Death: ଗଛରେ ଝୁଲିପଡ଼ିଲେ ହଷ୍ଟେଲ ଛାତ୍ରୀ, କାରଣ ଅସ୍ପଷ୍ଟ
"ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଭ।ମିନି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଟିବେଡ଼ଆଶ୍ରମ ସ୍କୁଲର ଛାତ୍ରୀକାଲି ରାତିରେ ଆତ୍ମହତ୍ୟା କରିଛନ୍ତି।
ଛାତ୍ରୀ ଜଣଙ୍କ ନାମ ଜବା ଶାନ୍ତ।
ବୟସ ୧୪।
ଅଷ୍ଟମ ଶ୍ରେଣୀର ଛାତ୍ରୀ ହଷ୍ଟେଲରେ ରହୁଥିଲେ।
ଜବାଙ୍କ ଘର ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତର ଦଲଦଲି ଗ୍ରାମରେ।
ଜବ।
କାଲି ରାତିରେ ହଷ୍ଟେଲ ପାଚେରି ଡେଇଁ ସ୍କୁଲ ଠାରୁ ୧ କିଲୋମିଟର ଦୂରରେ ଥିବା ଏକ ବିରାଟ ଶୁଖିଲା ଗଛରେ ନିଜର ଓଢଣୀରେ ଆତ୍ମହତ୍ୟା କରିଛନ୍ତି।Advertisment କାର୍ଯ୍ୟାନୁଷ୍ଠାନ ଲାଗି ଅନୁରୋଧ ଯେହେତୁ ଦଲଦଲି ଗ୍ରାମରେ କୌଣସି ମୋବାଇଲ ନେଟୱାର୍କ ନାହିଁ, ତେଣୁ ସ୍କୁଲର କିଛି ଶିକ୍ଷକ ରାତି ଗୋଟେ ସମୟରେ ଦଲଦଲି ଗ୍ରାମକୁ ଯାଇ ଛାତ୍ରୀଙ୍କ ପିତାଙ୍କୁ ଜଣାଇଥିଲେ।
ରାତିରେ ହିଁ ତୁରନ୍ତ ପରିବାର ଲୋକେ ଓ ଗ୍ରାମବାସୀ ସ୍କୁଲରେ ପହଞ୍ଚିଥିଲେ।
ଏହି ଖବର ଲେଖା ହେବା ବେଳକୁ ଗଛ ଉପରେ ହିଁ ଶବ ଝୁଲି ରହିଛି।
ଜବାଙ୍କ ପିତା ହେଉଛନ୍ତି ରାମ ଶାନ୍ତ।।
ରାମ ଶାନ୍ତଙ୍କ ୪ ପୁଅ ଓ ଜଣେ ହିଁ ଝିଅ ଥିଲେ।
ବର୍ତ୍ତମାନ ଉମରକୋଟ ଥାନାରେ ପିତା ରାମ ଶାନ୍ତ।
ଏତଲା ପ୍ରଦାନ କରିଛନ୍ତି ଓ ଏତଲାରେ ମୃତ୍ୟୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି।
ତେବେ ଛାତ୍ରୀ ଜଣକ କେଉଁ କାରଣରୁ ଏଭଳି ନିଷ୍ପତ୍ତି ନେଲେ, ତାହା ଅସ୍ପଷ୍ଟ ରହିଛି।
ପୁଲିସ ତଦନ୍ତ ପରେ ହିଁ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି।
ଛାତ୍ରୀ ଜଣଙ୍କ ଜୁନ ୨୫ରେ ଘରୁ ସ୍କୁଲକୁ ଯାଇଥିଲେ।
BJP: କଣ୍ଟାବାଞ୍ଜିରେ ବିଜେପିର ବଡ଼ ମିଶ୍ରଣ ପର୍ବ: ପଦ୍ମ ଧରିବେ ୩ ବ୍ଲକ୍ ଅଧ୍ୟକ୍ଷ ଓ ୫୦ରୁ ଊର୍ଦ୍ଧ୍ୱ ସରପଞ୍ଚ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।