Delhi AQI: ଦୀପାବଳି ପୂର୍ବରୁ ଦିଲ୍ଲୀରେ ଭୀଷଣ ହେଲା ବାୟୁ ପ୍ରଦୂଷଣ: ଏକ୍ୟୁଆଇ ୩୫୦ ପାଖାପାଖି ପହଞ୍ଚିଲା

Nov 02, 2026 - 09:47
Delhi AQI: ଦୀପାବଳି ପୂର୍ବରୁ ଦିଲ୍ଲୀରେ ଭୀଷଣ ହେଲା ବାୟୁ ପ୍ରଦୂଷଣ: ଏକ୍ୟୁଆଇ ୩୫୦ ପାଖାପାଖି ପହଞ୍ଚିଲା

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀରେ ଭୀଷଣ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି।

ସୋମବାର ସକାଳ ୭ଟା ପୂର୍ବରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଷରଧାମ ମନ୍ଦିର ଓ ଆଇଟିଓ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୪୯ ରେକର୍ଡ କରାଯାଇଥିଲା।

ଏହି ସମୟରେ ଇଣ୍ଡିଆ ଗେଟ୍ ଓ ଜନପଥ ଆଖପାଖ ଅଞ୍ଚଳରେ ଏକ୍ୟୁଆଇ ୩୩୫ ଥିଲା।

ଚଳିତ ଋତୁରେ ପ୍ରଥମ ଥର ପାଇଁ ଏକ୍ୟୁଆଇ ୩୦୦ ଅତିକ୍ରମ କରିଛି।

Advertisment କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ରବିବାର ଦିଲ୍ଲୀର ଦୈନିକ ହାରାହାରି ଏକ୍ୟୁଆଇ ୨୬୧ ରହିଥିଲା।

ଏହାର ଦିନକ ପୂର୍ବରୁ ଏହି ସଂଖ୍ୟା ୧୧୭ ଥିଲା।

ଅର୍ଥାତ୍ ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରଦୂଷଣର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି।

ପାଗ ବଦଳିବା ସହ ପ୍ରଦୂଷଣ ବଢ଼ିଛି ଦିଲ୍ଲୀର ୫୮ଟି ବାୟୁ ମାପ କେନ୍ଦ୍ର ମଧ୍ୟରୁ ୩୬ଟିରେ ବାୟୁର ମାନ ଅତି ଖରାପ ରହିଛି।

ଜାହାଙ୍ଗୀରପୁରୀରେ ଏକ୍ୟୁଆଇ ୪୧୭ ରହିବା ସହ ସ୍ଥିତି ଅତି ସାଂଘାତିକ ହୋଇଛି।

ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ସାମୟିକ ଆଶ୍ୱସ୍ତି ମିଳିଥିଲା।

ଶୁକ୍ରବାର ଏକ୍ୟୁଆଇ ୬୦କୁ ଖସିଥିଲା।

କିନ୍ତୁ ବର୍ଷା ପରେ ପାଗ ବଦଳିବା ସହ ପୁଣି ପ୍ରଦୂଷଣ ବଢ଼ିଛି।

କମ୍ ପବନ, ଥଣ୍ଡା ଓ କୁହୁଡ଼ି ଯୋଗୁଁ ଧୂଳିଧୂଆଁ ବାୟୁମଣ୍ଡଳରୁ ସହଜରେ ଦୂର ହୋଇପାରୁନାହିଁ।

ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂତନ କଟକଣା ନଭେମ୍ବର ୧ ତାରିଖରୁ ଲାଗୁ ହୋଇଛି।

ତଥାପି, କଟକଣାର ପ୍ରଥମ ଦିନରେ ରବିବାର ବାୟୁ ଗୁଣବତ୍ତା ଖରାପ ବର୍ଗରେ ପହଞ୍ଚିଥିଲା।

Odisha CM Mohan Charan Majhi: ସନ୍ଧ୍ୟାରେ ଦୁଇଦିନିଆ ନୂ୍ଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୀପାବଳିରେ ବାଣ ଫୁଟାଇବା ଓ ନଡ଼ା ପୋଡ଼ିବା ଯୋଗୁଁ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା ରହିଛି।

ଆଗାମୀ ଦିନଗୁଡ଼ିକରେ ବାୟୁର ମାନ ଅତି ଖରାପ ସ୍ତରରେ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ ଗାଡ଼ି ଚଳାଚଳ, ନିର୍ମାଣ କାମ ଓ କାର୍ଯ୍ୟାଳୟରେ ଉପସ୍ଥାନ ଉପରେ କଟକଣା ଲାଗୁ ହୋଇଛି।

ଏଭଳି ସ୍ଥିତିରେ ଦିଲ୍ଲୀବାସୀଙ୍କ ପାଇଁ ସ୍ବଚ୍ଛ ବାୟୁ ଏବେ ବଡ଼ ଆହ୍ୱାନ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)