Dharmendra Pradhan: ଛାତ୍ର ଆନ୍ଦୋଳନ ଆଳରେ ସରକାରକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର: ଧର୍ମେନ୍ଦ୍ର ପ୍ରଧାନ

Oct 16, 2026 - 22:11
Dharmendra Pradhan: ଛାତ୍ର ଆନ୍ଦୋଳନ ଆଳରେ ସରକାରକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର: ଧର୍ମେନ୍ଦ୍ର ପ୍ରଧାନ

"ନୂଆଦିଲ୍ଲୀ: କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନକୁ ନେଇ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କଂଗ୍ରେସ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଛାତ୍ରଙ୍କ ସ୍ୱାର୍ଥ, ଦେଶର ହିତ ଓ ବ୍ୟବସ୍ଥାରେ ସୁଧାର ଆଣିବା ନାଁରେ ଆରମ୍ଭ ହୋଇଥିବା ଆନ୍ଦୋଳନର ପ୍ରକୃତ ଉଦ୍ଦେଶ୍ୟ ଏବେ ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି।Advertisment ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ଏକ ପୋଷ୍ଟ୍‌ କରି ପ୍ରଧାନ ଅଭିଯୋଗ କରିଛନ୍ତି ଯେ "ସରକାର ପରିବର୍ତ୍ତନ" ଏବଂ ବାଂଲାଦେଶର ଆନ୍ଦୋଳନରୁ ପ୍ରେରଣା ନେବା ଭଳି ମନ୍ତବ୍ୟ ଏହା ପଛରେ ଥିବା ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି।

ଛାତ୍ରଙ୍କ ଆଢ଼ୁଆଳରେ ଦେଶରେ ଅରାଜକତା ସୃଷ୍ଟି କରିବା ଓ ରାଜନୈତିକ ବ୍ୟବସ୍ଥାକୁ ଅସ୍ଥିର କରିବା ପାଇଁ ଏହା ଏକ ଯୋଜନାବଦ୍ଧ ଉଦ୍ୟମ ବୋଲି ସେ ଅଭିଯୋଗ କରିଛନ୍ତି।

ଆହୁରି ପଢନ୍ତୁ: Rubio: ରୁବିଓଙ୍କ ସହ ଜୟଶଙ୍କରଙ୍କ ଆଲୋଚନା ୨୦ରେ: ମୁମ୍ବାଇ ଗସ୍ତକୁ ନେଇ ରାହୁଲଙ୍କ ପ୍ରଶ୍ନ ପରେ ସ୍ପଷ୍ଟ କଲା ବିଦେଶ ମନ୍ତ୍ରାଳୟ ପ୍ରଧାନ କହିଛନ୍ତି ଯେ ବିଦେଶୀ ଶକ୍ତିଙ୍କ ସହାୟତାରେ କ୍ଷମତା ହାସଲ କରିବାକୁ ସ୍ୱପ୍ନ ଦେଖୁଥିବା ଲୋକେ ବୁଝିବା ଉଚିତ ଯେ ଭାରତରେ କ୍ଷମତା ପରିବର୍ତ୍ତନ କେବଳ ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଁ ହୋଇପାରିବ।

ଦେଶର ଜନତା ଅଗଣତାନ୍ତ୍ରିକ ଚିନ୍ତାଧାରାକୁ ଗ୍ରହଣ କରିବେ ନାହିଁ।

ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସମାଲୋଚନା କରି କହିଛନ୍ତି ଯେ ନିର୍ବାଚନରେ ଜନମତ ନିଜ ସପକ୍ଷରେ ନ ଗଲେ କଂଗ୍ରେସ ଓ ରାହୁଲ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ପ୍ରଶ୍ନ ଉଠାଉଛନ୍ତି।

ଏହା ଗଣତନ୍ତ୍ର ପ୍ରତି ଅସମ୍ମାନ ବୋଲି ସେ ଅଭିଯୋଗ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)