Defence deal: ୫୨ହଜାର କୋଟି ଟଙ୍କାର ପ୍ରତିରକ୍ଷା କ୍ରୟକୁ ଅନୁମତି

Jul 03, 2026 - 22:01
Defence deal: ୫୨ହଜାର କୋଟି ଟଙ୍କାର ପ୍ରତିରକ୍ଷା କ୍ରୟକୁ ଅନୁମତି

ନୂଆଦିଲ୍ଲୀ: ସେନା ବାହିନୀର ଯୁଦ୍ଧ ଦକ୍ଷତାକୁ ସୁଦୃଢ଼ କରିବାପାଇଁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବାଧୀନ ଡିଏସି (ପ୍ରତିରକ୍ଷା କ୍ରୟ ପରିଷଦ) ଅତ୍ୟାଧୁନିକ ଅସ୍ତ୍ର, ଗୋଳାବାରୁଦ ଏବଂ ପ୍ରତିରକ୍ଷା ବ୍ୟବସ୍ଥା କ୍ରୟ ସଂକ୍ରାନ୍ତ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାୟ ୫୨ ହଜାର କୋଟି ଟଙ୍କାର ପ୍ରତିରକ୍ଷା କ୍ରୟ ପାଇଁ ଡିଏସି ଅନୁମୋଦନ ପ୍ରଦାନ କରିଛି। 

ଭାରତୀୟ ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ର ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ପ୍ଲାଟଫର୍ମ, ଆଣ୍ଟି ଡ୍ରୋନ୍‌ ଟେକନୋଲୋଜି, ମାନବବିହୀନ ସିଷ୍ଟମ୍‌କୁ ସ୍ବୀକୃତି ଦିଆଯାଇଛି। ଭାରତୀୟ ସେନା ପାଇଁ ଅନୁମୋଦନ ଦିଆଯାଇଥିବା କେତେକ ପ୍ରମୁଖ କ୍ରୟ ପ୍ରସ୍ତାବ ଗୁଡ଼ିକ ହେଉଛି ୟୁଏଭି (ଆଣ୍ଟି ଅନମ୍ୟାନ୍‌ଡ ଏରିଏଲ ଭେଇକଲ) ଇଲେକଟ୍ରୋନିକ ୱାରଫେୟାର ସିଷ୍ଟମ୍‌ ‘ଆକାଶ ତରଙ୍ଗ’, ଏମ୍‌ପିଏଟିଜିଏମ୍‌ (ମ୍ୟାନ୍‌-ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌) ସିଷ୍ଟମ୍‌, ଏମ୍‌ଆରଏସଏଏମ୍‌ (ମିଡିୟମ ରେଞ୍ଜ ସରଫେସ୍‌ ଟୁ ଏୟାର ମିସାଇଲ୍‌) ୱିପନ୍‌ ସିଷ୍ଟମ୍‌। ନୌସେନା ପାଇଁ ଡିଏସି ଏମଆଇଜିଏମ୍‌ (ମଲ୍ଟି ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ୍ସ), ଏନ୍‌ଏସୟୁଏଏସ୍‌ (ନାଭାଲ ସିପବୋର୍ନ୍‌ ଅନମ୍ୟାନ୍‌ଡ ଏରିଏଲ୍‌ ସିଷ୍ଟମ୍‌) କ୍ରୟ ଏବଂ ଏଲ୍‌ବିଟିଏଫ୍‌ (ଲ୍ୟାଣ୍ଡ୍‌ ବେସ୍‌ଡ ଟେଷ୍ଟିଂ ଫ୍ୟାସିଲିିଟି) ସ୍ଥାପନ ପାଇଁ ଅନୁମତି ଦେଇଛନ୍ତି। ଡିଏସି ମଧ୍ୟ ଭାରତୀୟ ବାୟୁସେନା ପାଇଁ ଏଫ୍‌ଡବ୍ଲ୍ୟୁ-ଏଚଏପିଏସ୍‌ (ଫିକ୍ସଡ ୱିଙ୍ଗ ହାଇ ଅଲ୍ଟିଚୁଡ୍‌ ସ୍ୟୁଡୋ ସାଟେଲାଇଟ୍‌) ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏଥିସହ ଆହୁରି ଅନ୍ୟାନ୍ୟ ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।