Iran Political Crisis: ଇରାନର ସର୍ବୋଚ୍ଚ ନେତା ଏବଂ ରାଷ୍ଟ୍ରପତି ମୁହାଁମୁହିଁ: ସରକାରୀ ଟିଭି ପାଲଟିଲା ଆଖଡ଼ା ସ୍ଥଳ

Jul 26, 2026 - 10:17
Iran Political Crisis: ଇରାନର ସର୍ବୋଚ୍ଚ ନେତା ଏବଂ ରାଷ୍ଟ୍ରପତି ମୁହାଁମୁହିଁ: ସରକାରୀ ଟିଭି ପାଲଟିଲା ଆଖଡ଼ା ସ୍ଥଳ

"ତେହେରାନ: ଇରାନରେ କ୍ଷମତା ଦୁଇଫାଳ ହେବାରେ ଲାଗିଛି।

ପୂର୍ବରୁ ଏନେଇ ଆନ୍ତର୍ଜାତୀୟସ୍ତରରେ କିଛି ଜଣାପଡୁନଥିଲା।

କିନ୍ତୁ ଏବେ ବିବାଦ ସାର୍ବଜନୀନ ହେବାରେ ଲାଗିଛି।

ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସରକାର ଏବଂ ଦେଶର ସରକାରୀ ଟେଲିଭିଜନ ନେଟୱାର୍କ ଆଇଆରଆଇବି ମଧ୍ୟରେ ଏକ ବିବାଦ ଦେଖାଦେଇଛି।

ଏହା ଇରାନ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି।

ସର୍ବୋଚ୍ଚ ନେତାଙ୍କ ଦ୍ୱାରା ନିୟନ୍ତ୍ରିତ ଟିଭି ଆଇଆରଆଇବି ଏବେ ଆଖଡ଼ା ସ୍ଥଳ ପାଲଟିଛି।

ଏହି ସମସ୍ତ ମାମଲା ଆମେରିକା ସହ ଆଲୋଚନା ଏବଂ ଯୁଦ୍ଧ ରଣନୀତି ସହିତ ଜଡିତ।

ସରକାର ଅଭିଯୋଗ କରିଛନ୍ତି ଯେ, ରାଷ୍ଟ୍ରାୟତ୍ତ ଟେଲିଭିଜନ ରାଷ୍ଟ୍ରପତିଙ୍କ ଭାଷଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଜାଣିଶୁଣି ବାଦ୍ ଦେଇଛି, ଯେତେବେଳେ ଆଇଆରଆଇବି କହିଛି ଯେ, ଦେଶ ଭିତରେ ନେତୃତ୍ୱ ସମ୍ପର୍କରେ କୌଣସି ଦ୍ୱନ୍ଦ୍ୱକୁ ରୋକିବା ପାଇଁ ଏଭଳି କରାଯାଇଛି।ଭାଷଣରେ ରାଷ୍ଟ୍ରପତି ପେଜେସ୍କିଆନ କହିଥିଲେ ଯେ, ଗତ ବର୍ଷ ଇସ୍ରାଏଲ ସହିତ ୧୨ ଦିନିଆ ଯୁଦ୍ଧ ପରେ, ତତ୍କାଳୀନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ଆମେରିକା ସହିତ ଆଲୋଚନାକୁ ସାର୍ବଜନୀନ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ, କିନ୍ତୁ ବ୍ୟକ୍ତିଗତ ଭାବରେ ଏହାକୁ ଅନୁମୋଦନ କରିଥିଲେ।

ରାଷ୍ଟ୍ରପତିଙ୍କ ଅନୁଯାୟୀ, ସେ ସର୍ବୋଚ୍ଚ ନେତାଙ୍କୁ ଭେଟି ଦେଶର ପରିସ୍ଥିତି ବୁଝାଇଥିଲେ, ଯାହା ପରେ ସେ ଆଲୋଚନା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସରକାରୀ ସୂଚନା ପରିଷଦ ଅଭିଯୋଗ କରିଛି ଯେ, ଆଇଆରଆଇବି ଭାଷଣର ଏହି ଅଂଶ ପ୍ରସାରଣ କରିନାହିଁ।

