Kandhamal forests: କନ୍ଧମାଳ ଜଙ୍ଗଲ ଉପରେ ମାଫିଆଙ୍କ ନଜର: ୫ ବର୍ଷରେ ୧୫୦ ବାଘଛାଲ ଜବତ, ୨୫୦ ଶିକାରୀ ଗିରଫ

Sep 21, 2026 - 08:40
Kandhamal forests: କନ୍ଧମାଳ ଜଙ୍ଗଲ ଉପରେ ମାଫିଆଙ୍କ ନଜର: ୫ ବର୍ଷରେ ୧୫୦ ବାଘଛାଲ ଜବତ, ୨୫୦ ଶିକାରୀ ଗିରଫ

"ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଜଙ୍ଗଲ ଉପରେ ମାଫିଆଙ୍କ ଲଲୁପ ଦୃଷ୍ଟି ପଡ଼ିଛି।

ଏଠାକାର ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି ବିଭିନ୍ନ ରାଜ୍ୟକୁ ଚାଲାଣ କରାଯାଉଛି।

ଗତ ୫ ବର୍ଷରେ ଜିଲ୍ଲାରୁ ୧୫୦ ବାଘଛାଲ ଜବତ ହେବା ଘଟଣା ଏଠାକାର ବନ୍ୟଜନ୍ତୁ ଶିକାର ଓ ଶରୀରାଂଶ ଚୋରା ଚାଲାଣ ରୢାକେଟ୍‌ର ସକ୍ରିୟତାକୁ ସୂଚାଉଛି।

ହରିଣ ସମେତ ବିଭିନ୍ନ ବନ୍ୟଜନ୍ତୁ ଶିକାର କରି ସେମାନଙ୍କ ମାଂସ, ଶିଙ୍ଗ ଓ ଚମଡ଼ା ଆଦି ବିକ୍ରି କରୁଥିବା ଅଭିଯୋଗରେ ୨୫୦ ଜଣ ଶିକାରୀ ଗିରଫ ହୋଇଛନ୍ତି।

ଜିଲ୍ଲାର ବାଲିଗୁଡ଼ା ଓ ଫୁଲବାଣୀ ବନଖଣ୍ଡ ସମେତ ଏସ୍‌ଟିଏଫ୍‌ ମିଳିତ ଭାବେ ବାଘଛାଲ ଜବତ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।ଫଳରେ ଏଠାରେ ପ୍ରଶ୍ନ ଉଠୁଛି କନ୍ଧମାଳ ଜଙ୍ଗଲରେ କ"ଣ ଏତେ ସଂଖ୍ୟାରେ କଲରାପତରିଆ ବାଘ ଓ ହରିଣ ଅଛନ୍ତି କି ?

ଆଉ ଯଦି ଶିକାର ବଢ଼ୁଛି ତା"ହେଲେ ବନ ବିଭାଗ କଣ କରୁଛି ?

ବନ ବିଭାଗ ସବୁ ଜାଣି ନିରବଦ୍ରଷ୍ଟା ସାଜିଥିବା ସହ ଅଭିଯୋଗ ଆସିଲେ କାଁ ଭାଁ ଜାଗାରେ ଚଢ଼ଉ କରି ଛାଲ ଜବତ କରିବା ସହ କିଛି ଲୋକଙ୍କୁ ଗିରଫ କରି ଦାୟିତ୍ବ ସାରିଦେଉଛି।

କିନ୍ତୁ ଅସଲ ରୢାକେଟ୍‌ର ମୂଳରେ ପହଞ୍ଚି ପାରୁନି।

ପ୍ରତିଦିନ ଜଙ୍ଗଲରେ ଅବାଧ ବନ୍ୟଜନ୍ତୁ ଶିକାର ଚାଲୁଛି।

କୌଣସି ଜଙ୍ଗଲରେ ଠିକ୍‌ ଭା‌ବେ ପାଟ୍ରୋଲିଂ ଓ ଧରପଗଡ଼ ହେଉ ନଥିବା ଅଭିଯୋଗ ହୋଇଛି।

ତେବେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପାଲିଙ୍କ କହିବା ଅନୁଯାୟୀ, ବନ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

Advertisment S Jaishankar: ୟୁଏନ୍‌ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର ସୂଚନାଯୋଗ୍ୟ,  ଫୁଲବାଣୀ ଓ ବାଲିଗୁଡ଼ା ବନଖଣ୍ଡ ଅଧୀନରେ ସମଗ୍ର ଜିଲ୍ଲାର ଜଙ୍ଗଲ ସମ୍ପଦ ନିୟନ୍ତ୍ରିତ ହେଉଛି।

