Dengue Mosquito: ସାବଧାନ! କୀଟନାଶକ ସହ ଲଢ଼ିବା ଶିଖୁଛନ୍ତି ଡେଙ୍ଗୁ ମଶା

Aug 01, 2026 - 10:19
Dengue Mosquito: ସାବଧାନ! କୀଟନାଶକ ସହ ଲଢ଼ିବା ଶିଖୁଛନ୍ତି ଡେଙ୍ଗୁ ମଶା

"ନୂଆଦିଲ୍ଲୀ: ଡେଙ୍ଗୁ ନିୟନ୍ତ୍ରଣକୁ ନେଇ ଏକ ଚିନ୍ତାଜନକ ସୂଚନା ସାମ୍ନାକୁ ଆସିଛି।

ନିକଟରେ ପ୍ରକାଶିତ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଡେଙ୍ଗୁ ପ୍ରସାର କରୁଥିବା ଏଡିସ୍ ଇଜିପ୍ଟି ପ୍ରଜାତିର ମଶାମାନେ ବର୍ତ୍ତମାନ କୀଟନାଶକ ସହ ଲଢ଼ିବା ଶିଖୁଛନ୍ତି।

ଏହା ଡେଙ୍ଗୁ ନିୟନ୍ତ୍ରଣ ପ୍ରୟାସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି।Advertisment କୀଟନାଶକ ଆଲଫା-ସାଇପରମେଥ୍ରିନ୍ ଏହି ଅଧ୍ୟୟନର ଫଳାଫଳ "ଫ୍ରଣ୍ଟିୟର୍ସ ଇନ୍ ଟ୍ରପିକାଲ୍ ଡିଜିଜ୍" ପତ୍ରିକାରେ ପ୍ରକାଶିତ ହୋଇଛି।

ଗବେଷଣା ଅନୁସାରେ, ଭାରତରେ ବ୍ୟବହୃତ ସାଧାରଣ କୀଟନାଶକ ଆଲଫା-ସାଇପରମେଥ୍ରିନ୍ ପ୍ରତି ଏହି ମଶାମାନଙ୍କର ପ୍ରତିରୋଧକ ଶକ୍ତି ଧୀରେ ଧୀରେ ବିକାଶ ପାଉଛି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗବେଷକଙ୍କ କହିବା ଅନୁସାରେ, ପରୀକ୍ଷା ସମୟରେ ଏହି କୀଟନାଶକ ସଂସ୍ପର୍ଶରେ ଆସିଥିବା ମଶାମାନଙ୍କ ମୃତ୍ୟୁ ହାର ୯୭.୯୧ ପ୍ରତିଶତ ଥିଲେ ମଧ୍ୟ, କିଛି ମଶା ବଞ୍ଚି ଯାଇଥିଲେ।

ଏହା ପ୍ରାରମ୍ଭିକ ଭାବରେ ପ୍ରତିରୋଧ ଶକ୍ତି ବିକାଶର ସୂଚନା ଦେଉଛି।

ଏହି ପରିସ୍ଥିତିକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର କହିଛନ୍ତି ଯେ, ମଶାମାନେ କୀଟନାଶକ ସହ ସଂସ୍ପର୍ଶରେ ଆସିଲେ ତାଙ୍କ ଶରୀରରେ ଏକ ସେଲ୍ୟୁଲାର ପ୍ରତିକ୍ରିୟା ଆରମ୍ଭ ହୁଏ।

ଏହାର ପରିଣାମରେ ସେମାନେ ପ୍ରତିରକ୍ଷା ପ୍ରୋଟିନ୍ (ଏନଜାଇମ୍) ଉତ୍ପାଦନ କରି ଏହି ବିଷାକ୍ତ ପଦାର୍ଥକୁ କମ୍ କ୍ଷତିକାରକ ଯୌଗିକରେ ପରିଣତ କରିଦେଇଥାନ୍ତି।

Carom seeds: କେବଳ ଗ୍ୟାସ କିମ୍ବା ଏସିଡ଼ିଟି ନୁହେଁ, ଏହି ସମସ୍ୟାରୁ ବି ମୁକ୍ତି ଦେବ ଜୁଆଣି ଗବେଷକମାନେ ସତର୍କ କରାଇଛନ୍ତି ଯେ, ଏହା ଏକ ପ୍ରାରମ୍ଭିକ ଚେତାବନୀ ହେଲେ ମଧ୍ୟ ଯଦି ଏହାକୁ ଅଣଦେଖା କରାଯାଏ, ତେବେ ଆଗାମୀ ଦିନରେ ଡେଙ୍ଗୁ ନିୟନ୍ତ୍ରଣ ଅଧିକ କଠିନ ହୋଇପାରେ।

ସେଥିପାଇଁ ନୂତନ ନିୟନ୍ତ୍ରଣ ପଦ୍ଧତି ଓ ଜୈବିକ ପ୍ରଣାଳୀ ଉପରେ ଗଭୀର ଗବେଷଣା ଆବଶ୍ୟକ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଲୋକମାନଙ୍କୁ ସଚେତନ ରହିବାକୁ, ପରିବେଶ ସଫା ରଖିବାକୁ ଓ ମଶା ବିକାଶ ହେବାର ସ୍ଥାନକୁ ନଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।