ଏହା ବ୍ୟତୀତ, ସରକାର କହିଛନ୍ତି,ସଂସଦ ବାଚସ୍ପତି ମହମ୍ମଦ ବାଘେର କାଲିବାଫ ଏବଂ ନ୍ୟାୟପାଳିକା ମୁଖ୍ୟ ଘୋଲାମ-ହୋସେନ ମୋହସେନିଙ୍କ ଭାଷଣର କିଛି ଅଂଶ, ଯେଉଁଥିରେ ସେମାନେ ରାଷ୍ଟ୍ରପତିଙ୍କୁ ସମର୍ଥନ କରିଥିଲେ, ତାହା ମଧ୍ୟ ପ୍ରସାରଣ କରାଯାଇନାହିଁ।Advertisment ଦେଶର ଏକତାକୁ ଦୁର୍ବଳ କରୁଥିବାର ଅଭିଯୋଗ ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କ ଦ୍ୱାରା ନିୟନ୍ତ୍ରିତ ସରକାରୀ ପରିଚାଳିତ ଆଇଆରଆଇବି ଟିଭି ଚ୍ୟାନେଲ୍ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛି।

ଚ୍ୟାନେଲ୍ କହିଛି ଯେ, ଆମର ଲକ୍ଷ୍ୟ ଦେଶର ଶୀର୍ଷ ନେତୃତ୍ୱ ମଧ୍ୟରେ କୌଣସି ବିଭେଦ କିମ୍ବା ଦ୍ବିତୀୟ କ୍ଷମତା କେନ୍ଦ୍ରକୁ ରୋକିବା।

ଆମେ ଜାତୀୟ ଏକତା ବଜାୟ ରଖିବା ପାଇଁ ଉତ୍ତରଦାୟୀ।

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ମଧ୍ୟ ସରକାରୀ ଟିଭି ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଆମେରିକୀୟ ଗଣମାଧ୍ୟମ ସହିତ ତାଙ୍କର ସାକ୍ଷାତକାର ଇରାନର ସ୍ଥିତିକୁ ଦୃଢ଼ ଭାବରେ ଉପସ୍ଥାପନ କରିଥିଲା, କିନ୍ତୁ ସରକାରୀ ଟିଭି ସେହି ସାକ୍ଷାତକାରର କେବଳ କିଛି ଅଂଶ ପ୍ରସାରଣ କରିଥିଲା।

ଅଲ ଜାଜିରାର ରିପୋର୍ଟ ଅନୁଯାୟୀ, ସରକାରଙ୍କ ବିବୃତିରୁ ଜଣାପଡୁଛି ଯେ ସରକାରୀ ଟିଭି ଭିତରେ ଏକ କଠୋରପନ୍ଥୀ ଗୋଷ୍ଠୀ ନିଷ୍ପତ୍ତିଗୁଡ଼ିକୁ ପ୍ରଭାବିତ କରୁଛନ୍ତି।

ଏହି ସମୟରେ, ଆଇଆରଆଇବି ଏହା କହି ପ୍ରତିବାଦ କରିଥିଲା ​​ଯେ ସରକାର ସର୍ବୋଚ୍ଚ ନେତାଙ୍କ ଜାତୀୟ ଏକତାର ବାର୍ତ୍ତାକୁ ଦୁର୍ବଳ କରୁଛନ୍ତି।

ଉଭୟ ପକ୍ଷ ପରସ୍ପର ଉପରେ ଦେଶର ଏକତାକୁ ଦୁର୍ବଳ କରୁଥିବାର ଅଭିଯୋଗ ଆଣିଛନ୍ତି।

Typhoon Landfall: ଚୀନ୍‌ରେ ତାଣ୍ଡବ ରଚିଲା ଟାଇଫୁନ୍ ନୌଲ୍: ଗୋଟିଏ ମାସରେ ତୃତୀୟ ଘୂର୍ଣ୍ଣିଝଡ଼ ଅନ୍ୟ କେତେକ ଇରାନୀ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ପେଜେସ୍କିଆନ ଏକ କ୍ୟାବିନେଟ ବୈଠକରେ ଏହି ପ୍ରସଙ୍ଗରେ ଆଇଆରଆଇବି ମୁଖ୍ୟ ପେମାନ ଜେବେଲିଙ୍କୁ ଭର୍ତ୍ସନା କରିଛନ୍ତି।

ତେବେ ସରକାର ଏହାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାନ୍ତି।

କିଛି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ରାଷ୍ଟ୍ରପତି ସରକାରୀ ଟିଭିର ବଜେଟ୍ ହ୍ରାସ କରିବାକୁ ଧମକ ଦେଇଥିଲେ, କିନ୍ତୁ ଏହା ମଧ୍ୟ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।