Digital services: ଘୋଷଣାରେ ସୀମିତ ଡାକ୍ତରଖାନାରେ ଡିଜିଟାଲ୍‌ ସେବା: ୪ବର୍ଷ ପରେ ବି ଆରମ୍ଭ ହେଲାନି

Nov 25, 2026 - 06:14
Digital services: ଘୋଷଣାରେ ସୀମିତ ଡାକ୍ତରଖାନାରେ ଡିଜିଟାଲ୍‌ ସେବା: ୪ବର୍ଷ ପରେ ବି ଆରମ୍ଭ ହେଲାନି

ଭୁବନେଶ୍ୱର: ରାଜଧାନୀର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ପେପରଲେସ୍‌ କରିବା ପାଇଁ ଆରମ୍ଭ ହୋଇଥିବା ଯୋଜନା ଚାରି ବର୍ଷ ପରେ ବି ବାସ୍ତବ ରୂପ ନେଇପାରିନାହିଁ।

ପାଇଲଟ୍‌ ପ୍ରକଳ୍ପ ଭାବେ ଘାଟିକିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବା ସହ ରାଜଧାନୀର ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ଡିଜିଟାଲ୍‌ କରିବାକୁ ଯୋଜନା ହୋଇଥିଲା।

ହେଲେଏହି ବ୍ୟବସ୍ଥା କେବଳ ଉଦ୍‌ଘାଟନ ଓ ପ୍ରଚାରପ୍ରସାରରେ ସୀମିତ ରହିଯାଇଛି।

ଏହି ଯୋଜନାନୁସାରେ ରୋଗୀଜଣକ ପ୍ରଥମେ ଏକ ଧାର୍ଯ୍ୟ କାଉଣ୍ଟରରେ ପଞ୍ଜୀକରଣ କରିବେ।

ସେଠାରେ ରୋଗୀଙ୍କ ନାମ, ଠିକଣା ଓ ରୋଗ ସମ୍ପର୍କରେ ଉଲ୍ଲେଖ ହେବା ପରେ ତାଙ୍କୁ ଏକ ନମ୍ବର ଥିବା ଟୋକନ୍‌ ମିଳିବ।

ଉକ୍ତ ଟୋକନ ଧରି ରୋଗୀ ସମ୍ପୃକ୍ତ ଡାକ୍ତରଙ୍କ ପାଖକୁ ଯିବେ ଏବଂ ନମ୍ବର ଅନୁସାରେ ଡାକ୍ତରଙ୍କୁ ସାକ୍ଷାତ କରିବେ।

ରୋଗୀଙ୍କୁ ଦେଖିସାରିବା ପରେ ଡାକ୍ତର ତାଙ୍କୁ ପୁଣି ଏକ ଟୋକନ୍‌ ଦେବେ ଏବଂ ରୋଗୀ ତାହାକୁ ଧରି ଔଷଧ ବିତରଣ କା‌ଉଣ୍ଟରକୁ ଯିବେ।

ସେଠାରେ ନମ୍ବର ଅନୁସାରେ ତାଙ୍କୁ ଡକାଯିବ ଏବଂ ଫାର୍ମାସିଷ୍ଟ କମ୍ପ୍ୟୁଟରରୁ ପ୍ରେସ୍‌କ୍ରିପ୍‌ସନ୍ ବାହାର କରି ତାଙ୍କୁ ଆବଶ୍ୟକ ଔଷଧ ଦେବେ।

ସେହିଭଳି ଯଦି କୌଣସି ପରୀକ୍ଷା ଦରକାର ହେଉଥାଏ, ରୋଗୀ ଅନୁରୂପ ଭାବେ ଟୋକନ୍ ନେଇ ପାଥୋଲାବ୍‌କୁ ଯିବେ ଏବଂ ସେଠାରେ ବି ନମ୍ବର ଅନୁସାରେ ତାଙ୍କ ପରୀକ୍ଷା କରାଯିବ।

ଏମିତି ସବୁ କାମ କେବଳ ଅନ୍‌ଲାଇନ୍‌ରେ ହେବ।

Advertisment Prince William: ପ୍ରିନ୍ସ ୱିଲିୟମ୍‌ ଓ କେଟ୍‌ଙ୍କ ଗ୍ରାମୀଣ ବାସଭବନରେ ଅନୁପ୍ରବେଶ ଉଦ୍ୟମ, ୨ ଗିରଫ ଫଳ‌ରେ ପେପର ୱାର୍କ କମିବା ସହ ରୋଗୀଙ୍କୁ ଅଯଥାରେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ।

ସେହିଭଳି କେହି ଗଳିପଶି ଡାକ୍ତରଙ୍କ ଅନୁକମ୍ପା ପାଇପାରିବନାହିଁ।

ଏଥିପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଘାଟିକିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ଗତ ୨୦୨୨ରେ ତତ୍‌କାଳୀନ ବିଏମ୍‌ସି କମିସନର ଏହାର ଉଦ୍‌ଘାଟନ କରିଥିଲେ।

ସେତେବେଳେ ଏହି ପଦକ୍ଷେପକୁ ଏକ ଆଧୁନିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭାବେ ପ୍ରଚାର କରାଯାଇଥିଲା।

କିନ୍ତୁ ଆବଶ୍ୟକ ଭିତ୍ତିଭୂମି ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଏହା ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ।

ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର କୋଠରି, ଆବଶ୍ୟକୀୟ ଉପକରଣ ବିଶେଷ କରି ଡିଜିଟାଲ୍‌ ବ୍ୟବସ୍ଥା ପରିଚାଳନା ପାଇଁ ମାନବସମ୍ବଳ ନଥିବାରୁ ଯୋଜନା ଆଗକୁ ବଢ଼ିପାରୁନାହିଁ।

Neglect: ମୁଣ୍ଡ ଗୁଂଜିବାକୁ ଦୃଷ୍ଟିହୀନ ଯଦୁଙ୍କ ନାହିଁ ଘର, ମିଳିନି ତିନି ମାସର ଭତ୍ତା ତେବେ ଏନେଇ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.

ଅଶୋକ କୁମାର ମହାପାତ୍ର କହିଛନ୍ତି ଯେ ସେତେବେଳେ ମୁଁ ଦାୟିତ୍ୱରେ ନଥିଲି।

ବର୍ତ୍ତମାନ କିଛି ଏନଜିଓ ହପ୍ସିଟାଲରେ ଏଭଳି ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ସହରାଞ୍ଚଳ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା.

ନୀଳମଣି ସେନାପତି କହିଛନ୍ତି ଯେ ମାନବସମ୍ବଳ ନଥିବାରୁ ଯୋଜନା ଆଗକୁ ବଢ଼ିପାରୁନାହିଁ।

ତେବେ ଏନେଇ ଆଗକୁ କ'ଣ କରିହେବ ସେନେଇ ବିଚାର ହେବ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)