Ukraine War: ଆକ୍ରମଣ ପାଇଁ ରୁଷୀୟ ଉପଗ୍ରହ ବ୍ୟବହାର କରୁଛି ଇରାନ: ଅଭିଯୋଗ ଆଣିଲେ ଜେଲେନସ୍କି

Jul 26, 2026 - 10:37
Ukraine War: ଆକ୍ରମଣ ପାଇଁ ରୁଷୀୟ ଉପଗ୍ରହ ବ୍ୟବହାର କରୁଛି ଇରାନ: ଅଭିଯୋଗ ଆଣିଲେ ଜେଲେନସ୍କି

"କିଭ୍: ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷ ବିଷୟରେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି ଯାହା ଆମେରିକାଠାରୁ ଆରମ୍ଭ କରି ଉପସାଗରୀୟ ଦେଶ ପର୍ଯ୍ୟନ୍ତ ସମସ୍ତଙ୍କର ହୋସ୍ ଉଡାଇ ଦେଇଛି।

ସେ ଅଭିଯୋଗ କରିଛନ୍ତି ଯେ, ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ କରାଯିବା ସହିତ ଇରାନକୁ ସିଧାସଳଖ ସହାୟତା ଯୋଗାଇଦେଉଛି।

ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକା ସାମରିକ ଘାଟି ବିଷୟରେ ସାଟେଲାଇଟ୍ ଚିତ୍ର ଏବଂ ଗୁପ୍ତ ସୂଚନା ଇରାନକୁ ପ୍ରଦାନ କରୁଛି।

ଯାହା ଫଳରେ ଇରାନ ସଠିକ୍ ଆକ୍ରମଣ କରିବାକୁ ସକ୍ଷମ ହେଉଛି।

ୟୁକ୍ରେନୀୟ ଗୁପ୍ତଚର ସଂସ୍ଥାର ଏକ ରିପୋର୍ଟ ଆଧାରରେ ଜେଲେନସ୍କି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ସେୟାର କରି କହିଛନ୍ତି ଯେ, ୟୁକ୍ରେନୀୟ ଗୁପ୍ତଚରମାନେ ଜୁଲାଇ ଆରମ୍ଭରୁ ରୁଷୀୟ ଉପଗ୍ରହଗୁଡ଼ିକର ଗତିବିଧି ଉପରେ ନଜର ରଖିଛନ୍ତି।ଜେଲେନସ୍କିଙ୍କ ଅନୁଯାୟୀ, ରୁଷିଆ ଗୁପ୍ତଚର ଉପଗ୍ରହଗୁଡ଼ିକ ନିରନ୍ତର ଉପସାଗରୀୟ ଦେଶ ଏବଂ ସେଠାରେ ଥିବା ଆମେରିକୀୟ ସାମରିକ ଘାଟିର ଉଚ୍ଚ-ରିଜୋଲ୍ୟୁସନ୍ ଚିତ୍ର ଉଠାଉଛି।

ଏହି ଚିତ୍ରଗୁଡ଼ିକ ତୁରନ୍ତ ଇରାନକୁ ପଠାଯାଉଛି।Advertisment Iran Political Crisis: ଇରାନର ସର୍ବୋଚ୍ଚ ନେତା ଏବଂ ରାଷ୍ଟ୍ରପତି ମୁହାଁମୁହିଁ: ସରକାରୀ ଟିଭି ପାଲଟିଲା ଆଖଡ଼ା ସ୍ଥଳ ଆମର ଗୁଇନ୍ଦା ସଂସ୍ଥାର ରିପୋର୍ଟ ଦର୍ଶାଉଛି ଯେ, ରୁଷୀୟ ଉପଗ୍ରହ ଦ୍ୱାରା ନିଆଯାଇଥିବା ଚିତ୍ର ଏବଂ ଇରାନ ଆକ୍ରମଣ ମଧ୍ୟରେ ଏକ ସିଧାସଳଖ ସମ୍ପର୍କ ରହିଛି।

ଏହି ରୁଷୀୟ ଉପଗ୍ରହ ଚିତ୍ରଗୁଡ଼ିକୁ ଆକ୍ରମଣ ଯୋଜନା କରିବା, ଏହାକୁ କାର୍ଯ୍ୟକାରୀ କରିବା ଏବଂ ପରବର୍ତ୍ତୀ ସମୟରେ କ୍ଷତି ଆକଳନ କରିବା ପାଇଁ ବ୍ୟବହାର କରାଯାଉଛି।

