Delhi Police: ସିଜେପିର ପ୍ରତିବାଦ ଆଗରୁ ପୁଲିସର ଚଢ଼ାଉ: ହୋଟେଲ୍, ଗେଷ୍ଟ ହାଉସରେ ଯାଞ୍ଚ, ସନ୍ଦିଗ୍ଧଙ୍କୁ ଜେରା

Oct 09, 2026 - 08:51
Delhi Police: ସିଜେପିର ପ୍ରତିବାଦ ଆଗରୁ ପୁଲିସର ଚଢ଼ାଉ: ହୋଟେଲ୍, ଗେଷ୍ଟ ହାଉସରେ ଯାଞ୍ଚ, ସନ୍ଦିଗ୍ଧଙ୍କୁ ଜେରା

"ନୂଆଦିଲ୍ଲୀ: ଆସନ୍ତା ଶନିବାର ଦିନ କାକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ବିଶାଳ ଆନ୍ଦୋଳନ ପୂର୍ବରୁ ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗୁରୁବାର ଦିନ ଦିଲ୍ଲୀର ବିଭିନ୍ନ ହୋଟେଲ୍, ଗେଷ୍ଟ ହାଉସ, ହଷ୍ଟେଲ୍ ଏବଂ ପେଇଂ ଗେଷ୍ଟ ରହଣିସ୍ଥଳୀଗୁଡ଼ିକରେ ପୁଲିସ ଟିମ୍ ହଠାତ୍ ଚଢ଼ାଉ କରି ପଞ୍ଜୀକରଣ ଖାତା ଯାଞ୍ଚ କରିବା ସହ ସନ୍ଦିଗ୍ଧ ମନେହେଉଥିବା ଅନ୍ତେବାସୀଙ୍କୁ କୋଠରୀ ଭଡ଼ା ନେବାର ଉଦ୍ଦେଶ୍ୟ ଓ ରହଣି ଅବଧି ସମ୍ପର୍କରେ କଡ଼ାକଡ଼ି ଭାବେ ପଚରାଉଚରା କରିଛି।

ବିଶେଷ କରି ଅକ୍ଟୋବର ୮ରୁ ୧୧ ମଧ୍ୟରେ ରହଣି ପାଇଁ ରୁମ୍ ବୁକ୍ କରିଥିବା, ଦଳଗତ ଭାବେ ଆସିଥିବା ୨୦ରୁ ୩୦ ବର୍ଷ ବୟସ୍କ ଯୁବକ ଏବଂ ଅନ୍ୟ କାହା ନାମରେ ବୁକିଂ ହୋଇଥିବା ରୁମଗୁଡ଼ିକ ଉପରେ ପୁଲିସ ବିଶେଷ ନଜର ରଖିଛି।Advertisment ସ୍ୱତନ୍ତ୍ର ସେଲ୍ ଏବଂ କ୍ରାଇମ୍ ବ୍ରାଞ୍ଚ ନିୟୋଜିତ ଏହାସହ ସିଜେପିର ସହ-ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏବଂ ଚର୍ଚ୍ଚିତ ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କ ରହଣିସ୍ଥଳ ସମ୍ପର୍କରେ ସୂଚନା ସଂଗ୍ରହ କରିବା ପାଇଁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ଏବଂ କ୍ରାଇମ୍ ବ୍ରାଞ୍ଚକୁ ନିୟୋଜିତ କରାଯାଇଛି।

ସେହିପରି ଦିଲ୍ଲୀ ଆସୁଥିବା ବସ୍, ରେଳଷ୍ଟେସନ ଏବଂ ବିମାନବନ୍ଦରଗୁଡ଼ିକରେ ବାହାର ରାଜ୍ୟରୁ ଦଳଗତ ଭାବେ ପହଞ୍ଚୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି।

Election: ଆଜି ଆସିବ ଉପନିର୍ବାଚନ ଫଳାଫଳ; ରାଜନୈତିକ ସଙ୍କେତ ଉପରେ ସମସ୍ତଙ୍କର ନଜର ଅନ୍ୟପକ୍ଷରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆନ୍ଦୋଳନରେ ଯୋଗଦେବାକୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଆନ୍ଦୋଳନକାରୀଙ୍କୁ ଅଟକାଯାଉଥିବା ଅଭିଯୋଗ ହୋଇଛି, ଯେଉଁଥିରେ ଭୋପାଳର ଇଟାରସି ଷ୍ଟେସନରୁ ଗୋଆ ଏକ୍ସପ୍ରେସରେ ଯାତ୍ରା କରୁଥିବା ୨୧ ଜଣ ଯୁବକଙ୍କୁ ଜିଆରପି ପୁଲିସ ଅଟକ ରଖି ଫେରାଇ ଦେଇଥିବା ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)