Death: ଭଡ଼ା ଘରେ ଜୀବନ ହାରିଲେ ନର୍ସ, କାରଣ ଅସ୍ପଷ୍ଟ

Aug 23, 2026 - 14:11
Death: ଭଡ଼ା ଘରେ ଜୀବନ ହାରିଲେ ନର୍ସ, କାରଣ ଅସ୍ପଷ୍ଟ

"ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ଶ୍ରୀରାମ ନଗର ଅଞ୍ଚଳରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ମୃତ ଯୁବତୀ ଜଣକ ସୁସ୍ମିତା ତିର୍କୀ ବୋଲି ଜଣାପଡ଼ିଛି।

ସେ ଶ୍ରୀରାମ ନଗରରେ ଏକ ଭଡ଼ା ଘରେ ରହୁଥିଲେ।Advertisment ସୂଚନା ଅନୁସାରେ, ସୁସ୍ମିତା ନିଜ ଓଢ଼ଣିରେ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ମୃତ ସୁସ୍ମିତା ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ୍‌ ଅନ୍ତର୍ଗତ ରଙ୍ଗିଆଢିପା ଗାଁର ବୋଲି ଜଣାପଡ଼ିଛି।

ଟାଉନ ଥାନା ପୁଲିସ ତଦନ୍ତ ଜାରି ରଖିଛି ସୁସ୍ମିତା ଭଡ଼ା ଘରେ ରହି ଶାନ୍ତିଲତା ହସ୍ପିଟାଲରେ ନର୍ସଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

ତେବେ ସେ କେଉଁ କାରଣରୁ ଏଭଳି ଚରମ ପଦକ୍ଷେପ ନେଲେ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ଆତ୍ମହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ଟାଉନ ଥାନା ପୁଲିସ ତଦନ୍ତ ଜାରି ରଖିଛି।

Dead Bodies: ୨୪ ଘଣ୍ଟା ପରେ ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)