ତାରିଖ ସହିତ ପ୍ରକାଶ କରି ସେ କହିଛନ୍ତି ଯେ, ଜୁଲାଇ ୧୯ ଏବଂ ୨୦ ତାରିଖରେ, ରୁଷୀୟ ଉପଗ୍ରହଗୁଡ଼ିକ ଏହି ଅଞ୍ଚଳର ଚାରୋଟି ପ୍ରମୁଖ ଏୟାରବେସ୍‌କୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରିଥିଲେ ଏବଂ ଫଟୋ ଉଠାଇଥିଲେ।

ଏହି ଏୟାରବେସ୍‌ଗୁଡ଼ିକ ମଧ୍ୟରୁ ଦୁଇଟି ବାହାରିନରେ, ଗୋଟିଏ ଜୋର୍ଡାନରେ ଏବଂ ଗୋଟିଏ କୁଏତରେ ଅବସ୍ଥିତ।

ଜେଲେନସ୍କି କହିଛନ୍ତି ଯେ ସେ ଏହି ଗୁପ୍ତଚର ପ୍ରମାଣ ଏବଂ ଦସ୍ତାବିଜ୍‌କୁ ତାଙ୍କର ବିଶ୍ୱ ସହଯୋଗୀ ଏବଂ ବନ୍ଧୁ ଦେଶମାନଙ୍କୁ ପ୍ରଦାନ କରିବେ।

ସମଗ୍ର ଏସୀୟ ମହାଦେଶ ପାଇଁ ବିପଦ ସୃଷ୍ଟି ରୁଷ ଏବଂ ଉତ୍ତର କୋରିଆ ମଧ୍ୟରେ ବଢୁଥିବା ବନ୍ଧୁତା ବିଷୟରେ ଚେତାବନୀ ଦେଇ ଜେଲେନସ୍କି କହିଛନ୍ତି, ଭ୍ଲାଦିମିର ପୁଟିନ ଯୁଦ୍ଧକ୍ଷେତ୍ରରେ ନିଜର ହ୍ରାସ ପାଉଥିବା ମନୋବଳକୁ ରକ୍ଷା କରିବା ପାଇଁ ପ୍ୟୋଙ୍ଗୟାଙ୍ଗର ଆଶ୍ରୟ ନେଉଛନ୍ତି।

ରୁଷ ଉତ୍ତର କୋରିଆରୁ ୩୦ ହଜାର ଅତିରିକ୍ତ ସୈନ୍ୟଙ୍କ ଏକ ନୂତନ ଦଳ ରୁଷ ସେନାରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି।

ଜୁନ୍ ମାସରୁ ରୁଷର ଭୋରୋନେଜ୍ ଅଞ୍ଚଳରେ ଏହି ଉତ୍ତର କୋରିଆ ସୈନ୍ୟମାନଙ୍କୁ ରଖିବା ଏବଂ ତାଲିମ ଦେବା ପାଇଁ ବ୍ୟବସ୍ଥା ଚାଲିଛି।

ସୈନ୍ୟମାନଙ୍କ ବ୍ୟତୀତ, ଉତ୍ତର କୋରିଆ ରୁଷକୁ ନୂତନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚର୍ ପ୍ରଣାଳୀ ଯୋଗାଇବାକୁ ମଧ୍ୟ ପ୍ରସ୍ତୁତ ହେଉଛି।

ଏହି ମେଣ୍ଟ ସମଗ୍ର ଏସୀୟ ମହାଦେଶ ପାଇଁ ବିପଦ ସୃଷ୍ଟି କରୁଛି।

ରୁଷର ସହାୟତାରେ ଉତ୍ତର କୋରିଆ ସୈନ୍ୟମାନେ ଆଧୁନିକ ଯୁଦ୍ଧରେ ଅଭିଜ୍ଞତା ହାସଲ କରୁଛନ୍ତି ଏବଂ ସେମାନଙ୍କର ଅସ୍ତ୍ରଶସ୍ତ୍ରକୁ ଉନ୍ନତ କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।