Dhanush's Viral Speech: ଧନୁଷଙ୍କ ଭାଇରାଲ୍ ଭାଷଣ; ରାଜନୀତିରେ ଏଣ୍ଟ୍ରି କରିବେ କି? ବଢ଼ିଲା ଚର୍ଚ୍ଚା

Jul 27, 2026 - 15:16
Dhanush's Viral Speech: ଧନୁଷଙ୍କ ଭାଇରାଲ୍ ଭାଷଣ; ରାଜନୀତିରେ ଏଣ୍ଟ୍ରି କରିବେ କି? ବଢ଼ିଲା ଚର୍ଚ୍ଚା

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ଧନୁଷ କେବଳ ଅଭିନୟ ପାଇଁ ନୁହେଁ, ତାଙ୍କର ସମାଜସେବା କାମ ପାଇଁ ମଧ୍ୟ ପରିଚିତ। ରବିବାର ତାଙ୍କ ପ୍ରଶଂସକମାନେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧନୁଷ ଯୋଗଦେଇ ଦେଇଥିବା ଭାଷଣକୁ ନେଇ ଏବେ ସୋସିଆଲ୍ ମିଡିଆରେ ରାଜନୈତିକ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପ୍ରଶଂସକଙ୍କୁ ସମାଜସେବା ପାଇଁ ଆହ୍ୱାନ:

ରକ୍ତଦାନ ଶିବିରରେ ଧନୁଷ କହିଥିଲେ, "ଏତେ ସଂଖ୍ୟାରେ ଲୋକ ଗୋଟିଏ ସ୍ଥାନରେ ଏକାଠି ହେବା ବଡ଼ କଥା। ଏହି ଏକତାରେ ଅପାର ଶକ୍ତି ରହିଛି। ଏହି ଶକ୍ତିକୁ ଏକ ଭଲ ଉଦ୍ଦେଶ୍ୟରେ ବ୍ୟବହାର କରିବା ଦରକାର। କେବଳ ଅଡିଓ ଲଞ୍ଚ କିମ୍ବା ଫ୍ୟାନ୍ ମିଟ୍‌ରେ ସୀମିତ ନ ରହି, ସମାଜର ହିତ ପାଇଁ ମଧ୍ୟ କାମ କରନ୍ତୁ। ନିଜ ଅଞ୍ଚଳର ଆବଶ୍ୟକତା ଥିବା ଲୋକଙ୍କୁ ଚିହ୍ନଟ କରି ଯଥାସମ୍ଭବ ସବୁ ପ୍ରକାର ସାହାଯ୍ୟ କରନ୍ତୁ।"

ସେ ଆହୁରି କହିଥିଲେ ଯେ, ପ୍ରଶଂସକମାନଙ୍କର ଏଭଳି ସମାଜସେବାମୂଳକ କାର୍ଯ୍ୟ ତାଙ୍କୁ ଆହୁରି ଗର୍ବିତ କରିବ।

ରାଜନୀତିକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା:

କାର୍ଯ୍ୟକ୍ରମର ଏକ ଭିଡିଓରେ ଧନୁଷ ରାଜନେତାଙ୍କ ଭଳି ପ୍ରଶଂସକଙ୍କୁ ଅଭିବାଦନ ଜଣାଉଥିବା ନଜର ଆସିଥିଲେ। ଏହା ପରେ ସୋସିଆଲ୍ ମିଡିଆରେ ତାଙ୍କ ରାଜନୀତିରେ ପ୍ରବେଶକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ପ୍ରତିକ୍ରିୟା:

ଧନୁଷଙ୍କ ଭାଷଣର ଭିଡିଓ ଭାଇରାଲ୍ ହେବା ପରେ ଅନେକ ପ୍ରଶଂସକ ଏହାକୁ ତାଙ୍କ ରାଜନୀତିକ ଏଣ୍ଟ୍ରିର ସଙ୍କେତ ବୋଲି ମତ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ଧନୁଷ ରାଜନୀତିରେ ପ୍ରବେଶ କରିବାର ଦୃଢ଼ ସଙ୍କେତ ଦେଲେ।" ଅନ୍ୟ ଜଣେ କମେଣ୍ଟ କରିଛନ୍ତି, "ଖୁବଶୀଘ୍ର ତାଙ୍କୁ ରାଜନୀତିରେ ଦେଖିବାକୁ ମିଳିବ।"

ତେବେ ଉଲ୍ଲେଖଯୋଗ୍ୟ କଥା ହେଉଛି, ଧନୁଷ ନିଜେ କୌଣସି ରାଜନୈତିକ ଦଳରେ ଯୋଗଦେବା କିମ୍ବା ରାଜନୀତିରେ ପ୍ରବେଶ କରିବା ନେଇ କୌଣସି ଘୋଷଣା କରିନାହାନ୍ତି। ସୋସିଆଲ୍ ମିଡିଆରେ ହେଉଥିବା ଏହି ଚର୍ଚ୍ଚା ପ୍ରଶଂସକଙ୍କ ଅନୁମାନ ଉପରେ ଆଧାରିତ।

ୱର୍କ ଫ୍ରଣ୍ଟ:

ଚଳିତ ବର୍ଷ ଧନୁଷଙ୍କ ଫିଲ୍ମ 'କାରା' ମୁକ୍ତିଲାଭ କରିଥିଲା। ଏହାଛଡ଼ା ସେ ବର୍ତ୍ତମାନ 'ଓମ୍ ଚ୍ୟାପ୍ଟର-୧'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ ସହିତ ସେ ହିନ୍ଦୀ ସିନେମାରେ ମଧ୍ୟ ସକ୍ରିୟ ଅଛନ୍ତି। ଗତ ବର୍ଷ ମୁକ୍ତିଲାଭ କରିଥିବା 'ତେରେ ଇଶ୍କ ମେଁ' ଫିଲ୍ମରେ ସେ କୃତି ସାନନଙ୍କ ସହ ଅଭିନୟ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।