Death: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ନାବାଳିକାର ଜୀବନ

Aug 14, 2026 - 12:15
Death: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ନାବାଳିକାର ଜୀବନ

"କାଲିମେଳା: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ନାବାଳିକାର ଜୀବନ।

ବାସନ ମାଜୁଥିବା ବେଳେ କରେଣ୍ଟ ଲାଗି ଚାଲିଗଲା ୧୩ ବର୍ଷୀୟା ନାବାଳିକା ଝିଅର ଜୀବନ | ଘଟଣାଟି ଘଟିଛି କାଲିମେଳା ଥାନା ଅନ୍ତର୍ଗତ ଗୁରାଲୁର ଗ୍ରାମରେ |ମୃତନାବାଳିକା ହେଲେ ଦୁଲାଗୁଣ୍ଡି ଗ୍ରାମର ବଜାୟ କରନେନଙ୍କ ଝିଅ ମନାମା କରନେନ|Advertisment ବାସନ ମାଜୁଥିବା ବେଳେ କରେଣ୍ଟ ଲାଗି ଯାଇଥିଲା  ମୃତ ନାବାଳିକା ଜଣଙ୍କ ନିଜ ବଡ଼ ବାପା ବଡୟା ପଳାସୀଙ୍କ ଘରେ ରହି ଧାନ ତଳି ରୋଇବା କାମ କରୁଥିଲା | ଗତକାଲି ଜମିରେ ଧାନ ତଳି ରୋଇବା ପରେ ବଡ଼ବାପାଙ୍କ ଘରକୁ ଖାଇବାକୁ ଆସିଥିଲେ | ଖାଇ ସାରି ଘର ସମୁଖରେ ବାସନ ମାଜୁଥିବା ବେଳେ କରେଣ୍ଟ ଲାଗି ଯାଇଥିଲା| ବାସନ ମାଜୁଥିବା ସ୍ଥାନରେ ଏକ ପୁରୁଣା ଲୁହା ପୋଲ ଥିବା ବେଳେ ଲୁହା ପୋଲରୁ ତାର ଛିଣ୍ଡି ତଳେ କରେଣ୍ଟ ଚାର୍ଜ ହୋଇଯାଇଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ | ବିଦ୍ୟୁତ୍ ବିଭାଗର ଅବହେଳାରୁ ଜଣେ ନିରୀହ ନାବାଳିକାର ଜୀବନ ଚାଲିଗଲା ବୋଲି କହିଛନ୍ତି ସମ୍ପର୍କୀୟ | Budhabalanga Floods: ବଢ଼ୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର: ବନ୍ୟା ମୁହଁରେ ବେତନଟୀର ୧୬ଗାଁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media