Dhepaguda: ଢେପାଗୁଡ଼ାରେ ପୁଣି ବିରାଟ ଗାତ: ୧୧ ବର୍ଷ ତଳେ ବି ଏମିତି ଘଟିଥିଲା

Aug 09, 2026 - 08:20
Dhepaguda: ଢେପାଗୁଡ଼ାରେ ପୁଣି ବିରାଟ ଗାତ: ୧୧ ବର୍ଷ ତଳେ ବି ଏମିତି ଘଟିଥିଲା

"ଭଞ୍ଜନଗର: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅଧୀନ ଇନ୍ଦ୍ରଗଡ଼ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ରାସ୍ତା ଦବି ପ୍ରାୟ ୩୦ ଫୁଟ ଓସାର ଓ ୭/୮ଫୁଟ ଗଭୀର ଗାତ ସୃଷ୍ଟି ହୋଇଛି।

ଗାତର ଆକାର ଓ ଗଭୀରତା ବଢ଼ୁଥିବା ସହ ପାଣି ଜମୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଗାଁକୁ ପୁଣିଥରେ ବିପଦ ଘନେଇଲା ବୋଲି କହିଛନ୍ତି।

ଅନନ୍ତ ନାୟକଙ୍କ ଘର ସାମନାରେ ଗତକାଲି କିଛି ପିଲା‌ ଖେଳିବା ସମୟରେ ହଠାତ୍‌ ଅସ୍ବାଭାବିକ ଭାବେ ମାଟି ଧସିବାକୁ ଲାଗିଥିଲା।

ଫଳରେ ତପସ୍ବିନୀ ନାୟକ ତୁରନ୍ତ ପିଲାମାନଙ୍କୁ ସେଠାରୁ ହଟିବାକୁ କହିଥିଲେ।

କିଛି ସମୟରେ ମାଟି ଧସିବା ଆରମ୍ଭ କରିବା ସହ ବିରାଟ ଗାତ ହୋଇଥିଲା।

ସିମେଣ୍ଟ ଓ କଂକ୍ରିଟ୍‌ ରାସ୍ତା ନଷ୍ଟ ହୋଇଯିବା ସହ ଜଣେ ବ୍ୟକ୍ତିଙ୍କ ଘର ତାରବାଡ଼ ପଶିଯାଇଥିଲା।

ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ମଝିରେ ମଝିରେ ମାଟି ଧସୁଥିବା ଗ୍ରାମବାସୀ କହିଛନ୍ତି।Advertisment Education: ନଗଡ଼ାର ଶିକ୍ଷାଦୂତ ସବିତା-ଅନାମ ଜୁଆଙ୍ଗ ଦମ୍ପତି ପୁନର୍ବାସ ଯୋଜନାରେ ଘର କାମ ଅଧୁରା, ବିପଦରେ ଗ୍ରାମବାସୀ ୨୦୧୫ ସେପ୍ଟେମ୍ବର ୧୬ ତାରିଖ ବିଳମ୍ବିତ ରାତିରେ ହଠାତ୍‌ ଭୂସ୍ଖଳନରେ ଗାଁ ମଝିରେ ୨୫ ଫୁଟ ତଳକୁ ମାଟି ଦବିଯାଇ ବିରାଟ ଗାତ ‌ହୋଇଥିଲା।

ଏହାପରେ ଏଭଳି ତିନିଟି ଗାତ ସୃଷ୍ଟି ହୋଇଥିଲା।

ଝର ସୃଷ୍ଟି ହୋଇ ଗାତରେ ପାଣି ବୋହିଯାଉଥିବା ଦେଖିବାକୁ ମିଳିଥିଲା।

ଆମ୍ବ ଓ ନଡ଼ିଆ ଗଛ ପୋତି ହୋଇ ଯାଇଥିଲା।

ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ପ୍ରଶାସନିକ ଅଧିକାରୀ ଓ ଭୂତତ୍ତ୍ବବିତ୍ ଆସି ଅନୁଧ୍ୟାନ କରିବା ସହ ମାଟି ସମେତ କିଛି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିଲେ।

ବିପଦ ରହିଥିବାରୁ ସ୍ଥାନୀୟ ଲୋକଙ୍କୁ ଗାଁ ଛାଡ଼ିବାକୁ କୁହାଯିବା ସହ ସେଠାରେ ଚଳପ୍ରଚଳକୁ ବାରଣ କରି ସୂଚନାଫଳକ ମଧ୍ୟ ଲଗାଯାଇଥିଲା।

୩୫ ପରିବାରକୁ କେନ୍ଦୁପଲ୍ଲୀ ଆଶ୍ରୟସ୍ଥଳୀକୁ ନିଆଯାଇଥିଲା।

ସେଠାରେ ପାଖାପାଖି ୪୦ ଦିନ ରହିବା ପରେ ଗ୍ରାମବାସୀଙ୍କୁ ଅନ୍ୟ ସ୍ଥାନରେ ଘର ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Flood in Bhadrak: ଭାଙ୍ଗିଗଲା ନାଳିଆ ନଦୀର ୫୦ ଫୁଟ ବନ୍ଧ ଏମାନଙ୍କ ମଧ୍ୟରୁ କିଛି ପରିବାର ବରଗଡ଼ିହରେ ପୁନର୍ବାସ ଗୃହ ଯୋଜନାରେ ଘର ନିର୍ମାଣ କରି ରହୁଥିବା ବେଳେ ଭୂସ୍ଖଳନରେ ଘର ହରାଇଥିବା ପଞ୍ଚାନନ ନାୟକ ଓ ବୁଲୁ ନାୟକ ମଧ୍ୟ ସେଠାରେ ରହୁଛନ୍ତି।

ଅନ୍ୟମାନଙ୍କ ପାଇଁ ଗ୍ରାମ ନିକଟ ତଳ ମୌଜାରେ ଘର ନିର୍ମାଣ ପାଇଁ ଟଙ୍କା ଆସିଥିଲା।

କିନ୍ତୁ କୌଣସି କାରଣରୁ ନିର୍ମାଣ କାମ ସଂପୂର୍ଣ୍ଣ ‌ହୋଇପାରିନି।

ଫଳରେ ପ୍ରାୟ ୧୫ରୁ ଅଧିକ ପରିବାର ଆଜି ବି ଗ୍ରାମରେ ବିପଜ୍ଜନକ ଅବସ୍ଥାରେ ରହୁଥିବା ବୃନ୍ଦାବନ ନାୟକ, ସନ୍ନ୍ୟାସୀ ନାୟକ, ନୃସିଂହ ନାୟକ, ଅନନ୍ତ ନାୟକ, ନିରାକାର ନାୟକ ଓ ରଘୁନାଥ ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ପୁଣି ଗ୍ରାମକୁ ବିପଦ ମୁହାଁଇଥିବା ବେଳେ ଘର ଭାଙ୍ଗିବା ଆଶଙ୍କା ଦେଖାଦେଇଛି।

ତେଣୁ ନିକଟସ୍ଥ ବିଦ୍ୟାଳୟରେ ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଥିବା କିଛି ଗ୍ରାମବାସୀ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media