Death: ପୋଖରୀକୁ ଗାଧୋଇବାକୁ ଯାଇଥି‌ଲେ ୨ ନାବାଳିକା, ଶବ ହୋଇ ଫେରିଲେ

Oct 07, 2026 - 15:01
Death: ପୋଖରୀକୁ ଗାଧୋଇବାକୁ ଯାଇଥି‌ଲେ ୨ ନାବାଳିକା, ଶବ ହୋଇ ଫେରିଲେ

"ରାୟଗଡ଼ା(ଶିବ ପ୍ରସାଦ ଦୋରା): ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶାନ୍ତିନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ମୃତ ଦୁଇ ନାବାଳିକା ହେଲେ ପୂଜାରୀଗୁଡ଼ା ପଞ୍ଚାୟତ ବଡ଼ନାୟକଗୁଡ଼ା ଗାଁର ୧୨ ବର୍ଷୀୟା ନିଲୁ କାଡ୍ରାକା ଓ ୧୨ ବର୍ଷୀୟା କାମି ତିଆକା।

ସୂଚନା ଅନୁସାରେ, ଦୁଇ ନାବାଳିକା ଶାନ୍ତିନଗର ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ।

ତେବେ ଗାଧୋଇବା ସମୟରେ ଦୁହେଁ ପାଣିରେ ବୁଡ଼ି ଯାଇଥିବା ଜଣାପଡ଼ିଛି।Advertisment କଲ୍ୟାଣସିଂହପୁର ଅଞ୍ଚଳରେ ଶୋକର ଛାୟା ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଉଦ୍ଧାର କରି ଦୁଇ ନାବାଳିକାଙ୍କୁ ବଡ଼ନାୟକଗୁଡ଼ା ଗାଁକୁ ନେଇଥିଲେ।

ଉଭୟ ନାବାଳିକା ବଡ଼ନାୟକଗୁଡ଼ା ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢ଼ୁଥିବା ସୂଚନା ମିଳିଛି।

ଖବର ପାଇ କଲ୍ୟାଣସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ଦୁଇ ମୃତଦେହର ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ପ୍ରକ୍ରିୟା ଜାରି ରହିଛି।

କଲ୍ୟାଣସିଂହପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I BJP: ଓଡ଼ିଶା ବନ୍ଦକୁ ନେଇ ବିଜେଡିର ୟୁ ଟର୍ଣ୍ଣ, କଟାକ୍ଷ କଲା ବିଜେପି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)