Dengue infection ଡେଙ୍ଗୁ ସଂକ୍ରମଣରେ ଚେନ୍ନାଇ ଫେରନ୍ତା ଯୁବକଙ୍କ ମୃତ୍ୟୁ
"ବ୍ରଜରାଜନଗର: ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଡେଙ୍ଗୁ ସଂକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ସଂକ୍ରମିତ ଯୁବକଜଣକ ଚେନ୍ନାଇରେ ରହି କାମ କରୁଥିଲେ ଓ ସେଠାରେ ସଂକ୍ରମିତ ହୋଇ ଫେରିଥିଲେ ମଧ୍ୟ ଏହା ଓଡ଼ିଶାର ସ୍ବାସ୍ଥ୍ୟସେବା ପ୍ରତି ଏକ ବଡ଼ ଆହ୍ବାନ ହୋଇ ଉଭା ହେବା ଆଶଙ୍କା ସୃଷ୍ଟି ହୋଇଛି।
Advertisment ସୂଚନାନୁସାରେ, ରାମପୁର ବିନାସୀପଡ଼ାର ଯୁବକ ସୁରଜ ପ୍ରଧାନ(୨୫)ଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଛି।
ସେ ଗତ ୧ବର୍ଷ ହେବ ଚେନ୍ନାଇରେ ରହି କାମ କରୁଥିଲା।
ଜ୍ୱର ଭଲ ନହେବାରୁ ଘରକୁ ଫେରୁଥିବା ସମୟରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ଘରେଇ ହସ୍ପିଟାଲ ରେ ଗତ ୩ତାରିଖରେ ଭର୍ତ୍ତି ହୋଇଥିଲା।
ଚିକିତ୍ସିତ ଅବସ୍ଥାରେ ଗତ୮ତାରିଖ ଦିନ ମୃତ୍ୟୁ ଘଟିଥିଲା।
ଗତକାଲି (ମଙ୍ଗଳବାର) ଶବ ବ୍ରଜରାଜନଗର ପହଞ୍ଚିଥିଲା।
ଏହାପରେ ପରିବାର ଲୋକ ଦାହ ସଂସ୍କାର କରିଛନ୍ତି।
ଏସଂକ୍ରାନ୍ତ ରେ ଗତକାଲି ବିଳମ୍ବିତ ରାତ୍ରିରେ ଜଣା ପଡିଥିଲା।
ଆଜି (ବୁଧବାର) ବ୍ରଜରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା ଜୟପ୍ରକାଶ ପ୍ରଧାନ ବିନାସୀପଡ଼ାରେ ପହଞ୍ଚି ପରିବାର ଲୋକଙ୍କ ସ୍ବାସ୍ଥ୍ୟ କଥା ପଚାରି ବୁଝିଥିଲେ ଓ ମୃତକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।
ସୁରାଜର ଭାଇ କହିଛନ୍ତି, ସୁରାଜ ଗତ ଏକବର୍ଷ ହେବ ଘରକୁ ଆସିନଥିଲା।
ଜ୍ୱର ସହିତ ମୁଣ୍ଡ ବିନ୍ଧା ହେବାରୁ ଔଷଧ ଖାଇ ମଧ୍ୟ ଭଲ ହୋଇନଥିଲା।
ଶେଷରେ ଚିକିତ୍ସା ଉଦେଶ୍ୟରେ ଭୁବନେଶ୍ୱର ଆଣିଥିଲେ।
ଭୁବନେଶ୍ୱରରେ ଆବଶ୍ୟକ ପରୀକ୍ଷଣ ପରେ ସୁରାଜକୁ ଡେଙ୍ଗୁ ହୋଇଥିବା ସ୍ପଷ୍ଟ ହୋଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।