Death: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
"ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳ ଦେଇଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁରଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରୁ ଅଳ୍ପ ଦୂରରେ, ଆଜି ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି l ଖବର ନେବାରେ ଜଣାପଡ଼ିଛି ଏହି ଥାନା ବାରିହାପୁର ଗ୍ରାମର ରଘୁନାଥ ସାହୁଙ୍କ ପୁଅ ଅକ୍ଷୟ ସାହୁ (୪୬) ଜଣେ ଢ଼ାବା ମିସ୍ତ୍ରୀ।Advertisment ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ସେ ଆଦର୍ଶ ବିଦ୍ୟାଳୟର ଅଳ୍ପ ଦୂରରେ ଥିବା ବଡ଼ଝରା ପାଖକୁ ଥିବା ଢ଼ାବା ଆଡକୁ ଭୋର ସମୟରେ ଚାଲି ଚାଲି ଯାଉଥିବା ବେଳେ, ଅଜଣା ଗାଡ଼ି ଧକ୍କା ରେ ଶରୀର ସମ୍ପୂର୍ଣ୍ଣ ଛିନଭିନ ହୋଇଯାଇଛି l ସକାଳୁ ସକାଳୁ ଖବର ପାଇ ପର୍ଜଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l Train Fire: କୋଇଲା ବୋଝେଇ ଟ୍ରେନରେ ନିଆଁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
