ୍ଗାମା କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲରେ ଅବହେଳା ଯୋଗୁଁ ସେମାନଙ୍କ ପିଲାର ଜୀବନ ବଞ୍ଚାଯାଇପାରିଲା ନାହିଁ। ଏହା ହସ୍ପିଟାଲରେ ହଇଚଇ ସୃଷ୍ଟି କରିଛି। ପିଲାଟିର ମୃତ୍ୟୁ ଖବର ଶୁଣି ହସ୍ପିଟାଲରେ ପହଞ୍ଚିଥିବା ତାଙ୍କ ବାପା ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଦୀପାବଳି ପାଳନ କରୁଥିବା ଘରେ ଏବେ ଶୋକ ଖେଳିଯାଇଛି। ପୁଲିସ ପିଲାଟିର ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ତଦନ୍ତ ଚାଲିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
