Death : ଦେବଗଡ଼ରେ ହାତୀ ଛୁଆର ମୃତ୍ୟୁ
ଦେବଗଡ: ଦେବଗଡ଼ ଜିଲ୍ଲାର ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଗଡ଼ଗଡ଼ା ଗାଁ ନିକଟସ୍ଥ ବିଜଖୁଜା ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି।
ନଭେମ୍ବର ୨୦ ତାରିଖ ସକାଳ ୭ଟା ୪୦ ମିନିଟ୍ରେ ରେଙ୍ଗାଲବେଡ଼ା ସେକ୍ସନର ଫରେଷ୍ଟରଙ୍କଠାରୁ ଏନେଇ ସୂଚନା ପାଇବା ପରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
Advertisment ଆହୁରି ପଢନ୍ତୁ : AIFF: ଏଏଫ୍ସି ପୁରସ୍କାରରେ ଏଆଇଏଫ୍ଏଫ୍କୁ ସ୍ୱର୍ଣ୍ଣ ସମ୍ମାନ ଘଟଣାସ୍ଥଳରେ ଦେବଗଡ଼ ଡିଏଫ୍ଓ, ଏସିଏଫ୍ , ରିଆମାଳ ରେଞ୍ଜ ଅଧିକାରୀଙ୍କ ସମେତ ବନ ବିଭାଗର କର୍ମଚାରୀ, ରାପିଡ୍ ରେସ୍ପନ୍ସ ଟିମ୍ (RRT) ଓ ସ୍କ୍ୱାଡ୍ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ।
ଆହୁରି ପଢନ୍ତୁ : Vijay Antoni: ଝିଅର ମୃତ୍ୟୁ ପରେ ଏଥିପାଇଁ ଚପଲ ପିନ୍ଧୁନାଁହାନ୍ତି ସାଉଥ ସୁପରଷ୍ଟାର ବିଜୟ ପ୍ରାଥମିକ ତଦନ୍ତରୁ ହାତୀ ଛୁଆଟିର ଶରୀରରେ ବାହ୍ୟ ଆଘାତର ଚିହ୍ନ ଥିବାରୁ ଅନ୍ୟ ହାତୀଙ୍କ ସହ ଲଢ଼େଇ ଯୋଗୁଁ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ତେବେ ପ୍ରକୃତ ମୃତ୍ୟୁର କାରଣ ଜାଣିବା ପାଇଁ ଭୁବନେଶ୍ୱରସ୍ଥିତ ଓୟୁଏଟିର ପକ୍ଷରୁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
