Dead Bodies: ଭଣ୍ଡାରିପୋଖରୀ: ମଶାଣିରୁ ତିନି ଶବ ଚୋରି
"ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମଣୀନାଥପୁର ଗାଁ ମଶାଣିରୁ ପୁଣି ତିନି ଗୋଟି ଶବ ଚୋରି ହୋଇଛି।
ସୂଚନା ମୁତାବକ ୨୦୧୬ ମସିହାରେ ଏଠାରୁ ପ୍ରଥମେ ୫ ଗୋଟି ଶଵ ଚୋରି ହୋଇଥିଲା।
ଏହାପରେ କ୍ରମଶଃ ଶବ ଚୋରି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଶେଷ ଥର ପାଇଁ ଗତ ଫେବୃଆରୀ ମାସରେ ପାଞ୍ଚ ଗୋଟି ଶବଚୋରି ହୋଇଥିଲା।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ ଓ ଥାନା ଅଧିକାରିଣୀ ରାଜଲକ୍ଷ୍ମୀ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା।Advertisment ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ପୁଣି କିଛି ମାସ ପରେ ଗତ ସୋମବାର ବିଳମ୍ବିତ ରାତିରେ ମଶାଣିରୁ ଶବ ଚୋରି ହେଵା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
କିଏ ଓ କାହିଁକି ଶବ ଚୋରି କରୁଛି ତାହା ଏଯାଏଁ ଜଣା ପଡିନାହିଁ।
ଏନେଇ ଥାନା ଅଧିକାରୀଙ୍କ ମତାମତ ନେବାରୁ ସୋମବାର ରାତିରେ ଶବ ଚୋରି ନେଇ ଏଯାଏଁ କିଛି ଅଭିଯୋଗ ହୋଇନଥିବା ସୂଚନା ଦେଇଛନ୍ତି।
Dead Body: ଜଗନ୍ନାଥ ସାଗରରୁ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
