Death Due To'Reels': ରିଲ୍ସ ନିଶା ନେଲା ମେଧାବୀ ଛାତ୍ରଙ୍କ ଜୀବନ, ସାଙ୍ଗରେ ଥିଲେ ବାନ୍ଧବୀ

Nov 27, 2026 - 14:17
Death Due To'Reels': ରିଲ୍ସ ନିଶା ନେଲା ମେଧାବୀ ଛାତ୍ରଙ୍କ ଜୀବନ, ସାଙ୍ଗରେ ଥିଲେ ବାନ୍ଧବୀ

ଦିଗପହଣ୍ଡି: ଅନେକ ସମୟରେ ରିଲ୍ସ ନିଶା ନେଉଛି ଜୀବନ।

ମାଆ ବାଙ୍କେଶ୍ୱରୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଘାଟି ଉପରେ ରିଲ୍ସ କରୁଥିବା ବେଳେ ଝରଣାରୁ ଖସି ମୁଣ୍ଡକୁ ଗଭୀର ଆଘାତ ଲାଗି ଛାତ୍ର ଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

Advertisment ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରିବାର ନିଶା ଏବେ ଯୁବପିଢ଼ିଙ୍କ ପାଇଁ କାଳ ସାଜିଛି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବାଙ୍କେଶ୍ୱରୀ ଘାଟି ନିକଟରେ ଘଟିଛି ଏଭଳି ଏକ ଦୁଃଖଦ ଅଘଟଣ।

ରିଲ୍ସ ବନାଉଥିବା ବେଳେ ଅସାବଧାନତାରୁ ମୁଗୁରୁମା ନାଳକୁ ଖସିପଡ଼ି ଜଣେ ମେଧାବୀ ଛାତ୍ରଙ୍କ ଅକାଳ ବିୟୋଗ ଘଟିଛି।

ମୁଣ୍ଡରେ ବଡ଼ ପଥର ବାଜିବାରୁ ଗୁରୁତର ଆହତ ହୋଇଥିଲେ ସୂଚନା ଅନୁଯାୟୀ, ବ୍ରହ୍ମପୁର ନୀଳକଣ୍ଠ ନଗର ସାହିର ଓମସାଇ ଶଙ୍କର ପଣ୍ଡା ଏବଂ ତାଙ୍କ ବାନ୍ଧବୀ ମାଆ ବାଙ୍କେଶ୍ୱରୀଙ୍କ ଦର୍ଶନ ପାଇଁ ଯାଇଥିଲେ।

ଦର୍ଶନ ସାରି ଫେରିବା ବାଟରେ ଉଭୟେ ନିକଟସ୍ଥ ବିପଦସଙ୍କୁଳ ମୂଗୁରୁମା ନାଳରେ ଗାଧୋଇବା ସହ ମୋବାଇଲରେ ରିଲ୍ସ ବନାଉଥିଲେ।

ଏହି ସମୟରେ ହଠାତ୍ ପାଦ ଖସିଯିବାରୁ ଓମସାଇ ନାଳ ଭିତରେ ଥିବା ଏକ ବଡ଼ ପଥରରେ ପିଟିହୋଇଯାଇଥିଲା ଏବଂ ତାଙ୍କ ମୁଣ୍ଡରେ ଏକ ବଡ଼ ପଥର ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ ।

ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଘଟଣା ପରେ ଭୟଭୀତ ହୋଇ ଯୁବତୀ ଜଣକ ଘଟଣାସ୍ଥଳରୁ ଚାଲିଯାଇଥିବା ଜଣାପଡ଼ିଛି ।

ଅନ୍ୟପଟେ ଖବର ପାଇ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଓମସାଇଙ୍କୁ ପାଣିରୁ ଉଦ୍ଧାର କରିଥିଲେ ।

ତୁରନ୍ତ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଓମସାଇ ବ୍ରହ୍ମପୁର ସ୍ଥିତ ଆକାଶ କୋଚିଂ ଇନଷ୍ଟିଚ୍ୟୁଟରେ ପାଠ ପଢ଼ୁଥିଲେ।

ଖବର ପାଇ ଦିଗପହଣ୍ଡି ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ କରୁଛି।

ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବା ପୁଲିସ କହିଛି।

Hunters Arrested: ଦୁଇ ପକ୍ଷୀ ଶିକାରୀଙ୍କୁ ମାଡ଼ି ବସିଲେ ଗ୍ରାମବାସୀ: ବାନ୍ଧିଲା ବନ ବିଭାଗ, ଜବତ ହେଲା ତିନି ମୃତ ପକ୍ଷୀ ଓ ବାଇକ୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)