Deep-Sea Tragedy: ଗଭୀର ସମୁଦ୍ରରେ ୧୫ ମତ୍ସ୍ୟଜୀବୀ ନିଖୋଜ, ସେମାନଙ୍କ ମଧ୍ୟରେ ବାଲେଶ୍ୱରର ୩ ଜଣ
ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୫ ମତ୍ସ୍ୟଜୀବୀଙ୍କ ଏଯାଏଁ ମିଳିନି ପତ୍ତା। ଘଟଣାକୁ ୯ ଦିନ ବିତିଥିଲେ ବି କୌଣସି ଯୋଗାଯୋଗ ହୋଇପାରୁନି। ଏନେଇ ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ। ନିଖୋଜ ୧୫ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ବାଲେଶ୍ୱର ଭୋଗରାଇ ବ୍ଲକ କମର୍ଦା ଅଞ୍ଚଳର ତିନି ଜଣ ଅଛନ୍ତି ।
ପଶ୍ଚିମବଙ୍ଗ ସରକାର ସନ୍ଧାନ କାର୍ଯ୍ୟ ଜାରି ରଖିଥିବା ବେଳେ ରାମନଗର ବିଧାୟକ ଓ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଗତ ୨ ତାରିଖରେ ପଶ୍ଚିମବଙ୍ଗର ଶଙ୍କରପୁର ମାଛଧରା ବନ୍ଦରରୁ 'ମା କାଳୀ' ଟ୍ରଲରରେ ୧୫ ଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ରକୁ ଇଲିଶି ମାଛ ଧରିବା ପାଇଁ ଯାଇଥିଲେ। କିନ୍ତୁ ଗତ ୯ ଦିନ ଧରି ସେମାନଙ୍କ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇ ପାରୁନାହିଁ।
ମାଛ ଧରିବାକୁ ଯାଇ ୧୫ ମତ୍ସ୍ୟଜୀବୀ ନିଖୋଜ
୯ ଦିନ ହେଲାଣି ହୋଇପାରୁନି ଯୋଗାଯୋଗ
ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ ମତ୍ସ୍ୟଜୀବୀ
ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ସମୁଦ୍ରକୁ ଯାଇଥିଲେ
ନିଖୋଜୀଙ୍କ ମଧ୍ୟରୁ ବାଲେଶ୍ୱର କମର୍ଦା ଅଞ୍ଚଳର ୩ ଜଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।