Dead body recover: ନିଖୋଜ ଯୁବକଙ୍କ ଗଳିତ ଶବ ଜବତ କାଜୁ ଜଙ୍ଗଲରୁ ଉଦ୍ଧାର
ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଗଡ଼ରୋଡଙ୍ଗ ଗାଁ ନିକଟ ଏକ କାଜୁ ଜଙ୍ଗଲର କିଆ ବୁଦାମୂଳରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ପୁଲିସ ଉଦ୍ଧାର କରିଛି।
ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।
Advertisment ସୂଚନା ଅନୁସାରେ ଗତ ୨୦ ଦିନ ପୂର୍ବରୁ ବ୍ରହ୍ମଗିରି ଥାନା ଗଡ଼ରୋଡଙ୍ଗ ବାସନ୍ଦ ସବରସାହିର କୁଶ ଘଡେଇ (୩୭) ନିଖୋଜ ହୋଇ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।
ଆଜି କିଛି ଲୋକ ଜଙ୍ଗଲକୁ କାଠ ପାଇଁ ଯାଇ ଥିବା ବେଳେ ଗଳିତ ଶବ ଦେଖି ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ବ୍ରହ୍ମଗିରି ପୁଲିସ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
କୁଶଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
Elephant: ହାତୀର ଗଳିତ ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