ଏହାସହ କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ ରହିଛି।

ଜିଲ୍ଲାର ତୁମୁଡ଼ିବନ୍ଧ, ବେଲଘର, କୋଟଗଡ଼, ଘୁ.ଉଦୟଗିରିର କଳିଙ୍ଗା, ଫିରିଙ୍ଗିଆ, ଗୋଛାପଡ଼ା, ବାଲନ୍ଦାପଡ଼ା, ପାଇରାଜୁ, ସାଡ଼ିଙ୍ଗିଆ, ରାଣୀପଥର, ଚକାପାଦ ଓ ମଣ୍ଡାସରୁ ଆଦି ଘଞ୍ଚ ଜଙ୍ଗଲରେ କଲରାପତରିଆ ବାଘ ଅଛନ୍ତି।

ଏହା ସାଙ୍ଗକୁ ବହୁ ସଂଖ୍ୟାରେ ହରିଣ, ସମ୍ବର, ବାର୍‌ହା ଓ ବଜ୍ରକାପ୍ତା ଆଦି ଅଛନ୍ତି।

ଏଠାରେ ଜଙ୍ଗଲ ମାଫିଆମାନଙ୍କ ରୢାକେଟ୍‌ କାର୍ଯ୍ୟ କରୁଛି।

FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା ଗତକାଲି ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରୁ ୨ଟି ବାଘଛାଲ ଜବତ ହୋଇଥିଲା।

୨୦୨୫ରେ ଟିକାବାଲି ରେଞ୍ଜ ଅଞ୍ଚଳରୁ ୫ଟି ବାଘଛାଲ ଜବତ ହୋଇଥିବା ବେଳେ ୨୦୨୪ରେ ଫୁଲବାଣୀ ରେଞ୍ଜ ଅନ୍ତର୍ଗତ ଗୁଦାରି ଏୟାରଷ୍ଟ୍ରିପ୍‌ ନିକଟରୁ ବନ ବିଭାଗ ବାଘଛାଲ ସମେତ ବନ୍ଧୁକ ଓ ହରିଣ ଶିଙ୍ଗ ଜବତ କରିଥିଲା।

୩ ଜଣ ମାଫିଆ ଗିରଫ ହୋଇଥିଲେ।

ସେହିଭଳି ୨୦୨୪ରେ ଫୁଲବାଣୀ ଓ ଟିକାବାଲି ରେଞ୍ଜ ଅଧିକାରୀଙ୍କ ଏକ ମିଳିତ ଟିମ୍‌ ଟିକାବାଲି ଅଞ୍ଚଳରୁ ୫ଟି ବାଘଛାଲ, ହରିଣ ଚମଡ଼ା ଓ ବନ୍ଧୁକ ଜବତ କରିଥିଲା।

ଏଥିରେ ସମ୍ପୃକ୍ତ ୬ ଜଣ ଜଙ୍ଗଲ ମାଫିଆ ଗିରଫ ହୋଇଥିଲେ।

ଏହା ପୂର୍ବରୁ ସୁଡ୍ରୁକୁମ୍ପା ରେଞ୍ଜ ଅଞ୍ଚଳରୁ ସମ୍ବର ଓ ହରିଣ ମାଂସ ସମେତ ବାଘଛାଲ ବି ଜବତ ‌ହୋଇଥିଲା।

ସେହିପରି ଘୁ.ଉଦୟଗିରି ଅଞ୍ଚଳରେ ଏସ୍‌ଟିଏଫ୍‌ ଚଢ଼ଉ କରି ବାଘଛାଲ ଜବତ କରିଥିଲା।

ଗତ ବର୍ଷକ ମଧ୍ୟରେ ୭ଟି ଘଟଣାରେ ବନ ବିଭାଗ ଓ ଏସ୍‌ଟିଏଫ୍‌ ପାଖାପାଖି ୧୫ଟି ବାଘ ଛାଲ, ବହୁ ସଂଖ୍ୟାରେ ହରିଣ ଚମଡ଼ା ଓ ହରିଣ ଶିଙ୍ଗ ଜବତ କରିଛି।

ତଥାପି ବନ୍ୟଜନ୍ତୁ ଶିକାର ଉପ‌ରେ ରୋକ୍‌ ଲାଗିପାରୁନି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)