Diwali 2026: ଦୀପ ଜଳାଇବା ପୂର୍ବରୁ କିଛି ଘଣ୍ଟା ପାଣିରେ ବୁଡ଼ାଇ ରଖନ୍ତୁ ମାଟି ଦୀପ, ଜାଣନ୍ତୁ ଏହା ପଛର କାରଣ

Nov 08, 2026 - 11:45
Diwali 2026: ଦୀପ ଜଳାଇବା ପୂର୍ବରୁ କିଛି ଘଣ୍ଟା ପାଣିରେ ବୁଡ଼ାଇ ରଖନ୍ତୁ ମାଟି ଦୀପ, ଜାଣନ୍ତୁ ଏହା ପଛର କାରଣ

ଭୁବନେଶ୍ୱର: ଦୀପାବଳି ଆସିଲେ ଘରେ ଘରେ ଦୀପ ର ଆଲୋକରେ ଝଲସି ଉଠେ ପରିବେଶ।

ମା' ଲକ୍ଷ୍ମୀଙ୍କ ଆରାଧନା ସହ ଏହି ପର୍ବରେ ମାଟି ଦୀପ ଜାଳିବାର ରହିଛି ସ୍ୱତନ୍ତ୍ର ପରମ୍ପରା।

ତେବେ ଅନେକ ସମୟରେ ଦୀପରେ ତେଲ ଭରିବା ପରେ ମଧ୍ୟ ତାହା ଶୀଘ୍ର ଶେଷ ହୋଇଯାଏ ଏବଂ ଦୀପ ଲିଭିଯାଏ।

କିନ୍ତୁ ଏକ ସରଳ ଘରୋଇ ଉପାୟ ଆପଣଙ୍କ ଏହି ସମସ୍ୟା ଦୂର କରିପାରିବ।

Advertisment ସାଧାରଣତଃ ବଜାରରୁ ନୂଆ ମାଟି ଦୀପ କିଣି ଆଣିବା ପରେ ସେଥିରେ ସିଧାସଳଖ ତେଲ କିମ୍ବା ଘିଅ ଢାଳି ଦିଆଯାଏ।

କିନ୍ତୁ ଶୁଖିଲା ମାଟି ଦୀପ ନିଜ ଭିତରେ ଅଧିକ ତେଲ ଶୋଷି ନେଇଥାଏ।

ଫଳରେ ଦୀପରେ ତେଲ କମ୍ ରହିଯାଏ ଏବଂ ତାହା ଶୀଘ୍ର ଲିଭିଯାଏ।

ଏଥିପାଇଁ ଦୀପ ଜଳାଇବା ପୂର୍ବରୁ ତାହାକୁ କିଛି ସମୟ ପାଣିରେ ବୁଡ଼ାଇ ରଖିବାକୁ ପରାମର୍ଶ ଦିଆଯାଏ।

ପାଣିରେ ବୁଡ଼ାଇ ରଖନ୍ତୁ ମାଟି ଦୀପ ଏହା ପଛରେ ରହିଛି ଏକ ସରଳ କାରଣ।

ମାଟି ଦୀପ ତିଆରି ହୋଇ ପୋଡ଼ାଯିବା ପରେ ସେଥିରେ ଅତି ସୂକ୍ଷ୍ମ ଛିଦ୍ର ରହିଥାଏ।

ଶୁଖିଲା ଦୀପରେ ତେଲ ପକାଇଲେ ଏହି ଛିଦ୍ରଗୁଡ଼ିକ ତେଲ ଶୋଷି ନିଅନ୍ତି।

କିନ୍ତୁ ଦୀପକୁ ପ୍ରଥମେ ପାଣିରେ ବୁଡ଼ାଇ ରଖିଲେ ମାଟିର ଏହି ଛିଦ୍ରଗୁଡ଼ିକରେ ପାଣି ପ୍ରବେଶ କରିଥାଏ।

ଫଳରେ ପରେ ଢଳାଯାଉଥିବା ତେଲ ମାଟି ଭିତରକୁ ଅଧିକ ଶୋଷି ହୋଇନଥାଏ।

ଏହି ଉପାୟ ଦ୍ୱାରା ତେଲ ଓ ଘିଅ ର ଅପଚୟ କମିବା ସହ ବଳିଥିବା ତେଲ ବଳିତାକୁ ମିଳିଥାଏ।

ଫଳରେ ଦୀପ ଅଧିକ ସମୟ ଯାଏଁ ଜଳିବାରେ ସହାୟକ ହୋଇଥାଏ।

ଏହାବ୍ୟତୀତ ପାଣିରେ ବୁଡ଼ାଇ ରଖିବା ଦ୍ୱାରା ଦୀପରେ ଲାଗିଥିବା ଧୂଳି ଓ ମାଟି ମଧ୍ୟ ସଫା ହୋଇଯାଏ।

ତେବେ ଏହି ଉପାୟରେ ଦୀପ ନିଶ୍ଚିତ ଭାବେ ରାତିସାରା ଜଳିବ ବୋଲି ଗ୍ୟାରେଣ୍ଟି ନାହିଁ।

November 08 to 14: ଜାଣନ୍ତୁ ଏ ସପ୍ତାହର ରାଶିଫଳ ...

ଦୀପକୁ ପାଣିରେ ଭିଜାଇ ରଖିବାର ପ୍ରକ୍ରିୟା ମଧ୍ୟ ବେଶ୍ ସହଜ।

ପ୍ରଥମେ ଏକ ବଡ଼ ପାତ୍ର କିମ୍ବା ବାଲ୍ଟିରେ ପାଣି ନେଇ ନୂଆ ମାଟି ଦୀପଗୁଡ଼ିକୁ ସେଥିରେ ବୁଡ଼ାଇ ରଖନ୍ତୁ।

ଅତିକମରେ ୨ରୁ ୪ ଘଣ୍ଟା କିମ୍ବା ପୂରା ରାତି ଭିଜାଇ ରଖିପାରିବେ।

ଏହାପରେ ଦୀପଗୁଡ଼ିକୁ ବାହାର କରି କପଡ଼ାରେ ପୋଛି କିମ୍ବା ଧୂପରେ ୧୫ରୁ ୨୦ ମିନିଟ୍ ହାଲୁକା ଶୁଖାଇ ନିଅନ୍ତୁ।

ବାହାର ପାଣି ଶୁଖିଗଲେ ସେଥିରେ ତେଲ କିମ୍ବା ଘିଅ ଭରି ବଳିତା ଲଗାଇ ଜାଳନ୍ତୁ।

ଏହା ଏକ ସହଜ ଓ କମ୍ ଖର୍ଚ୍ଚର ଘରୋଇ ଉପାୟ।

ତେବେ ଏହି ଟିପ୍ସର ଫଳାଫଳ ଦୀପର ମାଟି ଓ ନିର୍ମାଣ ଉପରେ ନିର୍ଭର କରିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)